ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଦୁନିଆର ଏହି ସ୍ଥାନରେ ନାହିଁ କେଉଁ ଦେଶର କବଜା, ଯେକେହି ବି ଏହାକୁ ନିଜର କରି ପାରିବ

Published By : Prameya | October 12, 2024 5:55 PM

ନୂଆଦିଲ୍ଲୀ : ଭୂମି ପାଇଁ ବିଶ୍ୱର ଅନେକ ଭାଗରେ ଦେଶ ଦେଶ ମଧ୍ୟରେ ଲଢେଇ ଲାଗି ରହିଛି। ସବୁଠୁ ବଡ଼ ଲଢେଇ ଏହି ସମୟରେ ଫିଲିସ୍ତିନ ଓ ଇସ୍ରାଏଲ ମଧ୍ୟରେ ହୋଇଛି, ଯେଉଁଥିରେ ହଜାର ହଜାର ଲୋକଙ୍କ ଜୀବନ ଚାଲି ଯାଉଛି। କିନ୍ତୁ ଇସ୍ରାଏଲ ଠାରୁ କିଛି କିଲୋମିଟରରେ ଥିବା ଏକ ସ୍ଥାନ ରହିଛି ଯେଉଁଠି କୌଣସି ବି ଦେଶ କବଜା କରିବାକୁ ଚାହାନ୍ତି ନାହିଁ। ଏହି କ୍ଷେତ୍ରର ନାଁ ବିର୍‌ ତାବିଲ । ଯାହାକି ଇଜିପ୍ଟ ଓ ସୁଦାନର ସୀମା ମଧ୍ୟରେ ରହିଛି। ଏହି ମରୁଭୂମିକୁ ସୁଦାନ କି ଇଜିପ୍ଟ କେହି ବି ଅକ୍ତିଆର କରିବାକୁ ଚାହାନ୍ତି ନାହିଁ।

ଗତ ୬୦ ବର୍ଷରେ ଏହି କ୍ଷେତ୍ର ଅନ୍ତରାଷ୍ଟ୍ରୀୟ ନେତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ରହିଛି। ସାହାରା ମରୁଭୂମିର ଉତ୍ତରପୂର୍ବ କ୍ଷେତ୍ରରେ ଥିବା ଏହି ୨୦୬୦ ବର୍ଗ କିଲୋମିଟରର କ୍ଷେତ୍ରର ନାଁ ଖାନାବଦୋଶୋମ୍‌ ବୀର ତାବିଲ ରଖା ଯାଇଛି। ଯାହାର ଆରବୀରେ ଅର୍ଥ ହୋଇଥାଏ ଉଚ୍ଚ ପାଣି ଥିବା କୁଅ।

ସବୁଠୁ ବଡ଼ ପ୍ରଶ୍ନ ଏହା କି, ଗୋଟେ ପଟେ ଯେଉଁଠି ପଡୋଶୀରେ ଥିବା ଭୂମିର ଏକ ଛୋଟ ଭାଗ ପାଇଁ ଏତେ ବଡ଼ ଯୁଦ୍ଧ ଚାଲିଛି , ଏଥିରେ ଇଜିପ୍ଟ , ସୁଦାନ ବା କେହି ଅନ୍ୟ ଦେଶ ଏହି ଖାଲି ଥିବା ଲ୍ୟାଣ୍ଡ ଉପରେ କହଜା କରିବାକୁ ଚାହାନ୍ତି ନାହିଁ। ଏହା ପଛର କାରଣ ମଧ୍ୟ ବ୍ରିଟେନ ଓ ୨୦ତମ ଶତାବ୍ଦୀରେ ତା ଦ୍ୱାରା ଅଙ୍କା ଯାଇଥିବା ସୀମା। ଗୋଟେ ସମୟରେ ଏହି ପୂରା ଅଞ୍ଚଳରେ ବ୍ରିଟେନର କବଜା ଥିଲା, ୧୮୯୯ରେ ବ୍ରିଟେନ ଓ ତତ୍କାଳୀନ ସୁଦାନ ସରକାର ମଧ୍ୟରେ ହୋଇଥିବା ସୀମା ଚୁକ୍ତିରେ ଏକ ସୀମା ରେଖା ଅଙ୍କା ଯାଇ ଥିଲା। କିଛି ଦିନ ପରେ ବ୍ରିଟେନ ଛାଡ଼ି ଚାଲି ଯିବା ପରେ ଏହି ଅଞ୍ଚଳରେ ସମସ୍ୟା ଆରମ୍ଭ ହୋଇ ଯାଇଛି। କିନ୍ତୁ ଏହି କ୍ଷେତ୍ରକୁ ନେଇ ବିବାଦ ସେତେବେଳେ ଆହୁରି ବଢି ଯାଇଛି, ଯେବେ ଇଜିପ୍ଟ ଓ ସୁଦାନ ମଧ୍ୟରେ ୧୯୦୨ ରେ ଆଉ ଏକ ସୀମା ଚୁକ୍ତିରେ ସ୍ୱାକ୍ଷର କରାଯାଇଛି। ଏହି ଦୁଇ ସୀମା ଚୁକ୍ତି କାରଣରୁ ବିର୍ ତାବିଲ ଏକ ଏମିତି କ୍ଷେତ୍ର ପାଲଟି ଯାଇଛି, ଯଦି କେହି ଦେଶ ତା ଉପରେ ନିଜର ଅଧିକାର ଜାହିର କରେ ତ ତାକୁ ଏକ ବଡ଼ ଭାଗ (ହଲାବ ତ୍ରିଭୁଜ) ଉପରୁ ନିଜର ଅଧିକାର ହରାଇବାକୁ ପଡ଼ିବ। 

କାରଣ ବିର୍ ତାବିଲ ଏକ ମରୁଡିଗ୍ରସ୍ତ ଅଞ୍ଚଳ, ଏଥିପାଇଁ ଏଠାର ମାଟିରେ କୌଣସି ପ୍ରକାରର ମିନେରାଲ୍ସ କି କୌଣସି ଚାଷ କାମ ହୋଇ ପାରେ ନାହିଁ । ଏହି କାରଣରୁ ସୁଦାନ କି ଇଜିପ୍ଟ କେହି ବି ଏହି ଅଞ୍ଚଳକୁ ନିଜ ଦେଶରେ ସାମିଲ କରିବାକୁ ଚାହାନ୍ତି ନାହିଁ। ଏହି ଦୁଇ ଦେଶ ବ୍ୟତୀତ ଆହୁରି ଅନେକ ଲୋକେ ମଧ୍ୟ ଏହି ସ୍ଥାନକୁ ନିଜ ଦେଶର କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ସାହାରା ମରୁଭୂମିରେ ଏହି ସ୍ଥାନକୁ ନେଇ ଏମିତି କରିବା କେବଳ ଭ୍ରମଣର ଉଦ୍ଦେଶ୍ୟରେ କରାଯାଇ ଥିଲା। ମରୁଡ଼ିଗ୍ରସ୍ତ କାରଣରୁ କୌଣସି ବି ଦେଶର ଏହି ଅଞ୍ଚଳରେ ଆଗ୍ରହ ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.