ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର

ବଣାଇ,୦୮/୦୯: ବୋଲେରୋ ଗାଡ଼ି ଭିତରୁ ଦୁଇଟି ଗାଈ ଏବଂ ଗୋଟିଏ ଷଣ୍ଢ ଉଦ୍ଧାର କଲା କୋଇଡ଼ା ବନ ବିଭାଗ । ଦୁର୍ବୃତ୍ତମାନେ ବୋଲେରୋ ଗାଡ଼ିରେ ଦୁଇଟି ଗାଈ ଏବଂ ଗୋଟିଏ ଷଣ୍ଢକୁ ଚୋରି କରି ନେଉଥିଲେ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ନିକଟସ୍ଥ ଭଞ୍ଜପାଲି ଛକ ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, କିଛି  ବୋଲେରୋ ଗାଡ଼ିର ମଝି ସିଟ୍ ଏବଂ ପଛ ସିଟ୍‌କୁ ଉଠାଇ ସେଥିରେ କୋଇଡ଼ା ବଜାରରୁ ଦୁଇଟି ଗାଈ ଏବଂ ଗୋଟିଏ ଷଣ୍ଢକୁ ଭର୍ତି କରି ଚୋରି କରି ନେଉଥିଲେ । ଭାଞ୍ଜପାଲି ଛକ ନିକଟରେ ହାତୀ ପାଇଁ ବନ ବିଭାଗ ନାଇଟ୍ ପେଟ୍ରୋଲିଂ କରୁଥିଲା । ଏହି ସମୟରେ ସନ୍ଦେହ ହେବାରୁ ଗାଡ଼ିଟିକୁ ଅଟକାଇଥିଲେ ବନ ବିଭାଗର କର୍ମଚାରୀ । ଗାଡ଼ିଟିକୁ ଅଟକାଇବାରୁ ଦୁର୍ବୃତ୍ତ ମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରେ ନିକଟସ୍ଥ ଗ୍ରାମବାସୀଙ୍କ ସହାୟତାରେ ଗାଈ ଏବଂ ଶଣ୍ଢକୁ ଉଦ୍ଧାର କରିଥିଲା ବନ ବିଭାଗ । ପରେ ଏହି ଘଟଣା ସମ୍ପର୍କରେ କୋଇଡା ପୋଲିସକୁ ଖବର ଦେଇଥିଲା ବନ ବିଭାଗ । ଖବର ପାଇ ଘଟଣାସ୍ଥଳରେ କୋଇଡ଼ା ପୋଲିସ ପହଞ୍ଚିଥିଲା । ଘଟଣାସ୍ଥଳରେ କୋଇଡ଼ା ପୋଲିସକୁ ବୋଲେରୋ ଗାଡ଼ି ହସ୍ତାନ୍ତର କରିଥିଲା କୋଇଡ଼ା ବନ ବିଭାଗ । ଏଥି ସହିତ ଘଟଣାର ତଦନ୍ତ ଆରମ୍ଭ କରି ଉକ୍ତ ଦୁର୍ବୃତ୍ତମାନଙ୍କୁ ଖୋଜୁଛି ପୋଲିସ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.