କଟକ,୩।୫ : କଟକ ଖାନନଗରରରେ ବ୍ରିଜ ନିର୍ମାଣ କାମ ବେଳେ ଅଘଟଣ । କ୍ରେନ ଛିଣ୍ଡିଯିବାରୁ ସ୍ଲାବ ଖସି ପଡି ଯନ୍ତ୍ରୀ ସମେତ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ୨ ଗୁରୁତର ହୋଇଛନ୍ତି। ୨ ଗୁରୁତର ଶ୍ରମିକଙ୍କୁ କଟକ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମୃତକମାନେ ହେଲେ ସୌମ୍ୟ ରଞ୍ଜନ ବେହେରା, ଶିବଶଙ୍କର ପଟ୍ଟନାୟକ, ସୁବାଷ ଚନ୍ଦ୍ର ଭକ୍ତ।
କଟକ ଖାନନଗରଠାରେ ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଥିଲା। କ୍ରେନରେ ସ୍ଲାବ ଉଠାଯାଉଥିବା ବେଳେ ହଠାତ କ୍ରେନଟି ଛିଣ୍ଡି ଯାଇଥିଲା। ସ୍ଲାବଟି ଖସିପଡିବାରୁ ଏହା ତଳେ ଶ୍ରମିକମାନେ ଚାପି ହୋଇ ରହିଯାଇଥିଲେ। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ୨ ଜଣ ଶ୍ରମିକ ଆହତ ହୋଇଥିଲେ।ତୁରନ୍ତ କମ୍ପାନୀ ଗାଡିରେ ଗୁରୁତରଙ୍କୁ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏହି ଘଟଣା ପରେ ଘଟଣାସ୍ଥଳରେ ପୂର୍ତ୍ତି ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ପହଞ୍ଚି ଘଟଣାର ତନାଘନା କରିଛନ୍ତି। ଘଟଣାର ୩ ଜଣିଆ କମିଟି କରିବ ତଦନ୍ତ। ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି।