ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ

ସୁନ୍ଦରଗଡ଼,୧୩/୦୯: ସୁଭଦ୍ରା ଫର୍ମ ପୂରଣ କରିବା ପାଇଁ ଲାଞ୍ଚ ନେଉଥିଲେ ଜନସେବା କେନ୍ଦ୍ରର ପରିଚାଳକ । ଅଭିଯୋଗ ପରେ ଜନସେବା କେନ୍ଦ୍ରର ଭିଏଲଇଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ । ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅଙ୍କେଲବିରା ଜନସେବା କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ସୁଭଦ୍ରା ଫର୍ମ ପୂରଣ ପାଇଁ ସମସ୍ତ ଜନସେବା କେନ୍ଦ୍ରରେ ଲାଗି ରହିଛି ଭିଡ଼ । ଏହାର ଲାଭ ଉଠାଇବାକୁ ଯାଇ ଅଙ୍କେଲବିରା ଜନସେବା କେନ୍ଦ୍ରର ପରିଚାଳକ ଜଗହୋମ ପ୍ରଧାନ ନେଉଥିଲେ ଟଙ୍କା । ଫର୍ମ ପୂରଣ ପାଇଁ ହିତାଧିକାରୀଙ୍କ ଠାରୁ ୧୦୦ଟଙ୍କା ଲେଖାଏଁ ଲାଞ୍ଚ ନେଉଥିଲେ । ଏନେଇ କିଛି ହିତାଧିକାରୀ ହେମଗିର ଥାନାରେ ଜନସେବା କେନ୍ଦ୍ରର ଭିଏଲଇଙ୍କ ବିରୁଦ୍ଧରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଉକ୍ତ ଜନସେବା କେନ୍ଦ୍ରରେ ପହଞ୍ଚି ଜଗହୋମ ପ୍ରଧାନକୁ ପୋଲିସ ଗିରଫ କରିଛି । ଏଥି ସହିତ ସେଠାରେ ବ୍ୟବହାର କରାଯାଉଥିବା ସମସ୍ତ ମେସିନ ମଧ୍ୟ ଜବତ ଜବତ କରିଛି ପୋଲିସ । ଅନ୍ୟପଟେ ଏ ବିଷୟରେ ଖବର ପାଇ ହେମଗିର ବିଡିଓ ଉକ୍ତ ଜନସେବା କେନ୍ଦ୍ରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.