ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ହକିର ଗୁରୁଦ୍ରୋଣ ଡାମିନିକ, ବିନା ପାଉଣାରେ ୭୪ବର୍ଷରେ ଦେଉଛନ୍ତି ପ୍ରଶିକ୍ଷଣ

ରାଜଗାଙ୍ଗପୁର,୦୫/୦୯: ମନରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ, କୌଣସି କାର୍ଯ୍ୟ କରିବାକୁ ବୟସ କେବେ ବାଧା ସାଜେ ନାହିଁ ।  ନିଜ ଭିତରେ ଥିବା ଉତ୍ସାହ, ମନୋବଳ ହିଁ କାର୍ଯ୍ୟର ସଫଳତାକୁ ଦର୍ଶାଇଥାଏ । ଯେଉଁ ବୟସରେ ଲୋକେ ଅଣ୍ଟା ସଳଖି ଛିଡ଼ା ହୋଇପାରନ୍ତି ନାହିଁ, ସେହି ବୟସରେ ଦିନକୁ ଦୁଇ ବେଳା ଗାଁ  ପିଲାଙ୍କୁ ହକି ପ୍ରଶିକ୍ଷଣ ଦେଉଛନ୍ତି । ତାହା ପୁଣି ବିନା ମୂଲ୍ୟରେ ।  ଆର୍ଥିକ ଅଭାବ ଅନଟନରେ ନିଜେ ସଳିତା ଭଳି ଜଳି ଅନ୍ୟକୁ  ଆଲୋକର ବାଟ ଦେଖାଉଥିବା ଏହି ମଣିଷ ଜଣକ ହେଉଛନ୍ତି  ହକିର ଗୁରୁଦ୍ରୋଣ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କୁକୁଡ଼ା  ଗ୍ରାମର ଗୀର୍ଜାପଡା ନିବାସୀ ୭୪ବର୍ଷୀୟ ଡାମିନିକ ଟପ୍ପୋ । 

ସତେ ଯେପରି ହକି ପାଇଁ ତାଙ୍କ ଜନ୍ମ । ନିଜ ପାଇଁ କିଛି କରି ନାହାନ୍ତି କିନ୍ତୁ  ହକିର ଉନ୍ନତି ପାଇଁ ନିଜର ଜୀବନ ଉତ୍ସର୍ଗୀକୃତ କରିବା ସହ ଜମି ବନ୍ଧା ପକାଇବା ସହ ଜମିର ଶାଗୁଆନ ଗଛ ବିକି ସେହି  ଅର୍ଥରେ ସୃଷ୍ଟି କରିଛନ୍ତି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ହକି  ତାରକା । ଏହି ତାଲିକାରେ ଲିଲିମା ମିଞ୍ଜ, ଅନୁପା ବାର୍ଲା, ଜୀବନ  କିଶୋରୀ ଟପ୍ପୋ, ଫିଲିସିଆ ଟପ୍ପୋ, ନିକିତା ଟପ୍ପୋ, ଦୀପି ମାନିକା  ଟପ୍ପୋ, ସୋନାଲିକା ଟପ୍ପୋ, ପୂଜା ସାହୁ, ସୁମିତ ଟପ୍ପୋ, ସୁଜାତା  କୁଜୁର, ଅଞ୍ଜଳି ବରୁଆ ଓ ସୁଶୀଲ ଖାଲକା ଭଳି ଅନେକ ହକି  ତାରକାଙ୍କ ନାମ ରହିଛି । 

ଡାମିନିକଙ୍କ ଛୋଟ ବେଳୁ ହକି ଖେଳାଳି ହେଇ ରାଜ୍ୟ ତଥା ଦେଶ ପାଇଁ ଖେଳିବାକୁ ଲକ୍ଷ୍ୟ ରଖିଥିଲେ ।  କିନ୍ତୁ ସେ ସମୟରେ ଅର୍ଥ ସାଜିଥିଲା ବାଧକ । ଏପରି ପରିସ୍ଥିତି  ଥିଲା ଯେ, ହକି ଷ୍ଟିକଟିଏ କିଣିବାକୁ ମଧ୍ୟ ପଇସା ନଥିଲା । ନିଜେ  ଖେଳାଳି ହୋଇପାରିଲେ ନାହିଁ ସତ କିନ୍ତୁ ସଂସାର ଜଞ୍ଜାଳରୁ  ସମୟ ବାହାର କରି ଗାଁର ଛୋଟ ଛୋଟ ପିଲାଙ୍କୁ ହକି ତାଲିମ  ଦେବାକୁ ବାହାରି ପଡ଼ିଥିଲେ । ଗାଁର ଟାଙ୍ଗରା ଅସମତୁଲ ଭୂଇଁରୁ  ପ୍ରଶିକ୍ଷଣ ଦେବା ଆରମ୍ଭ କଲେ । ଧୀରେ ଧୀରେ ପିଲାଙ୍କ ଖେଳ  ପ୍ରତି ଆଗ୍ରହ ଦେଖି ସେ ମଧ୍ୟ ଆହୁରି ଉନ୍ନତଧରଣର ପ୍ରଶିକ୍ଷଣ  ଦେବା ପାଇଁ ଚିନ୍ତା କରିଥିଲେ । କିନ୍ତୁ ଏଥିଲାଗି ଅର୍ଥ  ଆବଶ୍ୟକ ଥିଲା । କିନ୍ତୁ ସେ ଏଥିପ୍ରତି ଚିନ୍ତା ନ  କରି ଆବଶ୍ୟକ ଅର୍ଥ ପାଇଁ ପୈତୃକ ଜମିରେ  ଥିବା ଶାଗୁଆନ ଗଛ ବିକି ଦେବା ସହ ଜମିକୁ  ଶେଷରେ ବନ୍ଧା ପକାଇ ଦେଲେ । ୯ବର୍ଷ ତଳେ  ପତ୍ନୀକୁ ହରାଇଥିଲେ । ଏଥିସହ ଜୀବନର ଅନେକ  ବାଧାବିଘ୍ନ ସତ୍ତେ୍ୱ ନିଜ ଲକ୍ଷ୍ୟରୁ କେବେ ବିଚ୍ୟୁତ ହୋଇ  ନଥିଲେ । ପିଲାଙ୍କୁ ହକି ତାଲିମ ଦେବା ବନ୍ଦ ପଡିନ ଥିଲା ।  ଯାହା ଆଜି ବି ଚାଲିଛି । ୭୪ବର୍ଷ ବୟସରେ ଆଜି ମଧ୍ୟ  ଗ୍ରାମ ନିକଟରେ ଥିବା ବିହାବନ୍ଧ ଟୋନାଟୋଲି ସ୍କୁଲ  ପଡ଼ିଆରେ ପିଲାଙ୍କୁ ହକି ତାଲିମ ଦେଉଛନ୍ତି । ସ୍ଥାନୀୟ  ଅଞ୍ଚଳର ୨୦ ଜଣ ପିଲାଙ୍କୁ ନେଇ ମୋଟ ୪୦  ଜଣଙ୍କୁ ସକାଳ ଓ ସନ୍ଧ୍ୟାରେ ଦୁଇ ଘଣ୍ଟା  ତାଲିମ ଦିଅନ୍ତି। ଏହାବ୍ୟତୀତ ଦୂର ଦୂରାନ୍ତରୁ ଆସୁଥିବା ଅନେକ  ପିଲାଙ୍କୁ ସପ୍ତାହରେ ଦୁଇ ଦିନ ପ୍ରଶିକ୍ଷିତ କରିବାରେ ସହଯୋଗ  କରନ୍ତି । 

ଡାମିନିକଙ୍କ ପ୍ରଶିକ୍ଷଣ ଶୈଳୀ ନିଆରା ହୋଇଥିବାରୁ  ପିଲାମାନେ ମଧ୍ୟ ଶିଖିବାରେ ସହଜ ଅନୁଭବ କରିବା ସହ  ଗୁରୁ ଭଳି ମାନନ୍ତି । ଏ ନେଇ ଡାମିନିକ କହିଛନ୍ତି, ବିଗତ  ବର୍ଷରେ ହକି ପାଇଁ ସରକାର କରିଥିବା ବିଭିନ୍ନ ଯୋଜନା ସହ  ବିଶେଷ କରି ବିଶ୍ୱକପର ଆୟୋଜନ ସମେତ ବ୍ଲକ ସ୍ତରରେ  ଅଷ୍ଟ୍ରୋଟର୍ଫ ପଡ଼ିଆ ନିର୍ମାଣ ସ୍ୱାଗତଯୋଗ୍ୟ । ଏହାଦ୍ୱରା ଆହୁରି  ଗ୍ରାମାଞ୍ଚଳର ପିଲାମାନେ ଅଧିକ ଲାଭବାନ ହୋଇପାରିବେ  ବୋଲି ଆଶା ବାନ୍ଧିଛନ୍ତି । ହକିରେ ଭାରତ ବ୍ରୋଞ୍ଜ ପଦକ  ଜିତିଥିବାରୁ ଅତ୍ୟନ୍ତ ଖୁସି ଲାଗୁଛି । ଏଥିପାଇଁ  ସମସ୍ତ ହକି ଖେଳାଳିଙ୍କୁ ଶୁଭେଚ୍ଛା । କେବଳ  ବାର୍ଦ୍ଧକ୍ୟ ଭତ୍ତାରେ ଗୁଜୁରାଣ ମେଣ୍ଟାଉଥିବା  ଡାମିନିକ କିନ୍ତୁ ପିଲାଙ୍କ ଠାରୁ ହକି  ତାଲିମ ବାବଦରେ କୌଣସି  ପାରିଶ୍ରମିକ ନିଅନ୍ତି ନାହିଁ । ଆର୍ଥିକ  ଅଭାବ ଅନଟନ ଭିତରେ ନିଜର  ସର୍ବସ୍ୱ ହରାଇ ଦେଇଥିବା ଡାମିନିକ  ହକି ପାଇଁ କିନ୍ତୁ ନୂତନ ଦିଗନ୍ତ ନୂତନ  ଆଶା ସୃଷ୍ଟି କରି ଚାଲିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.