ଭୁବନେଶ୍ୱର,୧୫/୦୨: ପାରିବାରିକ କଳହର କରୁଣ ପରିଣତି । ବେକରେ ରଶି ଲଗାଇ ଝୁଲି ପଡ଼ିଲେ ଯୁବକ । ମୃତକ ଏକତାଳୀ ଗ୍ରାମର ଉପେନ୍ଦ୍ର ସାମଲଙ୍କ ପୁଅ ଉମାକାନ୍ତ ବୋଲି ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମରେ ଏପରି ଘଟଣା ଘଟିଛି ।
ସୂଚନା ମୁତାବକ, ଏକତାଳୀ ଗ୍ରାମର ଉପେନ୍ଦ୍ର ସାମଲଙ୍କ ତିନି ପୁଅଙ୍କ ମଧ୍ୟରୁ ଉମାକାନ୍ତ ଥିଲେ ବଡପୁଅ । ଆଜକୁ ପାଞ୍ଚ ବର୍ଷ ହେବ ତାଙ୍କର ବିବାହ ହୋଇଥିଲା । ଅଦ୍ୟାବଧି ଉମାକାନ୍ତଙ୍କର ତିନି ବର୍ଷର ଏକ ଶିଶୁ କନ୍ୟା ଅଛି । କିନ୍ତୁ ଶୁକ୍ରବାର ରାତିରେ ପାରିବାରିକ କଳହରୁ ଉପର ମହଲା ଘରେ ବେକରେ ରଶି ଲଗାଇ ଝୁଲି ପଡିଲେ ଉମାକାନ୍ତ । ଏହା ଦେଖି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଭୁବନ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ମଧ୍ୟ ଚଳାଛି ପୋଲିସ ।