ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ରାଉରକେଲା,୧୩/୦୯: ମହାରାଜା ହୋଟେଲର ରୁମ୍‌ ନମ୍ୱର ୪୦୨ରୁ ମିଳିଲା ଯୁବତୀଙ୍କ ମୃତଦେହ । ସେ ତାଙ୍କ ପୁରୁଷ ବନ୍ଧୁ ନିତ୍ୟାନନ୍ଦ ସାଏ ସହ ହୋଟେଲକୁ ଆସିଥିଲେ । ଉକ୍ତ ରୁମ୍‌ରେ ଯୁବତୀ ଜଣକ ପୋଡ଼ି ହୋଇ ପ୍ରାଣ ହରାଇଥିବା ବେଳେ ସେ ସ୍ୱାଗତିକା ନାୟକ (୧୯) ବୋଲି ଜଣାପଡ଼ିଛି । ରାଉରକେଲା ଷ୍ଟେସନ ରୋଡ୍‌ ନିକଟରେ ଥିବା ମହାରାଜା ହୋଟେଲର ୪୦୨ ନମ୍ୱର ରୁମ୍‌ରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ସ୍ୱାଗତିକା ତାଙ୍କ ପୁରୁଷ ବନ୍ଧୁ ନିତ୍ୟାନନ୍ଦଙ୍କ ସହ ରାଉରକେଲା ଷ୍ଟେସନ ରୋଡ୍‌ ନିକଟରେ ଥିବା ମହାରାଜା ହୋଟେଲକୁ ଆସିଥିଲେ । ସେଠାରେ ସେ ୪୦୨ ନମ୍ୱର ରୁମ୍‌ରେ ରହିଥିଲେ । ପରେ ଉକ୍ତ ରୁମ୍‌ ଭିତରୁ ଧୁଆଁ ବାହାରିବାରୁ ହୋଟେଲ କର୍ମଚାରୀ ରୁମ୍‌ର କବାଟ ଭାଙ୍ଗି ଭିତରକୁ ପଶିଥିଲେ । ସେତେବେଳକୁ ଯୁବତୀଙ୍କ ଦେହରେ ନିଆଁ ଲାଗିସାରିଥିଲା । ତୁରନ୍ତ ସେଠାରୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ରାଉରକେଲା ସରକାରୀ ଡ଼ାକ୍ତରଖାନା ନିଆଯାଇଥିଲା । ପରେ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା  ଗୁରୁତର ହେବାରୁ ତାଙ୍କୁ ଆଇଜିଏଚ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଯୁବତୀଙ୍କୁ ଉଦ୍ଧାର କରିବା ବେଳେ ଉକ୍ତ ରୁମ୍‌ରୁ କିରୋସିନ ଗନ୍ଧ ଆସୁଥିଲା । ହୋଟେଲର କର୍ମଚାରୀ ଏହି ଘଟଣା ସମ୍ୱନ୍ଧରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପ୍ଲାଣ୍ଟ ସାଇଟ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । 

ଅନ୍ୟ ପଟେ ଯୁବତୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ତାଙ୍କ ପୁରୁଷ ବନ୍ଧୁଙ୍କୁ ପ୍ଲାଣ୍ଟ ସାଇଟ୍‌ ପୋଲିସ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ଶୁକ୍ରବାର ଘଟଣାସ୍ଥଳରେ ପ୍ଲାଣ୍ଟ ସାଇଟ୍‌ ପୋଲିସ , ଡ଼ିଏସପି ଏବଂ ଏକ ସାଇଣ୍ଟିଫିକ୍‌ ଟିମ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । ଘଟଣାର ପ୍ରାଥମିକ ତଦନ୍ତ ଅନୁସାରେ ପୋଲିସ ଏକ ଅପମୃତ୍ୟୁ  ମାମଲା ରୁଜୁ କରିଛି । ତେବେ ହୋଟେଲ ରୁମ ଭିତରକୁ କିରୋସିନ ଗଲା କେମିତି ସେନେଇ ଉଠୁଛି ପ୍ରଶ୍ନ । ହୋଟେଲ ମାଲିକ କହିବା ଅନୁସାରେ, ପୁର୍ବରୁ ଅନେକ ଥର ଏହି ଦୁଇ ଜଣ ଆସି ହୋଟେଲରେ ରୁହନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.