ଭୁବନେଶ୍ବର,୧୫/୦୫: ଏସ୍ସିବିସି ସଂରକ୍ଷଣ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, ଯେଉଁମାନେ ଆଦୌ ଆରକ୍ଷଣ ଦେଇନଥିଲେ ସେମାନଙ୍କର କମ୍ ବେଶୀ ଅଭିଯୋଗ କରିବାର ଅଧିକାର ନାହିଁ। ଆମେ ଯଦି ପୂର୍ବ ସରକାରଙ୍କ ଠାରୁ କମ୍ କରି ଦେଇଥାନ୍ତୁ ସେତେବେଳେ ତାଙ୍କ କଥା ଗ୍ରହଣୀୟ ହେଇଥାନ୍ତା।
ସେ ଆହୁରି ମଧ୍ୟ କହିଛନ୍ତି , ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗଙ୍କ ପାଇଁ ସ୍କୁଲ୍ ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇ ସରକାର ସାମାଜିକ ନ୍ୟାୟ ପ୍ରଦାନ କରିଛନ୍ତି। ପୂର୍ବରୁ ଏହା ନଥିଲା ଆମ ସରକାର ବର୍ଷେ ଭିତରେ ଲାଗୁ କରିଛନ୍ତି। ସୁପ୍ରିମକୋର୍ଟ କ୍ୟାପ ଅନୁଯାୟୀ ଜାତି ଭିତ୍ତିକ ସଂରକ୍ଷଣ ୫୦% ରୁ ଅଧିକ ହୋଇପାରିବ ନାହିଁ। ପଛୁଆ ବର୍ଗଙ୍କ ସଂରକ୍ଷଣ ପରେ ବଳକା ୧୧.୨୫% ଏସ୍ସିବିସିଙ୍କ ପାଇଁ ଦିଆଗଲା। ଯାହା ତାଙ୍କୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିବ। ଉଚ୍ଚଶିକ୍ଷା ବିଭାଗରେ ଆମେ ଲାଗୁ କରିଛୁ। ଅନ୍ୟ ବୈଷୟିକ ଶିକ୍ଷା କ୍ଷେତ୍ରରେ ଲାଗୁ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।