ଝାରସୁଗୁଡା୧୫/୦୫: ଆକ୍ସନ୍ ମୋଡ଼ରେ ଝାରସୁଗୁଡ଼ା ପୋଲିସ। ବୁଧବାର ସକାଳୁ ରାତି ଯାଏ ବିଭିନ୍ନ ହୋଟେଲ୍ ଗୁଡ଼ିକରେ ଚଢ଼ାଉ। ହୋଟେଲରୁ ସେକ୍ସ ରାକେଟ ଧରା ପଡିବାର ନେଇ ଏକ ପ୍ରକାର ଭ୍ରମ ସୃଷ୍ଟି ହୋଇଥିଲା। ମାତ୍ରା ପୋଲିସ ତାର ରୁଟିନ୍ ଚେକଅପ୍ କରୁଥିବା ଜଣାପଡିଛି। ହୋଟେଲ୍ ଗୁଡ଼ିକର ରେଜିଷ୍ଟ୍ର ଖାତା ସହ ଯାତ୍ରୀଙ୍କ ପରିଚୟ ପତ୍ର ଯାଞ୍ଚ କରିଛି।
ସୂଚନା ମୁତାବିକ, ବୁଧବାର ଦିନ ତମାମ ଝାରସୁଗୁଡା ପୁଲିସର ସକ୍ରିୟତା ହଲଚଲ ସୃଷ୍ଟି କରିଥିଲା। ଗତ ରାତ୍ରିରେ ବି ହୋଟେଲ ଗୁଡିକରେ ଚଢାଉ ଜାରି ରହିଥିଲା । ଏହା ଦେଖି ସହରବାସୀ ଭ୍ରମ ସୃଷ୍ଟି ହୋଇଥିଲା। ପ୍ରଥମେ ଭାବିଲେ କିଛି ଗୋଟେ ବଡ଼ କେଶ ଅଛି । ମାତ୍ର ଦେଖ ଦେଖ କହିଲା ବେଳକୁ ପୁଲିସ ରୁଟିନ ଚେକଅପ୍ ବୋଲି ଜଣାପଡିଛି ।
ବାହାର ରାଜ୍ୟର ସନ୍ଦିଗ୍ଧ ଲୋକ, ବାଂଲାଦେଶୀ ଅବା ମୁର୍ଶିଦାବାଦର କୌଣସି ଅଭିଯୁକ୍ତ ସହରରେ ଆତ୍ମଗୋପନ କରିଛନ୍ତି ନା ନାହିଁ ତାହାର ଯାଞ୍ଚ ଚଳାଇଥିଲା । ହେଲେ ସହରର ଗୋଟେ ଦୁଇଟା ହୋଟେଲରେ ସେକ୍ସ ରାକେଟ ଚାଲୁଥିବା ନେଇ ପୂର୍ବରୁ ଚର୍ଚ୍ଚା ଲାଗି ରହିଥିବାରୁ ପୁଲିସ ଟିମ୍କୁ ସେସବୁ ହୋଟେଲରେ ଯାଇ ଏହି ଚର୍ଚ୍ଚାକୁ ଆହୁରି ବଳ ମିଳିଥିଲା । ସହର ସାରା ହୋଟେଲରୁ ସେକ୍ସ ରାକେଟ ଧରା ପଡିବା ଚର୍ଚ୍ଚା ବେଶ ଜୋର ଧରିଥିଲା । ପୁଲିସ ପରେ ସାମ୍ବାଦିକ ଠାରୁ ସାଧାରଣଙ୍କୁ ସ୍ପଷ୍ଟୀକରଣ ଦେଇ ଦେଇ ଥକି ଯାଇଥିଲା।