ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ନିଆରା ଘର, ବନ୍ୟା ସମୟରେ ବୁଡ଼ିବା ପରିବର୍ତ୍ତେ ଭାସିବ

Published By : Swapna Ray | October 13, 2024 2:05 PM

ପାଟନା, ୧୩।୧୦: ଏବେ ବନ୍ୟାକୁ ଆଉ ଭୟ ନାହିଁ । ବନ୍ୟା ବେଳେ ନା ଛାତ ଉପରେ ରହିବାକୁ ପଡ଼ିବ, ନାଁ ରୋଷେଇବାସ ପାଇଁ ଅସୁବିଧା ହେବ । ଏଭଳି ଏକ ଘର, ଯାହା ବନ୍ୟା ସମୟରେ ବୁଡ଼ିବା ପରିବର୍ତ୍ତେ ଭାସିବ । ଶୁଣିବାକୁ ବୋଧହୁଏ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ, ଏଭଳି ଏକ ନିଆରା ଘର ତିଆରି କରିଛନ୍ତି, ବିହାରର ପ୍ରଶାନ୍ତ କୁମାର । ପେଶାରେ ପ୍ରଶାନ୍ତ ଇଞ୍ଜିନିୟର । ୨୦୧୫ରୁ ରିସାଇକେଲିଂ ଇନଷ୍ଟଲେସନ୍ ଆର୍ଟ୍ସ ଉପରେ ସେ କାମ କରିଆସୁଛନ୍ତି । ନିଜର ଏହି ନିଆରା ରୁଚିକୁ ସଫଳ କରିବାକୁ ସେ ଏକାଧିକ ଦେଶରେ ଭ୍ରମଣ କରିଛନ୍ତି । ଆଉ ପରେ ନିଜ ଚିନ୍ତାଧାରାକୁ ବାସ୍ତବ ରୂପ ଦେଇଛନ୍ତି । ୨୦୨୦ରେ ଦେଶବିଦେଶ ଭ୍ରମଣ କରିବା ପରେ ସେ ବିହାର ଫେରିଥିଲେ । ବନ୍ୟାରେ ଏକାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ, ଅନେକଙ୍କର ଘର ଭାସିଯାଇଥିବା ସେ ଦେଖିବାକୁ ପାଇଲେ । ବାସହରା ହୋଇଯିବାରୁ କିଛି ଲୋକେ ବାଧ୍ୟ ହୋଇ ରାସ୍ତକଡ଼ରେ ରହିବାକୁ ଲାଗିଲେ । ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସେ ଚିନ୍ତା କଲେ । ଯାହା ପରେ ତାଙ୍କ ମୁଣ୍ଡକୁ ଏକ ଉପାୟ ଆସିଲା । ବନ୍ୟାରେ ଲୋକଙ୍କୁ ସାହାର ଦେଉଥିବା ଏକ ଘର ନିର୍ମାଣ କରିବାକୁ ଚିନ୍ତା କଲେ । ଏହି ଘର ନିର୍ମାଣ କରିବାକୁ ୨୦୨୧ରେ ସେ କିଛି ଲୋକଙ୍କ ସାହାଯ୍ୟ ନେଇଥିଲେ । 

୨୦୨୨ରେ ନିର୍ମାଣ କରିଥିଲେ ଏହି ଘରର ପ୍ରଥମ ସାମ୍ପଲ । ଆଉ ୨୦୨୩ରେ ସଫଳ ହୋଇଥିଲା ତାଙ୍କର ଏହି ପ୍ରୋଜେକ୍ଟ । ଗଙ୍ଗା ନଦୀର ବକ୍ସରଠାରେ ଶେଷରେ ସେ ଏହି ଘରକୁ ନିର୍ମାଣ କରିବାରେ ସଫଳ ହେଲେ । ଯାହା ପରେ ଏହା ଭାରତର ପ୍ରଥମ କ୍ଲାଇମେଟ୍ ରେଜିଲିଏଣ୍ଟ ଫ୍ଲୋଟିଙ୍ଗ୍ ହାଉସ୍ ଭାବେ ପରିଚିତ ହେଲା । ଏହି ଫ୍ଲୋଟିଙ୍ଗ୍ ହାଉସରେ ୧୦/୧୨ ଫିଟ୍‌ର ମୋଟ୍ ୩ଟି କୋଠରୀ ରହିଛି । ଏହା ବ୍ୟତୀତ ଏଥିରେ ଏକ ରୋଷେଇ ଘର ଓ ଏକ ଶୌଚାଳୟ ମଧ୍ୟ ରହିଛି । ଏହି ଘର ମାଟି ଓ ଗୋବରରେ ନିର୍ମିତ ଇଟାରେ ତିଆରି । ଏହି ଘରର ତଳଭାଗରେ ରିସାଇକେଲ ପ୍ଲାଷ୍ଟିକ୍ ଡ୍ରମ୍ ବ୍ୟବହାର ହୋଇଛି । ଯାହା ଏହାକୁ ବନ୍ୟା ସମୟରେ ପାଣିରେ ବୁଡ଼ିବା ପରିବର୍ତ୍ତେ ଭାସିବାରେ ସାହାଯ୍ୟ କରେ । 

ସେହିପରି ବିଜୁଳି ପାଇଁ ଘର ଉପରେ ସୋଲାର ଏନର୍ଜିର ବ୍ୟବହାର କରାଯାଇଛି । ଏହି ଘରେ ମୋଟ୍ ୬ରୁ ୭ ଜଣ ଲୋକ ଆରାମରେ ରହିବାର ବ୍ୟବସ୍ଥା ରହିଛି । ଏହି ଘରକୁ ପ୍ରଶାନ୍ତ ୬ ଲକ୍ଷ ଟଙ୍କା ବ୍ୟୟରେ ତିଆରି କରିଛନ୍ତି । ବର୍ଷେ ହେଲାଣି ଏହି ପ୍ରୋଜେକ୍ଟକୁ ସେ ନିର୍ମାଣ କରିଛନ୍ତି । ଏ ପର୍ଯ୍ୟନ୍ତ ଏହି ଘର ବନ୍ୟା, ଖରା, ଶୀତ, ବର୍ଷା ଆଦିର ଦୃଢ଼ ମୁକାବିଲା କରିସାରିଛି । ବର୍ତ୍ତମାନ ପ୍ରଶାନ୍ତଙ୍କର ଆଉ ଏକ ବଡ଼ ସ୍ୱପ୍ନ । ଅବିକଳ ଏହି ଫ୍ଲୋଟିଙ୍ଗ୍ ହାଉସ୍ ପରି ସେ ଏକ ଫ୍ଲୋଟିଙ୍ଗ ଭିଲେଜର କଳ୍ପନା କରୁଛନ୍ତି । ଏଥିପାଇଁ ସେ ଏକ ଛୋଟ ଗାଁ ଆରାଠାରେ ସେଣ୍ଟର ଅଫ୍ ରେଜିଲିଏନ୍ସ ଓଆର୍‌ଜି ନାମକ ସଂସ୍ଥା ମଧ୍ୟ ଆରମ୍ଭ କରିଛନ୍ତି । ପ୍ରଶାନ୍ତଙ୍କ କହିବାନୁସାରେ, ତାଙ୍କର ଏହି ପ୍ରୋଜେକ୍ଟ ପରବର୍ତ୍ତୀ ପିଢ଼ିଙ୍କ ପାଇଁ ଏକ ବରଦାନ ସ୍ୱରୂପ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.