ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

କଟକରେ ସ୍ଲାବ ଖସି ଶ୍ରମିକଙ୍କ ମୃତ୍ୟୁ ଘଟଣା : ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Published By : Prameya | May 3, 2025 8:20 PM

ଭୁବନେଶ୍ବର,୩।୫ : କଟକ ଖାନନଗରରରେ ବ୍ରିଜ  ନିର୍ମାଣ କାମ ବେଳେ ଅଘଟଣ । କ୍ରେନ ଛିଣ୍ଡିଯିବାରୁ   ସ୍ଲାବ ଖସି ପଡି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏଥିସହ ୨ ଗୁରୁତର ହୋଇଛନ୍ତି।  ୨ ଗୁରୁତର ଶ୍ରମିକଙ୍କୁ କଟକ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଶ୍ରମିକ ସୌମ୍ୟ ରଞ୍ଜନ ବେହେରା, ଶିବଶଙ୍କର ପଟ୍ଟନାୟକ, ସୁବାଷ ଚନ୍ଦ୍ର ଭକ୍ତଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃ ଖ ପ୍ରକାଶ କରିଛନ୍ତି। ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି।  ଘଟଣାର  ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା  କରିଛନ୍ତି। ଗୁରୁତରଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, କଟକ ଖାନନଗରଠାରେ ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଥିଲା। କ୍ରେନରେ ସ୍ଲାବ ଉଠାଯାଉଥିବା ବେଳେ ହଠାତ କ୍ରେନଟି ଛିଣ୍ଡି ଯାଇଥିଲା। ସ୍ଲାବଟି ଖସିପଡିଥିଲା। ଏହା ତଳେ ଶ୍ରମିକମାନେ ଚାପି ହୋଇ ରହିଯାଇଥିଲେ। ଘଟଣାସ୍ଥଳରେ ୩ ମୃତ୍ୟୁ ଘଟିଥିଲା। ୨  ଜଣ ଶ୍ରମିକ ଆହତ ହୋଇଥିଲେ।ତୁରନ୍ତ କମ୍ପାନୀ ଗାଡିରେ ଗୁରୁତରଙ୍କୁ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏହି ଘଟଣା ପରେ ଘଟଣାସ୍ଥଳରେ ପୂର୍ତ୍ତି ମନ୍ତ୍ରୀ ପୃଥିରାଜ ହରିଚନ୍ଦନ  ପହଞ୍ଚି ଘଟଣାର ତନାଘନା କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.