ନୂଆଦିଲ୍ଲୀ,୨୮/୦୩ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ବୋମା ଫୁଟାଇଛନ୍ତି । ଅଟୋମୋବାଇଲ ଶିଳ୍ପକୁ ଟ୍ରମ୍ପଙ୍କ ଟାରିଫ୍ ଝଟକା ଲାଗିଛି । ଆମେରିକାକୁ ଆମଦାନୀ ହେଉଥିବା ବିଦେଶୀ କାର ଏବଂ ପ୍ରମୁଖ ଅଟୋ ପାର୍ଟସ ଉପରେ ୨୫% ଶୁଳ୍କ ଘୋଷଣା କରିଛନ୍ତି । ଏହାକୁ ନେଇ କାନାଡ଼ା ପ୍ରଧାନମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆମେରିକା ସହ ବନ୍ଧୁତା ଯୁଗ ଶେଷ ବୋଲି କହିଛନ୍ତି ମାର୍କ କାର୍ନି ।
'ଆମେରିକା ସହ ବନ୍ଧୁତା ଯୁଗ ଶେଷ'- ଟ୍ରମ୍ପଙ୍କ ଅଟୋମାବାଇଲସ ଶୁଳ୍ଲକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କାନାଡ଼ା ପିଏମ୍ ମାର୍କ କାର୍ନି । ସେ କହିଛନ୍ତି,''ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯାନ ଉପରେ ୨୫% ଟାରିଫ୍ ଲଗାଇଛନ୍ତି । ଏହା ଦ୍ବାରା ଘରୋଇ ନିର୍ମାଣ ବଢିବ ବୋଲି ହ୍ବାଇଟ୍ ହାଉସ୍ ଦାବି କରିଛି । ମାତ୍ର ଏହା ବୈଶ୍ବିକ ସ୍ତରରେ ଗାଡ଼ି ନିର୍ମାତାଙ୍କ ଉପରେ ଆର୍ଥିକ ପ୍ରଭାବ ପକାଇବ । ଆମେରିକାର ଏହି ନିଷ୍ପତ୍ତିର କୁପ୍ରଭାବ କାନାଡ଼ା ଉପରେ ପଡିବ । ୫ ଲକ୍ଷ ଚାକିରି ଉପରେ ବିପଦ ଆଶଙ୍କା ଦେଖା ଦେଇଛି । ଆମେରିକା ଏହେ ସମ୍ପର୍କ ଖରାପ କରିଛି । ଭବିଷ୍ୟତରେ ବାଣିଜ୍ୟିକ ଡିଲ ହେବା କଷ୍ଟକର ହେବ ।''
ଅଧିକ ପଢନ୍ତୁ...ମହଙ୍ଗା ହେବ କାର୍ , ୨୫% ଶୁଳ୍କ ଲଗାଇବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା
ଅଟୋମୋବାଇଲ ଶିଳ୍ପକୁ ଟ୍ରମ୍ପ୍ ଚାବୁକ- ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଟୋମୋବାଇଲସରେ ୨୫% ଶୁଳ୍କ ଲଗାଇବାକୁ ଘୋଷଣା କରିଥିଲେ । ଆମେରିକାକୁ ଆମଦାନୀ ହେଉଥିବା ସମସ୍ତ ବିଦେଶୀ କାର ଏବଂ ପ୍ରମୁଖ ଅଟୋ ପାର୍ଟସ ଉପରେ ୨୫% ଟାରିଫ୍ କଷିବାକୁ ଘୋଷଣା କରିଛନ୍ତି । ସମ୍ପୂର୍ଣ୍ଣ ଆସେମ୍ବଲ ହୋଇଥିବା ଯାନଗୁଡିକ ସହି ଇଞ୍ଜିନ, ଟ୍ରନ୍ସମିଶନ, ପାୱାରଟ୍ରେନ, ସିଷ୍ଟମ ଏବଂ ଇଲେକ୍ଟ୍ରିକାଲ ଆସେମ୍ବିଜଗୁଡିକ ଉପରେ ଏହା ଲାଗିବ । ଏପ୍ରିଲ ୨ରୁ ଏହି ରୁଲ ଲାଗୁ ହେବ ।