ପ୍ରମୂଖ ଖବର
  • ଶ୍ରୀଗୁଣ୍ଡିଚା ଅବସରରେ ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୁରୀ: ଆରମ୍ଭ ହେଲା ପହଣ୍ଡି ବିଜେ, ଘଣ୍ଟ ଘଣ୍ଟା ନାଦରେ ବଡ଼ ଦାଣ୍ଡକୁ ଓହ୍ଲାଇ ଆସିଲେ ପ୍ରଭୁ ସୁଦର୍ଶନ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ସୁଆରମହାସୁଆର ନିଯୋଗର ଦୁଇଗୋଷ୍ଠୀ ମଧ୍ୟରେ ବିବାଦ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଚୁଲି ଭାଙ୍ଗିଲେ
  • ||
  • ବିଶ୍ୱର ଶ୍ରେଷ୍ଠ ସାଂସ୍କୃତିକ ମହୋତ୍ସବ ଘୋଷଯାତ୍ରା, ଭକ୍ତି ଓ ଭାବାବେଗର ଉତ୍ସବରେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
  • ||
  • ଭାବ ଭକ୍ତିରେ ଉଛୁଳୁଛି ବଡ଼ଦାଣ୍ଡ, ସକାଳୁ ସକାଳୁ ଲୋକାରଣ୍ୟ ଶ୍ରୀକ୍ଷେତ୍ର
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା: ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ ବ୍ରହ୍ମାଣ୍ଡପତି, ଅପେକ୍ଷାରେ ରଥ-ଭକ୍ତ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

୩ କେଜି ବାରାହା ମାଂସ ଜବତ୍, ୨ ଶିକାରୀ ଗିରଫ

Published By : Suraj Kumar | May 24, 2025 10:48 PM

କୋଲାଵିରା,୨୪/୦୫(ଆ.ପ୍ର)-   କୋଲାଵିରା ଥାନା କେଲେଣ୍ଡାମାଲ ପଞ୍ଚାୟତ ଭାଲୁଡୁଙ୍ଗୁରି ରେ କୋଲାଵିରା ବନ ବିଭାଗ ପକ୍ଷରୁ ଶନିବାର ସନ୍ଧ୍ୟାରେ ଚଢାଉ କରାଯାଇ ୩ କେଜି ବାରାହ ମାଂସ ଜବତ କରାଯାଇଛି।  ଟାଙ୍ଗିଆ ସହ ୨ ଜଣ ଶିକାରୀ ଙ୍କୁ ଗିରଫ କରାଯାଇଛି l ତେବେ ଚଢ଼ାଉ ସମୟରେ ମୁଖ୍ୟ ଅଭିଯୁକ୍ତ ଶିକାରୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି l ଗିରଫ ଦୁଇ ଶିକାରୀ ହେଲେ ଭାଲୁଡୁଙ୍ଗୁରୀ ଗ୍ରାମର ସୁଦର୍ଶନ ଓରାମ(୪୨) ଓ ଲଇକେରା ଥାନା ବନ୍ଧପାଲି ପଞ୍ଚାୟତ ଅଧିନସ୍ଥ ସିଆଲରମା ପରେଖପଡ଼ା ର ବିଶ୍ଵନାଥ ପରେଖ (୪୦) l    

ଶିକାରୀ ମାନେ ବଡ଼ ପୁନିଆ ଜଙ୍ଗଲରୁ ବାରାହ ଶିକାର କରି ମାଂସ ଭାଗବଣ୍ଟା କରୁଥିଲେ। ଏ  ନେଇ ଖବର ପାଇ କୋଲାଵିରା ଫରେଷ୍ଟ ରେଞ୍ଜର ଘାସିରାମ ବିଭାରଙ୍କ ନେତୃତ୍ୱରେ ଫରେଷ୍ଟର  ରଜ କିଶୋର ଦାଶ ଓ ଅନ୍ୟ କର୍ମଚାରୀ ଚଢାଉ କରିଥିଲେ l ରବିବାର ଗିରଫ ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.