ପ୍ରମୂଖ ଖବର
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

କଟକରେ କ୍ରେନ ଛିଣ୍ଡି ୩ ଜଣଙ୍କ ମୃତ୍ୟୁ ଘଟଣା, ତିନି ଜଣିଆ କମିଟି କରିବ ତଦନ୍ତ : ପୂର୍ତ୍ତ ମନ୍ତ୍ରୀ

Published By : Prameya | May 3, 2025 11:07 PM

କଟକ,୩।୫ :  କଟକ ଖାନ ନଗର ବ୍ରିଜ ନିର୍ମାଣ ଚାଲୁଥିବା ବେଳେ ଅଘଟଣ।  ବ୍ରିଜର ସ୍ଲାବ କାମ ଚାଲିଥିବା ବେଳେ ହଠାତ୍ କ୍ରେନ୍ ଛିଣ୍ଡି ଯାଇଥିଲା । ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ। ମୃତକ ମାନେ ହେଲେ ସୌମ୍ୟ ରଂଜନ ମଲ୍ଲିକ,ଶିବ ଶଙ୍କର ପଟ୍ଟନାୟକ ,ଓ ସୁବାସ ଚନ୍ଦ୍ର ଭକ୍ତ। ବର୍ତ୍ତମାନ ଗୁରୁତର ଅବସ୍ଥାରେ ଅରୁଣ ବାରିକ ଓ ବିକଳ ଜେନା ଏସସିବିରେ  ଚିକିତ୍ସିତ ହେଉଛନ୍ତି।  ଏସସିବିରେ ଆହତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ ଗଠନ ହୋଇଥିବା କହିଛନ୍ତି ଏସସିବି କୁଳ ସଚିବ ସୁବାସ ରାଏ ।

ଦୁର୍ଘଟଣାରେ ଆହତଙ୍କୁ ଏସସିବି ଆସି ଭେଟିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କାହିଁକି ଦୁର୍ଘଟଣା ଘଟିଲା ତାହାର ଟେକ୍ନିକାଲ ତଦନ୍ତ ହେବ। ତିନି ଜଣିଆ କମିଟି ଦ୍ବାରା ଆମୂଳଚୁଳ ତଦନ୍ତ କରାଯିବ।୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ନିଆଯାଇଛି।ରିପୋର୍ଟ ଆଧାରରେ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ମୃତକ ଙ୍କ ପରିବାର କୁ ୫ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହା ସହ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଏହି ଘଟଣା ରେ ବଡ଼ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ  ଓ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ବାଳ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.