ଝାରସୁଗୁଡା/ଲଖନପୁର,୧୫/୦୫: ଶ୍ରୀ ଶ୍ରୀ ଝାଡ଼େଶ୍ଵର ବାବା ମନ୍ଦିର ସିଂହାରପୁର ମନ୍ଦିରରେ ଶିବ ବିବାହ ମହୋତ୍ସବ ନିମନ୍ତେ ଗୁରୁବାର ଦେବ ବରଣ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କନ୍ୟା ପିତାମାତା ଭାବରେ ଲଳିତା ବଢ଼େଇ ଓ ଦାମୋଦର ବଢ଼େଇ ପୂଜକ ନରେଶ ପୁଝାରୀ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରି ପ୍ରଥମ ନିମନ୍ତ୍ରଣ ଝାଡେଶ୍ଵର ବାବାଙ୍କୁ ପ୍ରଦାନ କରାଯାଇଛି । ସେହିପରି ଅଢ଼ାପରା ସ୍ଥିତ ମା ରଣେଶ୍ଵର ରାମଚଣ୍ଡୀ, ବନ୍ଧବାହାଲ ସ୍ଥିତ ମାଆ ସମଲେଇ ଓ ବନ୍ଧବାହାଲ ଦୀନବାନ୍ଧବ କ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଛି ।
ସୂଚନା ଥାଉକି, ଚଳିତ ମାସ ୩୦ ତାରିଖ ଶୁକ୍ରବାର ଦିନ ତାଟ ନିମନ୍ତ୍ରଣ, ଗନ୍ଧାଦିବାସ, ଚୁରୁକା, ମାଆ ପାର୍ବତୀଙ୍କ ପିନ୍ଧାଣୀ ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ୩୧ ତାରିଖ ଶନିବାର ଅପରାହ୍ନ ୪ଟା ୨୯ ରୁ ୬ଟା ୪୫ ମଧ୍ୟରେ ବିବାହ ପାଣିଗ୍ରହଣ, ପ୍ରସାଦ ସେବନ ଓ ସଂଧ୍ୟାରେ ବରକନ୍ୟା ବିଦାୟ କାର୍ଯ୍ୟକ୍ରମ ରହିଛି । ମନ୍ଦିର କମିଟି ପକ୍ଷରୁ ସମସ୍ତ ସଦସ୍ୟ ଓ ସିଂହାରପର ଗ୍ରାମବାସୀ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।