ଲଖନପୁର ,୧୫/୦୫ : ଗତ ୧୫ ଦିନ ହେଲା ନିଖୋଜ ଥିବା ଯୁବକଙ୍କ ଝୁଲନ୍ତା ମୃତଦେହ ଶଶୁର ଘର ସେହ୍ନାମାଲ ସ୍ଥିତ ବୁଡିପଡ଼ା ଠାରେ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ବନହରପାଲି ଥାନା ଅନ୍ତର୍ଗତ ବଡ଼ସରୁଆ ଗ୍ରାମର ଦୀପକ ପୋଡ଼(୩୪) । ଆତ୍ମହତ୍ୟାର କାରଣ ଜଣାପଡି ନାହିଁ।
ମୃତକଙ୍କ ସାନ ଭାଇର ଅଭିଯୋଗ ମୁତାବକ ଦୀପକ ଗତ ୧୫ ଦିନ ହେବ ଘରୁ ବାହାରି ଚାଲିଯାଇଥିଲେ। ଘରକୁ ନ ଆସି ପ୍ରାୟ ବାହାରେ ରହୁଥିଲେ । ଆଜି ସକାଳ ସମୟରେ ସେହ୍ନାମାଳ ଗ୍ରାମ ନିକଟସ୍ଥ ଥିବା ବୁଡିପଡ଼ା ଠାରେ ଏକ ଆମ୍ବ ଗଛ ର ଏକ ଶାଖାରେ ନିଜ ଗାମୁଛା କୁ ଚିରି ବେକରେ ଲଗାଇ ଝୁଲୁ ଥିବାର ଦେଖି ଗ୍ରାମବାସୀ କୁମ୍ଭାରବନ୍ଧ ଫାଣ୍ଡି କୁ ଖବର ଦେଇଥିଲେ। ଖବର ପାଇ କୁମ୍ଭାରବନ୍ଧ ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ଦଲାଇ ଘଟଣା ସ୍ଥଳକୁ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ କରୁଛି।