ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବିଶ୍ୱ ମାନକ ଦିବସ ୨୦୨୪: ଜାଣନ୍ତୁ କାହିଁକି ପାଳନ କରାଯାଏ ଏହି ଦିନ?

ନୂଆଦିଲ୍ଲୀ ୧୪/୧୦: ପ୍ରତିବର୍ଷ ଅକ୍ଟୋବର ୧୪ରେ ବିଶ୍ୱ ମାନକ ଦିବସ ପାଳନ କରାଯାଏ । ଆନ୍ତର୍ଜାତୀୟ ମାନକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବିଶେଷଜ୍ଞ ଏବଂ ସଂଗଠନର ଅବଦାନକୁ ଚିହ୍ନିବା ଏବଂ ପ୍ରଶଂସା କରିବା ଏହି ଦିନର ଉଦ୍ଦେଶ୍ୟ। ଏହି ମାନକ ବିଶ୍ୱ ବାଣିଜ୍ୟ, ଉତ୍ପାଦ ଗୁଣବତ୍ତା, ଉପଭୋକ୍ତା ନିରାପତ୍ତା ଏବଂ ଅଭିନବ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ସାଧାରଣ ଢାଞ୍ଚା ସୃଷ୍ଟି କରେ, ଯାହାଦ୍ୱାରା ବିଶ୍ୱରେ ସ୍ଥିରତାକୁ ପ୍ରୋତ୍ସାହନ ମିଳେ।

ପ୍ରଥମ ଥର ପାଇଁ ଅକ୍ଟୋବର ୧୪, ୧୯୭୦ ରେ ବିଶ୍ୱ ମାନକ ଦିବସ ପାଳନ କରାଯାଇଥିଲା। ଏହା ପରଠାରୁ ପ୍ରତିବର୍ଷ ଏହି ଦିନ ବିଶ୍ୱ ମାନକ ଦିବସ ଆୟୋଜିତ ହୋଇଆସୁଛି। ଏହି କାର୍ଯ୍ୟକ୍ରମକୁ ତତ୍କାଳୀନ ଆଇଇଏସ୍ ର ଅଧ୍ୟକ୍ଷ ଫାରୁକ୍ ସୁନଟର୍‌ ଉଦ୍‌ଘାଟନ କରିଥିଲେ। ୧୯୭୦ ରେ ଆୟୋଜିତ ହୋଇଥିବା ପ୍ରଥମ ବିଶ୍ୱ ମାନକ ଦିବସ କାର୍ଯ୍ୟକ୍ରମରେ ତିନୋଟି ସଂଗଠନ, ଅନ୍ତର୍ଜାତୀୟ ସଂଗଠନ, ଅନ୍ତର୍ଜାତୀୟ ଇଲେକ୍ଟ୍ରୋଟେକ୍ନିକାଲ୍ କମିଶନ ଏବଂ ଅନ୍ତର୍ଜାତୀୟ ଟେଲିକମୁନିକେସନ୍ ୟୁନିଅନର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା ।

ପ୍ରତିବର୍ଷ ଏହି ଦିନର ଏକ ବିଶେଷ ଥିମ୍ ରହିଥାଏ, ଯାହା ସେହି ବର୍ଷର ବିଶ୍ୱ ବ୍ୟବସାୟ ଏବଂ ବୈଷୟିକ ଚ୍ୟାଲେଞ୍ଜକୁ ଧ୍ୟାନରେ ରଖି ନିର୍ଧାରିତ ହୋଇଥାଏ । ଚଳିତ ବର୍ଷ ବିଶ୍ୱ ମାନକ ଦିବସର ବିଷୟବସ୍ତୁ ହେଉଛି, 'ଏକ ଉତ୍ତମ ବିଶ୍ୱ ପାଇଁ ଅଂଶୀଦାର ଦୃଷ୍ଟି'। ଯାହା ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଉପରେ ଧ୍ୟାନ ଦେବ ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.