ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଦୁନିଆରେ ସବୁଠୁ ଛୋଟ ଏହି ଦେଶ, ବାସ କରନ୍ତି ମାତ୍ର ୩ ଜଣ...

Published By : prameya | March 28, 2025 9:11 AM

ନୂଆଦିଲ୍ଲୀ, ୨୮/୦୩:   କିଛି ଦେଶର ଆକାର ବଡ଼ ହୋଇଥାଏ । ତ ଆଉ କିଛି ଦେଶରେ  ଜନସଂଖ୍ୟା ଅଧିକ ଥାଆନ୍ତି  । କେଉଁ ଦେଶରେ କୋଟିକୋଟି ଲୋକ ବାସ କରନ୍ତି ତ ଆଉ କେଉଁ ଦେଶରେ ମାତ୍ର ହଜାର କି ଲକ୍ଷେରେ ସୀମିତ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ । ଦୁନିଆରେ ଏମିତି ଏକ ଦେଶ ଅଛି ଯେଉଁଠି ମାତ୍ର ୩ ଜଣ ଲୋକ ଓ ୩ଟି କୁକୁର ବାସ କରନ୍ତି । ଆମେ କହୁଛୁ ଯୁକ୍ତରାଷ୍ଟ୍ର ଆମେରିକାର ନେଭାଡା ରାଜ୍ୟରେ ଅବସ୍ଥିତ 'ମୋଲୋସିଆ ' କଥା ।

ଏହି ଦେଶର  ମୋଟ କ୍ଷେତ୍ରଫଳ ୧୧.୩୪ ଏକର । ଏହି ଦେଶ ବେଶ୍ ଛୋଟ ହୋଇଥିବାରୁ ଏହାକୁ  ଏକ ମାଇକ୍ରୋନେସନ୍ ବୋଲି ମଧ୍ୟ କୁହାଯାଏ । ମୋଲୋସିଆ ୧୯୭୭ ମସିହାରେ ସ୍ଥାପନ ହୋଇଥିଲା। ଆଉ ସେତେବେଳେ ଏହି ଦେଶକୁ ଗ୍ରାଣ୍ଡ ରିପବ୍ଲିକ ଅଫ୍‌ ୱାଲ୍ଡଷ୍ଟାଇନ କୁହାଯାଉଥିଲା । ପ୍ରାୟ ୨୦ ବର୍ଷ ପରେ, ୧୯୯୮ ମସିହାରେ, ଏହାର ନାମ ପରିବର୍ତ୍ତନ କରାଯାଇ କିଙ୍ଗଡମ୍ ଅଫ୍ ମୋଲୋସିଆ  ରଖାଯାଇଥିଲା ।  ଏହି ଦେଶର ମୋଟ ଜନସଂଖ୍ଯା ମାତ୍ର ୩୮ ଜଣ  । କିନ୍ତୁ ବର୍ତ୍ତମାନ ଏଠାରେ କେବଳ ୩ ଜଣ ଲୋକ ଓ ୩ଟି କୁକୁର ରହୁଛନ୍ତି । ଏହି ଦେଶର ନିଜସ୍ବ ନୌସେନା, ନୌସେନା ଏକାଡେମୀ, ଡାକ ସେବା, ବ୍ୟାଙ୍କ, ଅନ୍ତରୀକ୍ଷ କାର୍ଯ୍ୟକ୍ରମ, ରେଳପଥ ଏବଂ ଅନଲାଇନ୍ ରେଡିଓ ଷ୍ଟେସନ ମଧ୍ୟ ଅଛି ।

ଏହା ମଧ୍ୟ ପଢନ୍ତୁ- ଏଣିକି ବିମାନବନ୍ଦରରେ ଉଠେଇ ପାରିବେନି ଫଟୋ , ରୋକ ଲଗାଇଲା ପିଆଇଏ

 ତେବେ  ମୋଲୋସିଆ ଦେଶକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ କିଛି ଜିନିଷ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଏହି ଦେଶରେ କ୍ୟାଟଫିସ୍  ଏବଂ ପିଆଜ ନେଇ ପ୍ରବେଶ କରିବା ନିଷେଦ୍ଧ । ଏଠାକୁ ଯିବା ସମୟରେ ଏହି ଦୁଇଟି ଜିନିଷକୁ ସାଙ୍ଗରେ ନେଇପାରିବେ ନାହିଁ । ଯଦି ଏହାକୁ ଅବମାନନା କରାଯାଏ, ତେବେ ଜେଲ ହୋଇପାରେ । ମୋଲୋସିଆର ରାଷ୍ଟ୍ରୀୟ ଭାଷା ହେଉଛି ଇଂରାଜୀ । କିନ୍ତୁ ଏଠାରେ ଏସ୍ପେରାଣ୍ଟୋ  ଏବଂ ସ୍ପାନିସ୍ ଭାଷା ମଧ୍ୟ କୁହାଯାଏ । ଯଦିଓ ମୋଲୋସିଆ ଗଣରାଜ୍ୟ ନିଜକୁ ଏକ ଦେଶ ବୋଲି କହୁଛି, କିନ୍ତୁ ଏହାକୁ ଏ ପର୍ଯ୍ୟନ୍ତ ୟୁନାଇଟେଡ ନେସନ ଦ୍ବାରା ସ୍ୱୀକୃତି ଦିଆଯାଇନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.