ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

କଟା ଗୋଡ଼ରେ ବିପିନଙ୍କ ଦମ୍ଭ, ଭିକ ମାଗିବିନି କି ହାତ ପତାଇବିନି...

ରାଉରକେଲା,୧୫/୦୯: ଟ୍ରଲି ରିକ୍ସାରେ ବୋହୁଥିଲେ ସାମଗ୍ରୀ । ଦିନସାରା ଝାଳବୁହା ପରିଶ୍ରମ ପରେ ଯାହା ମିଳୁଥିଲା ସେଥିରେ ଦୁଇଓଳି ଯୋଗାଡ଼ ହେଉଥିଲା ଦାନା । ଦୁଇବର୍ଷ ତଳେ ଗୋଡ଼  ଉପରେ ଚଢ଼ିଗଲା ଟ୍ରକ୍‌ । ଆଣ୍ଠୁ ତଳକୁ କଟାଗଲା ଗୋଡ଼ । ଯେଉଁ ଗୋଡ଼ରେ ପେଡାଲ ମାରି ଟ୍ରଲିକୁ ମାଇଲ୍‌ ମାଇଲ୍‌ ବାଟ ନେଇଯାଉଥିଲେ ସେଥିରେ ପଡ଼ିଛି ଯବନିକା । ଆରମ୍ଭ ହୋଇଛି ସଂଘର୍ଷମୟ  ଜୀବନ । ଦଇବର ଏତେ ବଡ଼ ଯନ୍ତ୍ରଣା ପରେ ବି  ଭାଙ୍ଗିନି ବିପିନ ମହାପାତ୍ରଙ୍କ ମନୋବଳ । ଏହି  ସ୍ୱାଭିମାନୀ ମଣିଷ ଜଣକ ହାତରେ ଥାଳ ଧରି ଭିକ୍ଷା ବୃତ୍ତି କରିବା ଅପେକ୍ଷା ପର ଦୋକାନ ବାରଣ୍ଡାରେ  ମୁଣ୍ଡ ଗୁଞ୍ଜିବାକୁ ଶ୍ରେୟସ୍କର ମଣିଛନ୍ତି । ‘ଦୟାର ପାତ୍ର  ହେବାକୁ ଚାହେଁ ନାହିଁ । କାମ ଯୋଗାଡ଼ କରିଦିଅ ।  କାମ କରି ଖାଇବି ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ।  ସମୟର ପ୍ରତିକୂଳ ସ୍ରୋତରେ ମଣିଷ ପଥଭ୍ରଷ୍ଟ  ହୋଇଯିବାର ଢେର୍‌ ଉଦାହରଣ ଅଛି । ହେଲେ  ଏ କ୍ଷେତ୍ରରେ ବିପିନ ବ୍ୟତିକ୍ରମ ।  

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କମାପଲ୍ଲୀ ଅଞ୍ଚଳର ବିପିନ । ବୟସ ୬୦ ଡେଇଁଲାଣି । ପରିବାର କହିଲେ ସେ ନିଜେ । ମାତ୍ର ୧୦ ବର୍ଷର ହୋଇଥିବାବେଳେ ପେଟପାଟଣା ତାଙ୍କୁ ଟାଣିଆଣିଲା  ରାଉର୍‌କେଲାକୁ । ପ୍ରଥମେ ଦୋକାନରେ କାମ  କଲେ । ସେଥିରୁ ସଞ୍ଚିତ ଅର୍ଥରେ ଏକ ଟ୍ରଲି ରିକ୍ସା  କିଣିଲେ । ୧୮ ବର୍ଷ ବୟସରୁ ଟ୍ରଲି ରିକ୍ସାରେ ଆଳୁ,  ପିଆଜ ସମେତ ଅନ୍ୟାନ୍ୟ ଜିନିଷ ରାଉରକେଲା  ମାର୍କେଟ୍‌ରୁ ଆଣି ଦୋକାନରେ ପହଞ୍ଚାଉଥିଲେ ।  ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜିନିଷ ବୁହାରେ  ଭଲ ଦୁଇ ପଇସା ରୋଜଗାର ହେଉଥିଲା ।  ସବୁକିଛି ଠିକ୍‌ଠାକ୍‌ ଚାଲିଥିବାବେଳେ ବିପିନଙ୍କ ମୁଣ୍ଡରେ ଛିଣ୍ଡିପଡ଼ିଲା ଦୁଃଖର ପାହାଡ଼ ।  

୨୦୨୨ରେ ବିପିନ ଏକ ସାଇକଲ୍‌ ଧରି  ଛେଣ୍ଡ ଆଡ଼କୁ ଯାଉଥିଲେ । ଛେଣ୍ଡର ବାଗବୁଡ଼ି  ବସ୍ତି ନିକଟ ରିଂରୋଡ୍‌ରେ ହଠାତ୍‌ ମାଡ଼ିଆସିଲା ଏକ ଟ୍ରକ୍‌ । ବାମଗୋଡ଼ରେ ଚଢ଼ିଗଲା ଗାଡ଼ି  ଚକ । ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା  ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ଗୋଡ଼ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଆଣ୍ଠୁ  ତଳକୁ କାଟିବାକୁ ପଡ଼ିଲା । ୨ମାସ ଧରି ଚିକିତ୍ସିତ  ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଆଣି  ସେକ୍ଟର-୫ ମାର୍କେଟ୍‌ରେ ଛାଡ଼ି ଦେଇଥିଲେ ।  ହେଲେ ଦିବ୍ୟାଙ୍ଗ ପାଲଟି ସାଜିଥିବା ବିପିନ ସେତେବେଳକୁ ହୋଇପଡ଼ିଥିଲେ ସମ୍ପୂର୍ଣ୍ଣ  ଅସହାୟ । ଏକଦା ରୋଜଗାର କରି ଦୁଇ ଓଳି  ପେଟପୂରା ଖାଉଥିବା ମଣିଷ ଏବେ ଦୁଇ ଓଳି ଖାଇବା ଯୋଗାଡ଼ କରିବାକୁ ସଂଘର୍ଷ କରୁଛି ।  

ରାଉରକେଲାରେ ଦୀର୍ଘବର୍ଷର ରହଣି ଭିତରେ  ଘରଖଣ୍ଡିଏ ଯୋଗାଡ଼ କରିପାରି ନ ଥିବାରୁ ତାଙ୍କ  ଠିକଣା ପାଲଟିଛି ସେକ୍ଟର-୫ସ୍ଥିତ ମାର୍କେଟ୍‌ ବାରଣ୍ଡା । ଅନ୍ୟପଟେ ଆଧାର କାର୍ଡ କି ଭୋଟର  ପରିଚୟ ପତ୍ର ନ ଥିବାରୁ ତାଙ୍କୁ ମିଳୁନାହିଁ ଦିବ୍ୟାଙ୍ଗ  ଭତ୍ତା । ଟ୍ରାଇ ସାଇକଲ୍‌ ପାଇଁ ସେ ଅନେକଥର  ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟକୁ  ଯାଇଛନ୍ତି । ସବୁଥର ତାଙ୍କୁ କାଗଜପତ୍ର ମଗାଯାଇଛି । ମିଛ ଆଶ୍ୱାସନା ହିଁ ମିଳିଛି । 

ରାଉରକେଲାରେ ଘର  ନାହିଁ କି ଜାଗା ନାହିଁ । ଆଧାରକାର୍ଡ କି ଭୋଟର ପରିଚୟ  ପତ୍ର କେଉଁଠୁ ଆଣିବେ ବୋଲି କହିଛନ୍ତି ବିପିନ୍‌। ବିପିନ୍‌ଙ୍କ ଏଭଳି ଅବସ୍ଥାରେ ପରେ ମାର୍କେଟ୍‌ର  ଦୋକାନୀମାନେ ସାଜିଛନ୍ତି ତାଙ୍କ ପରିବାର ସଦସ୍ୟ ।  ସହଯୋଗର ହାତ ବଢ଼ାଇଛନ୍ତି । ଖାଇବାକୁ ବି  ଦେଉଛନ୍ତି । ହେଲେ କାହା ଦୟାର ପାତ୍ର ହେବାକୁ  କୁଣ୍ଠାବୋଧ କରୁଛନ୍ତି ବିପିନ । ଦୋକାନୀମାନେ  ଖାଇବାକୁ ଦେଲେ ଖାଉଛନ୍ତି ସତ, କିନ୍ତୁ କେହି ଟଙ୍କା  ଦେଲେ ଫେରାଇ ଦେଉଛନ୍ତି । ବିପିନ କୁହନ୍ତି, କାମ  ଯୋଗାଡ଼ କରିଦିଅ । ନିଜେ ଖଟି ଖାଇବି । ଅସହାୟ ବିପିନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଲାଗି  ସ୍ଥାନୀୟ ଦୋକାନୀ ପ୍ରଶାସନକୁ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.