ପ୍ରମୂଖ ଖବର
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ସୁଆରମହାସୁଆର ନିଯୋଗର ଦୁଇଗୋଷ୍ଠୀ ମଧ୍ୟରେ ବିବାଦ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଚୁଲି ଭାଙ୍ଗିଲେ
  • ||
  • ବିଶ୍ୱର ଶ୍ରେଷ୍ଠ ସାଂସ୍କୃତିକ ମହୋତ୍ସବ ଘୋଷଯାତ୍ରା, ଭକ୍ତି ଓ ଭାବାବେଗର ଉତ୍ସବରେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
  • ||
  • ବାଜିବ ଘଣ୍ଟ ଘଣ୍ଟା, ଡାକିବ ଡାହୁକ, ପହଣ୍ଡିରେ ବିଜେ କରିବେ ହଟିଆ ଠାକୁର
  • ||
  • ସାଆନ୍ତଙ୍କ ଅପେକ୍ଷାରେ ସୁସଜ୍ଜିତ ତିନି ରଥ, ସକାଳ ସାଢେ ୯ଟାରୁ ପହଣ୍ଡି, ସାଢେ ୪ଟାରୁ ରଥଟଣା
  • ||
  • ଭାବ ଭକ୍ତିରେ ଉଛୁଳୁଛି ବଡ଼ଦାଣ୍ଡ, ସକାଳୁ ସକାଳୁ ଲୋକାରଣ୍ୟ ଶ୍ରୀକ୍ଷେତ୍ର
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା: ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ ବ୍ରହ୍ମାଣ୍ଡପତି, ଅପେକ୍ଷାରେ ରଥ-ଭକ୍ତ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ନବ ଦାସ ହତ୍ୟା ମାମଲା: ଥାନାକୁ ଡକାଇ ୫ ଜଣଙ୍କ ବୟାନ ରେକର୍ଡ

Published By : Harapriya Sethi | April 25, 2025 11:31 AM

ଭୁବନେଶ୍ୱର, ୨୫/୦୪: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ଝାରସୁଗୁଡ଼ା ପରେ ବ୍ରହ୍ମପୁରରେ କ୍ରାଇମ୍‌ବ୍ରାଞ୍ଚର ଖୋଳତାଡ଼ । ଅଭିଯୁକ୍ତ ଗୋପାଳ ଦାସ ପରିବାରକୁ ଜେରା । ବଡ଼ ଭାଇ ସହ ପୁତୁରାକୁ ତଦନ୍ତକାରୀ ଟିମ୍‌ କରୁଛି ପଚରାଉଚରା । ୨ ଦିନ ଭିତରେ ୫ଜଣଙ୍କୁ ପଚରାଉଚରା କରାଯାଇଛି । ଗୁରୁବାର ଟାଉନ ଥାନାରେ ପଚରାଉଚରା କରିଥିବା ସୂଚନା ମିଳିଛି । 

ସୂଚନା ମୁତାବକ, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ  ନବ ଦାସ ହତ୍ୟା ଘଟଣାର ପୁନଃତଦନ୍ତ ଚଳାଇଛି କ୍ରାଇମ୍‌ବ୍ରାଞ୍ଚ । ସେଥିପାଇଁ ଏହି ମାମଲାରେ ଗିରଫ  ହୋଇଥିବା ଏକମାତ୍ର ଅଭିଯୁକ୍ତ ତଥା ପୁଲିସ ଏଏସ୍‌ଆଇ ଗୋପାଳ ଦାସର ମୋବାଇଲ୍‌ କଲ୍‌ ରେକର୍ଡ ଆଉ ଥରେ ଯାଞ୍ଚ କରାଯାଇଥିଲା । ହତ୍ୟାକାଣ୍ଡର ପ୍ରାୟ ୬ ମାସ ପୂର୍ବର କଲ୍‌ ରେକର୍ଡକୁ କ୍ରାଇମବ୍ରାଞ୍ଚ ଟିମ୍‌ ତନ୍ନତନ୍ନ କରି ଯାଞ୍ଚ କରିଥିଲା । ଏହି ସମୟ ମଧ୍ୟରେ ଗୋପାଳ ଦାସର କିଛି ସନ୍ଦିଗ୍ଧ କଲ୍‌ ଥିବା ତଦନ୍ତକାରୀ ଟିମ୍‌ ଆଶଙ୍କା କରିଥିଲା । ତେବେ ନବ ଦାସଙ୍କ ପରିବାର ଲୋକେ ଏହି ହତ୍ୟାକାଣ୍ଡ ପଛରେ ଦାୟୀ ଥିବା ନିର୍ଦ୍ଦିଷ୍ଟ କୌଣସି ବ୍ୟକ୍ତିର ନାଁ ତଦନ୍ତକାରୀ ଟିମ୍‌କୁ ଜଣାଇନାହାନ୍ତି ବୋଲି କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଥିଲା । ମାତ୍ର ଅଭିଯୁକ୍ତ ଗୋପାଳ ପଛରେ କାହାର ନା କାହାର ହାତ ଥିବା ପରିବାର ଲୋକେ ଦୃଢ଼ ଭାବେ ସନ୍ଦେହ କରୁଥିଲେ। ତେଣୁ ହତ୍ୟାକାଣ୍ଡ ପଛର ଖିଅ ଖୋଜିବାକୁ ତଦନ୍ତକାରୀ ଟିମ୍‌ ଗୋପାଳର କଲ୍‌ ରେକର୍ଡକୁ ଛାନ୍‌ଭିନ୍‌ କରିଥିଲା । ଏବେ ବ୍ରହ୍ମପୁର ଟାଉନ୍‌ ଥାନାକୁ ୫ ଜଣଙ୍କୁ ଡକାଇ ସେମାନଙ୍କ ବୟାନ ରେକର୍ଡ କରାଯାଇଛି । ଗୋପାଳର ପୁଅ, ବଡ଼ ଭାଇ, ବଡ଼ ଭାଇର ପୁଅକୁ ଜେରା କରାଯାଇଥିବା ନେଇ ସୂଚନା ମିଳିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.