ପ୍ରମୂଖ ଖବର
  • ଶନିବାର ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ: ଓଡ଼ିଶାକୁ ଦିଶିବନି, ଶ୍ରୀମନ୍ଦିର ନୀତିକାନ୍ତିରେ ପ୍ରଭାବ ପଡ଼ିବନି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ୬ ଜିଲ୍ଲାକୁ ଆଲର୍ଟ: ଏପ୍ରିଲ ୧ରୁ ହାଲୁକା ଆଶ୍ୱସ୍ତି, ୪ରେ ଘୂର୍ଣ୍ଣିବଳୟ ସମ୍ଭାବନା
  • ||

ଭାରତୀୟଙ୍କ ଠାରୁ ଅଧିକ ଖୁସି ନେପାଳୀ ଓ ପାକିସ୍ତାନୀ ! ଲଗାତାର ଅଷ୍ଟମ ଥର ପାଇଁ ଶୀର୍ଷରେ ରହିଛି ଏହି ଦେଶ...

Published By : Prameya | March 20, 2025 2:15 PM

ନୂଆଦିଲ୍ଲୀ,୨୦।୩: ଭାରତଠାରୁ ଅଧିକ ଖୁସିରେ ଅଛନ୍ତି ପାକିସ୍ତାନର ଲୋକେ। ପଡୋଶୀ ଦେଶ ନେପାଳ ମଧ୍ୟ ଭାରତଠାରୁ ଖୁସିରେ ଅଛି। ଏକଥା ହାପିନେସ୍ ଇଣ୍ଡେକ୍ସ ରିପୋର୍ଟରୁ ଜଣାପଡିଛି। ୧୪୭ଟି ଦେଶକୁ ନେଇ ହୋଇଥିବା ଏହି ସର୍ଭେରେ ଶୀଷରେ ପୁଣି ରହିଛି ଫିନ୍‌ଲ୍ୟାଣ୍ଡ। ଭାରତ ୧୧୮ ତମ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ୧୦୯  ଓ ୯୨ ତମ ସ୍ଥାନରେ ଅଛି ନେପାଳ।

ଫିନଲାଣ୍ଡର ଲୋକେ ସବୁଠୁ ଅଧିକ ସୁଖୀ। ଲଗାତାର ଅଷ୍ଟମ ଥର ପାଇଁ ହାପିନେସ୍ ରିପୋର୍ଟରେ ବଜାୟ ରଖିଛି ଶୀର୍ଷ ସ୍ଥାନ। ତେବେ ଭାରତ ପାଇଁ ପୁଣିଥରେ ଖରାପ ଖବର। ୧୪୭ ଦେଶର ଏହି ଲିଷ୍ଟରେ ଭାରତ ୧୧୮ ତମ ସ୍ଥାନରେ ରହିଛି। ଗତ ଥର ଭାରତ ଏହି ଲିଷ୍ଟରେ ୧୨୬ ତମ ସ୍ଥାନରେ ଥିଲା। କେବଳ ପାକିସ୍ତାନ ନୁହେଁ ଯୁଦ୍ଧ ପୀଡିତ ଦେଶ ମଧ୍ୟ ଭାରତଠାରୁ ଖୁସିରେ ଅଛନ୍ତି। ଯେପରିକି ୟୁକ୍ରେନ୍,ମୋଜାମ୍ବିକ, ଇରାନ, ଇରାକ୍, ପାଲେଷ୍ଟାଇନ୍, ଡେମୋକ୍ରାଟିକ୍ କଙ୍ଗୋ, ଉଗାଣ୍ଡା, ଗାମ୍ବିଆ ଏବଂ ଭେନେଜୁଏଲାର ଲୋକେ ଅଧିକ ସୁଖୀ।  

ଗୁରୁବାର ୨୦୨୫ର ରିପୋର୍ଟ ପ୍ରକାଶ ପାଇଛି। ସମାଜରେ ଖୁସିକୁ ମାପିବା ପାଇଁ ସ୍ବାସ୍ଥ୍ୟ,ଧନ,ସ୍ବତନ୍ତ୍ରତା, ଉଦାରତା ଓ ଭ୍ରଷ୍ଟାଚାରରୁ ମୁକ୍ତି ସହ ଅଲଗା ଅଲଗା ବିଷୟ ଉପରେ କରାଯାଇଥିଲା ପ୍ରଶ୍ନ। ତା ପରେ ଏହାର ଉତ୍ତର ଉପରେ କରାଯାଇଥିଲା ମୂଲ୍ୟାଙ୍କନ। ଟପ-୧୦ଟି ଦେଶକୁ ଯଦି ଦେଖିବା ତେବେ ପ୍ରଥମେ ରହିଛି ଫିନଲାଣ୍ଡ। ତାପରେ ଡେନମାର୍କ,  ଆଇସଲାଣ୍ଡ , ସ୍ବିଡେନ୍, ନେଦରଲାଣ୍ଡ, କୋଷ୍ଟାରିକା, ନରଓ୍ବେ, ଇସ୍ରାଏଲ,ଲକ୍ସମବର୍ଗ ଏବଂ ୧୦ମ ସ୍ଥାନରେ ରହିଛି ମେକ୍ସିକୋ। ଆମେରିକା ଏଥର ୨୪ ତମ ସ୍ଥାନରେ ରହିଛି।୨୦୧୨ ରେ ପ୍ରଥମ ଥର ଏହି ସର୍ଭେ ଆରମ୍ଭ ହୋଇଥିଲା। । ଗେଲପ୍ ଓ ୟୁନାଇଟେଡ୍ ନେସନ୍ ସଷ୍ଟେନେବଲ ଡେଭଲପମେଣ୍ଟ ସଲ୍ୟୁସନ୍ ନେଟଓ୍ବର୍କ ସହ ପାର୍ଟନରସିପ୍‌ରେ ଅକ୍ସଫୋର୍ଡ ୟୁନିଭର୍ସିଟିର ଓ୍ବେଲବିଙ୍ଗ ରିସର୍ଚ୍ଚ ସେଣ୍ଟର ଏହି ରିପୋର୍ଟ ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.