ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

୮୧ ବର୍ଷ ପୁରୁଣା ରହସ୍ୟ ଉପରୁ ଉଠିଲା ପରଦା, ଦ୍ୱିତୀୟ ବିଶ୍ୱଯୁଦ୍ଧର ବ୍ରିଟିଶ ବୁଡାଜାହାଜ ଠାବ

ନୂଆଦିଲ୍ଲୀ,୧୭/୧୦: ବୈଜ୍ଞାନିକମାନେ ୮୧ ବର୍ଷ ପୁରୁଣା ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ସମୁଦ୍ର ତଳେ ଏକ ନିଖୋଜ ବୁଡ଼ାଜାହାଜର ଅବଶେଷ କରିଛନ୍ତି ଚିହ୍ନଟ  । ତେବେ ୧୯୪୩ ମସିହା ୨ୟ ବିଶ୍ୱଯୁଦ୍ଧ ସମୟରେ ରହସ୍ୟମୟ ଢଙ୍ଗରେ ନିଖୋଜ ହୋଇଯାଇଥିବା ବ୍ରିଟିଶ ବୁଡ଼ାଜାହାଜ HMS ଟ୍ରୁପେରକୁ ସମୁଦ୍ର ତଳୁ ଖୋଜାଯାଇଛି । ଗ୍ରୀସର କାଲାମୋସ ଦ୍ୱୀପ ନିକଟରେ ଏଜିଅନ୍‌ ସମୁଦ୍ରର ୭୭୦ ଫୁଟ ଗଭୀରରେ ଏହା ଚିହ୍ନଟ ହୋଇଛି ।

HMS ଟ୍ରୁପେର N91 ରୂପେ ପରିଚିତ ଥିଲା । ବୁଡ଼ାଜାହାଜ ଏକ ସିକ୍ରେଟ୍ ମିଶିନରେ ୧୯୪୩ ଅକ୍ଟୋବରରେ ଯାତ୍ରା ଆରମ୍ଭ କରିଥିଲା । ଉଦ୍ଦେଶ୍ୟ ଥିଲା ତିନି ଗ୍ରୀକ୍ ରେଜିସଣ୍ଟାନ୍ସ ଏଜେଣ୍ଟ୍ସଙ୍କୁ କାଲାମୋସ ଦ୍ୱୀପରେ ପହଞ୍ଚାଇବା । କିନ୍ତୁ ସେହି ସମୟରେ ଏଜିୟନ ସାଗରରେ ପାଟ୍ରୋଲିଂ ପାଇଁ ଜାହାଜକୁ ନିର୍ଦ୍ଦେଶ ଆସିଲା।କିନ୍ତୁ ପରେ ଜଣାପଡ଼ିଲା, ଜର୍ମାନୀ ସୈନ୍ୟ ପୂର୍ବରୁ ସମୁଦ୍ରରେ ବାରୁଦ ସୁଡ଼ଙ୍ଗ ବିଛାଇଥିଲେ ।  ଏହା ପରେ ବୁଡ଼ାଜାହାଜଟି ନିଖୋଜ ହୋଇଗଲା । ୧୯୪୩, ଅକ୍ଟୋବର ୧୭ ତାରିଖରେ ତାହା ବିରୁଟ୍‌ଠାରେ ନ ପହଞ୍ଚିବାରୁ ଏଥିରେ ଥିବା ସମସ୍ତ ୬୪ ଜଣ ଚାଳକଦଳ ସଦସ୍ୟଙ୍କୁ ମୃତ ବୋଲି ମାନି ନିଆଗଲା ।ଗ୍ରୀକ୍ ଅଣ୍ଡରୱାଟର୍ ବିଶେଷଜ୍ଞ କୋସତାସ ଥୋକ୍ଟାରାଇଡ୍ସ ବର୍ତ୍ତମାନ ଟ୍ରୁପରର ଭଗ୍ନାବଶେଷ ଚିହ୍ନଟ କରିଛନ୍ତି । ଇକାରିଆନ୍ ସମୁଦ୍ର କ୍ଷେତ୍ରରେ ଡୋନୋସାର ସେଣ୍ଟ୍ରାଲ ଏଜିଅନ୍ ଦ୍ୱୀପର ଉତ୍ତରରେ ଏହା ଚିହ୍ନଟ ହୋଇଛି । 

ଏହି ସମୁଦ୍ର ସର୍ବଦା ଶକ୍ତିଶାଳୀ ପବନ, ତରଙ୍ଗ ଏବଂ ପାଣିତଳେ ଶକ୍ତିଶାଳୀ ସ୍ରୋତ ଭଳି ଖରାପ ଜଳବାୟୁ ଦ୍ୱାରା ପ୍ରଭାବିତ । କୋସତାସ କହିଛନ୍ତି, ଏ ସମସ୍ତ ବିପରୀତ ସ୍ଥିତି ମଧ୍ୟରେ ନିୟନ୍ତ୍ରଣ ରକ୍ଷା କରି ଦିଗ ନିର୍ଣ୍ଣୟ କରିବା ଅତ୍ୟନ୍ତ ମୁସ୍କିଲ । କୋସତାସ ଓ ତାଙ୍କ ଟିମ୍ ୨ୟ ବିଶ୍ୱଯୁଦ୍ଧର ଦସ୍ତାବିଜରୁ ଟ୍ରୁପରର ଶେଷ ଲୋକେସନ୍ ପାଇଲେ । ଏହା ପରେ ଅନ୍ୱେଷଣ ଆରମ୍ଭ କଲେ । ଚଳିତ ମାସ ୩ ତାରିଖରେ ତାଙ୍କ ଟିମ୍ ଟ୍ରୁପରକୁ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି। ଯାଞ୍ଚ୍ରୁ ଜଣାପଡ଼ିଛି, ଏକ ବଡ଼ ବିସ୍ଫୋରଣ ଯୋଗୁ ଟ୍ରୁପର୍ର ୩ଟି ବଡ଼ ଖଣ୍ଡ- ବୋ, ମିଡଶିପ୍ ଓ ଷ୍ଟର୍ନରେ ବିଭକ୍ତ ହୋଇଥିଲା । ଜର୍ମାନୀ ଦ୍ୱାରା ବିଛାଯାଇଥିବା ବାରୁଦ ସୁଡ଼ଙ୍ଗ ଯୋଗୁ ଏହି ବିସ୍ଫୋରଣ ହୋଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.