ରାଉରକେଲା,୩।୫ : କେରଳରେ ଜମି ଦେବା ନାଁରେ ଦୁଇ କୋଟି ୮୩ ଲକ୍ଷ ଟଙ୍କାର ଠକେଇ । ଠକେଇ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ରାଉରକେଲା ଝିରପାଣି ପୋଲିସ । ତିନି ଅଭିଯୁକ୍ତ ହେଲେ ରାଉରକେଲାର ଏକ ଘରୋଇ ଇଂଲିଶ ମିଡ଼ିୟମ ସ୍କୁଲର ଶିକ୍ଷୟିତ୍ରୀ ଏସ୍.ଏସ୍ ସିନ୍ଦୁ ,ତାଙ୍କ ସ୍ୱାମୀ ମହମ୍ମଦ କମର ଖାନ୍ , ଝିରିପାଣି ଥାନା କୋଏଲ ନଗରର ପ୍ରଦୀପ ପଟ୍ଟନାୟକ ।
ଶିକ୍ଷୟତ୍ରୀ ଏସ.ଏସ୍ ସିନ୍ଦୁଙ୍କ ନିଜ ଘର କେରଳରେ । କେରଳର ଚେଗନୁରରେ କମ ମୁଲ୍ୟରେ ଜମି କରାଇଦେବା କହି କୋଏଲ ନଗରର ବିଲଡ଼ରସ ବିଶ୍ୱଭୁଷଣ ନନ୍ଦଙ୍କ ଠାରୁ ଠକି ନେଇଥିଲେ ଦୁଇ କୋଟି ୮୩ଲକ୍ଷ । ୨୦୨୪ ଜୁନ ମାସରେ ଏକକୋଟି ୫୯ଲକ୍ଷ ନେଇଥିଲେ। ସେହି ଜୁନ ମାସ ୨୬ ତାରିଖରେ ୩୦ଲକ୍ଷ ଅଭିଯୁ୍କ୍ତା ଶିକ୍ଷୟିତ୍ରୀ ଏସ.ଏସ୍ ସିନ୍ଦୁଙ୍କ ଆକାଉଣ୍ଟରେ ଡ଼ିପୋଜିଟ ହୋଇଥିବା ବେଳେ ବାକି ଟଙ୍କା ପ୍ରଦୀପ ପଟ୍ଟନାୟକଙ୍କ ଆକାଉଂଟରେ ଡ଼ିପୋଜିଟ କରିଥିଲେ ବିଶ୍ୱଭୁଷଣ । ବାରମ୍ବାର ବିଶ୍ୱଭୁଷର ଜମି ରେଜିଷ୍ଟ୍ରି କଥା କହିବାରୁ ତିନି ଅଭିଯୁକ୍ତ ସମୟ ଗଡାଇ ଚାଲିଥିଲେ । ବିଶ୍ୱଭୁଷଣ ଠକାମୀର ଶିକାର ହୋଇଛନ୍ତି ବୋଲି ଶେଷରେ ସେ ଜାଣିବାକୁ ପାଇଥିଲେ । ୨୦୨୪ ଡ଼ିସେମ୍ବର ୬ ତାରିଖରେ ଝିରିପାଣି ଥାନାରେ ବିଶ୍ୱଭୁଷଣ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗ ଆଧାରରେ ଝିରିପାଣି ପୋଲିସ ତଦନ୍ତ କରି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।