ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଏନ୍ତୁଡ଼ିଶାଳରେ ହକି ବଢ଼ିବ କେମିତି? ଓଡ଼ିଆ ଖେଳାଳି, ଅଣ ଓଡ଼ିଆ କୋଚ୍‌ ଦେଉଛନ୍ତି ପ୍ରଶିକ୍ଷଣ

ସୁନ୍ଦରଗଡ଼,୨୯/୦୮: ଓଡ଼ିଆ ଖେଳାଳି। କୋଚ୍‌  କିନ୍ତୁ ଅଣ ଓଡ଼ିଆ । କୋଚ୍‌ଙ୍କ କଥା ବୁଝିପାରୁନାହାନ୍ତି ଖେଳାଳି କି ଖେଳାଳିଙ୍କ କଥା ବୁଝିପାରୁନାହାନ୍ତି  କୋଚ୍‌ । ସବୁକିଛି ଚାଲିଛି ଠାରରେ । ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା କ୍ରାଡ଼ା  ଛାତ୍ରାବାସରେ ଏଭଳି ଭାଷାଗତ ବୈଷମ୍ୟ କୋଚ୍‌ ଏବଂ  ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ସୃଷ୍ଟି କରୁଛି ଦୂରତ୍ୱ । ଏଥିରେ  ପ୍ରତିଭାବାନ୍‌ ହକି ଖେଳାଳିଙ୍କ ପ୍ରଶିକ୍ଷଣ ଗୁରୁତ୍ୱର ପ୍ରଭାବିତ ହେଉଥିବାବେଳେ ଜାତୀୟସ୍ତରରେ ଜିଲ୍ଲାର  ହକି ଖେଳାଳିଙ୍କ ପ୍ରତିନିଧିତ୍ୱ ମଧ୍ୟ ବର୍ଷକୁ ବର୍ଷ ହ୍ରାସ  ପାଉଛି । ସ୍ଥିତି ଏମିତି ହେଲାଣି ଯେ ସଂଖ୍ୟା ଏକ୍‌କୁ  ଖସିଆସିଲାଣି । ଏଭଳି ସ୍ଥଳେ ସୁନ୍ଦରଗଡ଼ରେ ହକି କେମିତି ବଢ଼ିବ ତାହାକୁ ନେଇ ସୃଷ୍ଟି ହୋଇଛି ଅନେକ  ପ୍ରଶ୍ନ ।  ଗୁରୁବାର ଦେଶ ହକି କିମ୍ବଦନ୍ତୀ  ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀକୁ ଜାତୀୟ କ୍ରୀଡ଼ା ଦିବସ  ଭାବେ ପାଳନ କରୁଥିବାବେଳେ ହକିଗଡ଼ର ଏଭଳି  ସ୍ଥିତିକୁ ନେଇ ପୁରୁଖା ଖେଳାଳି କ୍ଷୋଭବ୍ୟକ୍ତ କରିଛନ୍ତି । 

ସୁନ୍ଦରଗଡ଼ ଜିଲ୍ଲାର ପ୍ରତିଭାବାନ୍‌ ଖେଳାଳି  ଭାରତୀୟ ହକି ଦଳରେ ସ୍ଥାନ ପାଇବାକୁ ସଂଘର୍ଷ  କରୁଛନ୍ତି । ଏକଦା ଭାରତୀୟ ହକି ଦଳରେ ଜିଲ୍ଲାରୁ ୩ରୁ  ୪ ଜଣ ନିୟମିତ ସାମିଲ୍‌ ହେଉଥିଲେ । ଏବେ ଅମିତ ରୋହିଦାସ ଜଣେ ମାତ୍ର ରହିଛନ୍ତି । ଏଭଳି ସ୍ଥିତିରେ ସୁନ୍ଦରଗଡ଼ସ୍ଥିତ ହକି ଛାତ୍ରାବାସ ବନ୍ଦ ହୋଇଯାଇଛି । ସେଠାରୁ ରହୁଥିବା ୩୦ ଜଣ ଖେଳାଳିଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି । ଏବେ ଏଥିରେ ଯୋଡ଼ିହୋଇଛି ନୂଆ ସମସ୍ୟା । ଏଠାରେ ପୁରୁଷ ଏବଂ ମହିଳା ହକି ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବାକୁ ୪ଜଣ କୋଚ୍‌ ନିଯୁକ୍ତ  ହୋଇଛନ୍ତି । ସମସ୍ତେ ରାଜସ୍ଥାନ ଏବଂ ହରିୟାଣାର । ସେମାନେ ପ୍ରଶିକ୍ଷଣ ବେଳେ ଇଂଲିଶ ଭାଷା ବ୍ୟବହାର କରୁଛନ୍ତି । ବିଦେଶୀ ଭାଷାରେ ଟେକ୍‌ନିକ୍‌ ବୁଝାଉଛନ୍ତି । ଯାହାକୁ ବୁଝିପାରୁନାହାନ୍ତି ଖେଳାଳି । ଏହା ପ୍ରଶିକ୍ଷଣ  ପ୍ରକ୍ରିୟା ଏବଂ ଦକ୍ଷତା ଉଭୟକୁ ପ୍ରଭାବିତ କରୁଛି । 

ସୂଚନାଯୋଗ୍ୟ, ୨୦୦୪ରେ ସୁନ୍ଦରଗଡ଼ ଓ  ରାଉରକେଲାଠାରେ ଦୁଇଟି ହକି ଛାତ୍ରାବାସ ପ୍ରତିଷ୍ଠା  କରାଯାଇଥିଲା । ସୁନ୍ଦରଗଡ଼ ହକି ଛାତ୍ରାବାସରେ ୧୫  ବାଳିକା ଓ ୩୦ ବାଳକ ରହିବା ବ୍ୟବସ୍ଥା କରାଯାଇଥିଲା ।  ରାଉରକେଲାରେ ଉଭୟ ବାଳକ ଏବଂ ବାଳିକାଙ୍କୁ  ମିଶାଇ ୧୪୫ ଜଣ ରହୁଥିଲେ । ୨୦୨୧ରେ ସୁନ୍ଦରଗଡ଼  ଛାତ୍ରାବାସରୁ ସମସ୍ତ ବାଳକ କ୍ରୀଡ଼ାବିତ୍‌ଙ୍କୁ ରାଉରକେଲାକୁ  ସ୍ଥାନାନ୍ତର କରାଯାଇଛି । ଏବେ ରାଉରକେଲାରେ  ୧୭୫ ଜଣ ପ୍ରଶିକ୍ଷାର୍ଥୀ ରହୁଛନ୍ତି । ଦୁଇ ଛାତ୍ରାବାସର  ଅଧିକାରୀମାନେ ଗ୍ରାମାଞ୍ଚଳକୁ ଯାଇ ଖେଳାଳି ଚୟନ କରି  ଛାତ୍ରାବାସକୁ ଆଣିଥାନ୍ତି । ସେମାନଙ୍କୁ ପାଠ ପଢ଼ାଇବା ସହ ପ୍ରଶିକ୍ଷଣ ଦେଇ ଆସୁଥିଲେ । ପ୍ରତିବର୍ଷ ରାଜ୍ୟ ଓ  ଦିଲ୍ଲୀରେ ଆୟୋଜିତ ସବ୍‌-ଜୁନିୟର ନେହରୁ କପ୍‌ ହକି  ପ୍ରତିଯୋଗିତାରେ ଏଠାକାର ପ୍ରଶିକ୍ଷାର୍ଥୀମାନେ ଭାଗ ନେଇ  ଚମତ୍କାର ପ୍ରଦର୍ଶନ କରୁଥିଲେ । 

ସୁନ୍ଦରଗଡ଼ ଛାତ୍ରାବାସର  ଜୁନିୟର ଦଳ ଲଗାତର ୩ବର୍ଷ ଧରି ନେହରୁ କପ୍‌  ଚାମ୍ପିଅନ୍‌ ହୋଇ ରାଜ୍ୟକୁ ଗର୍ବିତ କରିଥିଲା । ନେହରୁ  କପ୍‌ ଖେଳି ସୁନ୍ଦରଗଡ଼ ଛାତ୍ରାବାସର ଆନନ୍ଦ ଲାକ୍ରା,  ସାହିଲ ନାଏକ, ବେକ୍‌ ସୋଲଯୋର ହରୋ ପ୍ରମୁଖ  ଜାତୀୟ ଜୁନିଅର ଦଳରେ ସ୍ଥାନ ପାଇଥିଲେ । କରୋନା  ପରେ ନେହରୁ କପ୍‌ ବନ୍ଦ ହୋଇଯାଇଛି । ଫଳରେ  ସୁନ୍ଦରଗଡ଼ ଖେଳାଳି ଜାତୀୟ ଚୟନକର୍ତ୍ତାଙ୍କ ଦୃଷ୍ଟି  ଆକର୍ଷଣ କରିବାରେ ସଫଳ ହୋଇପାରୁନାହାନ୍ତି । ରାଉରକେଲାରେ ସବ୍‌-ଜୁନିଅର ବର୍ଗର ଖେଳାଳି ଏକାଠି  ରହୁଛନ୍ତି । ସେମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ  ଖେଳ ଭାବନା ଜାଗ୍ରତ ହେଉନି । ତେଣୁ ଜାତୀୟ  ଦଳରେ ସ୍ଥାନ ପାଇବା ଭଳି ଦକ୍ଷତା ଥିବା ଖେଳାଳି  ସୃଷ୍ଟି ହେଉନାହାନ୍ତି । ଅନ୍ୟପକ୍ଷରେ ଟାଟାରେ ଟାଟା କମ୍ପାନି  ନୋଡାଲ ହକି ଏକାଡେମୀ ପ୍ରତିଷ୍ଠା କରି ସୁନ୍ଦରଗଡ଼  ହକି ଛାତ୍ରାବାସରୁ ବଛା ବଛା ଖେଳାଳିଙ୍କୁ ନେଉଛି । ସେଠାରେ ତାଲିମ ଦେଇ ଟାଟା ନାମରେ ନେହରୁ କପ୍‌  ପ୍ରତିଯୋଗିତାକୁ ପଠାଉଛି । ସୁନ୍ଦରଗଡ଼ର ଖେଳାଳି ଟାଟା  ଦଳରେ ସ୍ଥାନ ପାଇ ମୈଦାନକୁ ଓହ୍ଲାଉଛନ୍ତି ।  

ଏସବୁ ସମସ୍ୟା ଭିତରେ ଏବେ ଯାହା ମୁଖ୍ୟ  ପ୍ରତିବନ୍ଧକ ସାଜିଛି³ ତାହା ହେଉଛି କୋଚ୍‌ଙ୍କ ଭାଷା ।  ରାଉରକେଲା ଛାତ୍ରାବାସରେ ପ୍ରଶିକ୍ଷଣ ପାଇଁ ରାଜସ୍ଥାନ  ଏବଂ ହରିୟାଣାର ୪ଜଣ କୋଚ୍‌ଙ୍କୁ ନିଯୁକ୍ତି ଦିଆଯାଇଛି ।  ଅଣ ଓଡ଼ିଆ କୋଚ୍‌ମାନେ ମୁଖ୍ୟତଃ ଇଂଲିଶ ଭାଷାରେ  କଥା ହେଉଛନ୍ତି । ଏହାକୁ ସ୍ଥାନୀୟ ଖେଳାଳି ବୁଝି  ପାରୁନାହାନ୍ତି । ସେମାନେ ଯେଉଁ କୌଶଳ ବିଷୟରେ  ଶିଖାଉଛନ୍ତି, ତାହାକୁ ଧରିପାରୁନାହାନ୍ତି । କୋଚ୍‌ ଓ  ଖେଳାଳିଙ୍କ ମଧ୍ୟରେ ସମନ୍ୱୟ ରହିପାରୁନି । ସରକାର  ଯେତେ ଟଙ୍କା ଖର୍ଚ୍ଚ କଲେ ବି ମୂଳ ସମସ୍ୟାକୁ ସମଧାନ  କରା ନ ଗଲେ ଜିଲ୍ଲାରୁ ହକି ମରିଯିବ ବୋଲି ଜଣେ  ପୂର୍ବତନ କୋଚ୍‌ ନାମ ଗୋପନ ରଖି କହିଛନ୍ତି । ନିକଟରେ  ରାଉରକେଲା ହକି ଛାତ୍ରାବାସକୁ ରଘୁନାଥପାଲ୍ଲି ବିଧାୟକ  ଦୁର୍ଗାଚରଣ ତନ୍ତୀ ପରିଦର୍ଶନରେ ଯାଇଥିବାବେଳେ  ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ଅସୁବିଧା କହିଥିଲେ ।  ତାଲିମରେ ହେଉଥିବା ସମସ୍ୟା, ପୁଷ୍ଟିକର ଖାଦ୍ୟ  ଦିଆଯାଉ ନ ଥିବା ଅଭିଯୋଗ କରିଥିଲେ । ଏହାକୁ  ନେଇ ବିଧାୟକ କ୍ଷୋଭ ବ୍ୟକ୍ତ କରିବା ସହ ଖୁବ୍‌ଶୀଘ୍ର  ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ । 

ଏ ସମ୍ପର୍କରେ ରାଉରକେଲା ହକି ଛାତ୍ରାବାସର  ଡେପୁଟି ଡାଇରେକ୍ଟର ସୁଦୀପ୍ତ ନାଏକ କୁହନ୍ତି,  ରାଉରକେଲା ହକି ଛାତ୍ରାବାସରେ ନିଯୁକ୍ତି ପାଇଥିବା  କୋଚ୍‌ ହରିୟାଣା ଓ ରାଜସ୍ଥାନର । ସେମାନେ  ଇଂଲିଶରେ କଥାବାର୍ତ୍ତା ହେଉଛନ୍ତି । ଖେଳାଳି ଏବଂ  କୋଚ୍‌ଙ୍କ ମଧ୍ୟରେ ସମନ୍ୱୟ ରଖିବାକୁ ଆଞ୍ଚଳିକ କୋଚ୍‌  ରହୁଛନ୍ତି । ହେଲେ ପ୍ରଶିକ୍ଷଣ ପ୍ରଭାବୀ ହୋଇପାରୁନାହିଁ  ବୋଲି ସେ ସ୍ୱୀକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.