ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ମଉଳୁଛି ଆଦିବାସୀ ଛାତ୍ରଛାତ୍ରୀଙ୍କ ଆଶା: ଭୂଇଁରୁ ଉଠୁନି ଟୁଲ୍‌ ରୁମ୍‌ ଟ୍ରେନିଂ ସେଣ୍ଟର, ୨୦୦ କୋଟିର କେନ୍ଦ୍ରୀୟ ପ୍ରକଳ୍ପ ଦିଗହରା

ରାଉରକେଲା ୩୦/୦୮: ଆଦିବାସୀ ବର୍ଗର  ମେଧାବୀଙ୍କୁ ଅତ୍ୟାଧୁନିକ ବୈଷୟିକ ପ୍ରଶିକ୍ଷଣ ଦେଇ  ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟରେ ଇସ୍ପାତ ନଗରୀ  ରାଉରକେଲାରେ ପରିକଳ୍ପନା କରାଯାଇଥିଲା ଟୁଲ୍‌ ରୁମ୍‌  ଟ୍ରେନିଂ ସେଣ୍ଟର । ୨୦୦ କୋଟିର ଏହି ବୃହତ୍‌ ପ୍ରକଳ୍ପ  ନିମନ୍ତେ ସବୁଜ ସଙ୍କେତ ଦେଇଥିଲେ କେନ୍ଦ୍ର ସରକାର ।  ଏଥିଲାଗି ୧୪.୫ ଏକର ଜମି ମଧ୍ୟ ହସ୍ତାନ୍ତର ସରିଛି ।  ହେଲେ ଦୀର୍ଘ ୪ବର୍ଷ ପରେ ବି ପ୍ରକଳ୍ପ ଜାଗାରେ ମାଟି  ଗାଣ୍ଡୁଆଏ ପଡ଼ିନି । କହିବାକୁ ଗଲେ ଭୂଇଁରୁ ଉଠିପାରିନି  ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ । ଆଉ ଲକ୍ଷାଧିକ ଆଦିବାସୀ ଛାତ୍ରଛାତ୍ରୀଙ୍କ ଆଶା ମଉଳିବାରେ ଲାଗିଛି ।  

ରାଉର୍‌କେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ  (ଏନ୍‌ଆଇଟି) ପଛପାଶ୍ୱର୍ କଣ୍ଟାଝରଠାରେ କେନ୍ଦ୍ର  ସରକାର ଏକ ଟୁଲ୍‌ ରୁମ୍‌ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା  କରିବାକୁ ଯୋଜନା କରିଥିଲେ । ଏହାର ଦାୟିତ୍ୱ  ନେଇଥିଲା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ  (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରଣାଳୟ । ୨୦୨୦ରେ ବିଧିବଦ୍ଧ  ଭାବେ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରାଯାଇଥିଲା ।  ପ୍ରକଳ୍ପରେ ମୋଟ୍‌ ୨୦୦ କୋଟି ଟଙ୍କା ବିନିଯୋଗ  କରାଯିବ ବୋଲି ସେତେବେଳେ କୁହାଯାଇଥିଲା ।  ରାଉରକେଲା ଭଳି ଗୁରୁତ୍ୱପୂର୍ଣ୍ଣ ସହରରେ ଏଭଳି  ପ୍ରକଳ୍ପକୁ ନେଇ ବେଶ୍‌ ଉତ୍ସାହିତ ହୋଇ ପଡ଼ିଥିଲେ  ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ।  କାରଣ ଟୁଲ୍‌ ରୁମ୍‌ ଟ୍ରେନିଂ ସେଣ୍ଟରରେ ସେମାନେ  ପ୍ରଶିକ୍ଷଣ ନେଇଥାଆନ୍ତେ । ଏହାପରେ କର୍ମନିୟୋଜନ  ଖୋଜିବା ଲାଗି ସେମାନଙ୍କୁ ଆଉ ସଂଘର୍ଷ କରିବାକୁ  ପଡ଼ିବନି ବୋଲି ସେମାନେ ଆଶା ବାନ୍ଧିଥିଲେ ।  ଏନ୍‌ଆଇଟି ଛାତ୍ରଛାତ୍ରୀ ମଧ୍ୟ ଏହି ପ୍ରକଳ୍ପରେ ଉପକୃତ  ହୋଇପାରନ୍ତେ । ସେମାନଙ୍କୁ ଅଧିକ ଜ୍ଞାନ ଆହରଣ  ପାଇଁ ସୁଯୋଗ ମିଳନ୍ତା ବୋଲି ସେମାନେ ଭାବିଥିଲେ । 

ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ ଆରମ୍ଭ ହେଲା  ଜାଗା ଖୋଜା । ବହୁ ତର୍ଜମା, ମାନସ ମନ୍ଥନ ପରେ  ଏନ୍‌ଆଇଟି ପାଶ୍ୱର୍ବର୍ତ୍ତୀ କଣ୍ଟାଝରଠାରେ ଷ୍ଟିଲ୍‌ ଅଥରିଟି  ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ଅଧୀନରେ ଥିବା  ୨୦ ଏକର ଜମିରେ ପ୍ରକଳ୍ପ କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା । ୨୦୨୦ରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ  ପରେ ସେଲ୍‌ କର୍ତ୍ତୃପକ୍ଷ ୨୦ ଏକର ଜମି ଏମ୍‌ଏସ୍‌ଏମ୍‌ଇ  ମନ୍ତ୍ରଣାଳୟକୁ ପ୍ରଦାନ କରିଥିଲେ । ଇତିମଧ୍ୟରେ ୧୪.୫  ଏକର ଜମି ହସ୍ତାନ୍ତର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି । ମାପଚୁପ ବେଳେ ଅବଶିଷ୍ଟ ଜମି ଜଙ୍ଗଲ ବିଭାଗ ଅଧୀନରେ ଥିବା  ଜଣାପଡ଼ିବା ପରେ ତାହା ହସ୍ତାନ୍ତର ହୋଇପାରି ନ ଥିଲା ।  ତଥାପି ହସ୍ତାନ୍ତର ହୋଇଥିବା ଜମିରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯିବାକୁ ଲକ୍ଷ୍ୟ ରଖାଯାଇ କାମ ଆରମ୍ଭ  ହେଲା । ଉକ୍ତ ଜମିକୁ ସିମେଣ୍ଟ ଖୁଣ୍ଟ ପୋତି ଆବଦ୍ଧ  କରାଯାଇଥିଲା । ସେଠାରେ ପ୍ରକଳ୍ପ ସମ୍ପର୍କିତ ଫଳକ ମଧ୍ୟ  ଲଗାଗଲା । ଆଶା କରାଯାଉଥିଲା ୨୦୨୨ କିମ୍ବା ୨୦୨୩ ସୁଦ୍ଧା ପ୍ରକଳ୍ପ ଶେଷ ହୋଇ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ।  

କେବଳ ଏତିକି ନୁହେଁ, ଟୁଲ୍‌ ରୁମ୍‌ ଟ୍ରେନିଂ ସେଣ୍ଟର  ପ୍ରତିଷ୍ଠା ହେଲେ ଏଠାରୁ ଉତ୍ପାଦିତ ଯନ୍ତ୍ରାଂଶ ଦେଶର  ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଯୋଗାଇ ଦିଆଯାଇଥାଆନ୍ତା ।  ଉନ୍ନତ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ପରୀକ୍ଷଣ,  ବୈଷୟିକ ଯନ୍ତ୍ରପାତିର ବିକାଶ ସହ ଦକ୍ଷତା ବିକାଶ  ମଧ୍ୟ ହୋଇପାରନ୍ତା । ସୁନ୍ଦରଗଡ଼ ଜିଲ୍ଲା ସମେତ ସମଗ୍ର  ପଶ୍ଚିମ ଓଡ଼ିଶା ପାଇଁ ଏହା ବଡ଼ ସୁଯୋଗ ହେବ ବୋଲି  ବୁଦ୍ଧିଜୀବୀ ଆଶା ରଖିଥିଲେ । ହେଲେ ୪ବର୍ଷ ଭିତରେ  ଫଳକ ଛଡ଼ା ଆଉ ସେଠାରେ ଇଟା ଖଣ୍ଡିଏ ମଧ୍ୟ  ପଡ଼ିନାହିଁ । ପୋତା ଯାଇଥିବା ସିମେଣ୍ଟ ଖୁଣ୍ଟଗୁଡ଼ିକ ମଧ୍ୟରୁ ଅଧିକାଂଶ ଚୋରି ହୋଇଗଲାଣି । ପ୍ରକଳ୍ପ ଅଗ୍ରଗତି ନେଇ  ବିଭିନ୍ନ ସଙ୍ଗଠନ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ  କରାଯାଇଥିଲେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ  ନିଆଯାଉନାହିଁ । ଏବେ କେନ୍ଦ୍ର ଓ ରାଜ୍ୟରେ ବିଜେପି  ସରକାର କ୍ଷମତାରେ ଅଛି । ତେଣୁ ପ୍ରକଳ୍ପ ତ୍ୱରାନ୍ୱିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ  ରାଉରକେଲାସ୍ଥିତ ଏମ୍‌ଏସ୍‌ଏମ୍‌ଇ ସହନିର୍ଦ୍ଦେଶକ ଦୀପକ  କୁମାର ନାୟକଙ୍କୁ ପଚରାଯିବାରେ ସେ ଜମି ଅଧିଗ୍ରହଣ  ହୋଇଥିବା ସ୍ୱୀକାର କରିଛନ୍ତି । ହେଲେ ଅନ୍ୟ କୌଣସି  ତଥ୍ୟ ତାଙ୍କ ପାଖରେ ନ ଥିବା ସେ କହିଛନ୍ତି। 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.