ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଗାଜାରେ ଅସ୍ତ୍ରବିରତି ପ୍ରସ୍ତାବକୁ ହମାସର ମଞ୍ଜୁରୀ, ଇସ୍ରାଏଲ ଦେଲା ନୂଆ ପ୍ରସ୍ତାବ

Published By : Harapriya Biswal | March 30, 2025 2:38 PM

ନୂଆଦିଲ୍ଲୀ,୩୦।୩:   ଗାଜାପଟିରେ ଇସ୍ରାଏଲ ସହ ଅସ୍ତ୍ରବିରତି ପ୍ରସ୍ତାବକୁ ହମାସ ଦେଇଛି ମଞ୍ଜୁରୀ।  ହମାସ ପକ୍ଷରୁ ଶନିବାର କୁହାଯାଇଛି ସେ ଇଜିପ୍ଟ ଓ କତର ଦ୍ବାରା ପ୍ରସ୍ତାବିତ ଅସ୍ତ୍ରବିରତି ପ୍ରସ୍ତାବକୁ ସ୍ବୀକାର କରି ନେଇଛି। କିନ୍ତୁ ସମସ୍ୟା ସେତେବେଳେ ସୃଷ୍ଟି ହୋଇଥିଲା ଯେତେବେଳେ ଇସ୍ରାଏଲ ପକ୍ଷରୁ କୁହାଯାଇଥିଲା ସେ ଆମେରିକା ସହ ମିଶି ଏକ ନୂଆ ପ୍ରସ୍ତାବ ତିଆରି କରିଛି। ଏହି ପ୍ରସ୍ତାବରେ ଇସ୍ରାଏଲ ପକ୍ଷରୁ ମୁକ୍ତ ହେଉଥିବା ବନ୍ଧକଙ୍କ ସଂଖ୍ୟାରେ ପରିବର୍ତ୍ତନ କରାଯାଇଛି। 

ଗାଜାରେ ଅସ୍ତ୍ରବିରତି ନେଇ ଇଜିପ୍ଟ ଓ କତର ଗତ କିଛି ସମୟ ହେବ ଲଗାତାର ଚେଷ୍ଟା କରିବାରେ ଲାଗିଛି। ଏହା ଅନୁସାରେ, ସେ ହମାସ ଆଗରେ ଏକ ପ୍ରସ୍ତାବ ରଖିଥିଲା। ଇଜିପ୍ଟ ପକ୍ଷରୁ ଜଣେ ଅଧିକାରୀ ଏଜେନ୍ସିକୁ  କହିଛନ୍ତି ଏହି ଚୁକ୍ତି ଅନୁସାରେ ହମାସ ଏକ ଆମେରିକୀୟ ଇସ୍ରାଏଲି ସହିତ ୫ ଜୀବିତ ବନ୍ଧକଙ୍କୁ ମୁକ୍ତ କରିବ। ଏହା ବଦଳରେ ଇସ୍ରାଏଲ ଗାଜାରେ ମାନବୀୟ ସହାୟତାକୁ ପହଁଞ୍ଚାଇବା ଓ ଏକ ସପ୍ତାହ ପାଇଁ ଯୁଦ୍ଧ ରୋକିବା ଉପରେ ସହମତି ପ୍ରକାଶ କରିଛି। ଏହା ସହ ଇସ୍ରାଏଲ ଶତାଧିକ ପାଲେଷ୍ଟନୀୟ କଏଦୀଙ୍କୁ ମୁକ୍ତ କରିବ।।

ଗାଜାରେ ହମାସ ନେତା ଖଲିଲ ଅଲ ହୟା ଏହାକୁ ସ୍ବିକାର କରିବାର ଘୋଷଣା କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏହ ସ୍ପଷ୍ଟ ହୋଇନି ଯେ, ଏହି ଘୋଷଣା ପୂର୍ବରୁ ପ୍ରସ୍ତାବରେ ପରିବର୍ତ୍ତ କରାଯାଇଛି କି ନାହିଁ। ଇସ୍ରାଏଲ ପକ୍ଷରୁ ଆଗତ କରାଯାଇଥିବା ନୂଆ ପ୍ରସ୍ତାବ ଉପରେ କୌଣସି ଅଧିକ ସୂଚନା ସାମନାକୁ ଆସିନି। କିନ୍ତୁ ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି ଏହି ପ୍ରସ୍ତାବ ଶୁକ୍ରବାର ଚର୍ଚ୍ଚା ପରେ ସାମନାକୁ ଆସିଛି।

ଏହା ପୂର୍ବରୁ ଇସ୍ରାଏଲ ପ୍ରାୟ ୧୦ ଦିନ ପୂର୍ବରୁ ହମାସ ଉପରେ ବନ୍ଧକଙ୍କୁ ନଛାଡିବାର ଅଭିଯୋଗ କରି ଅସ୍ତ୍ରବିରତି ଉଲଘଂନ କରି ଆକ୍ରମଣ କରିଦେଇଥିଲା। ଏହି ଆକ୍ରମଣରେ ଶତାଧିକ ଲୋକ ନିହତ ହୋଇଥିଲେ। ହ୍ବାଇଟ ହାଉସ୍‌ ପକ୍ଷରୁ ଇସ୍ରାଏଲକୁ ଉସକାଇବା ପାଇଁ ହମାସକୁ ଦାୟୀ କରାଯାଇଥିଲା।  ଇସ୍ରାଏଲ ଚେତାବନୀ ଦେଇଛି ଯେ, ଯେଉଁ ପର୍ଯ୍ୟନ୍ତ ହମାସ ୫୯ ବନ୍ଧକଙ୍କୁ ମୁକ୍ତ ନକରିଛି ସେ ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହେବନି। ଏହାଛଡା ଇସ୍ରାଏଲ ହମାସକୁ କ୍ଷମତା ଛାଡିବା, ନିଜ ହତିଆର ପକାଇବା ଓ ତାଙ୍କ ନେତାଙ୍କୁ ନିର୍ବାସନ ଦାବି କରୁଥିଲା। ହମାସର କହିବା ଅନୁସାରେ ସେ କେବଳ ସବୁ ବନ୍ଧକଙ୍କୁ ମୁକ୍ତ କରିବ, ଯେତେବେଳେ ଇସ୍ରାଏଲ ଏକ ସ୍ଥାୟୀ ଯୁଦ୍ଧବିରତୀ ଉପରେ ସହମତ ହେବ, ଗାଜାରୁ ନିଜର ସେନା ହଟାଇବ ଓ ପାଲେଷ୍ଟାନୀୟ କଏଦୀଙ୍କୁ ମୁକ୍ତ କରିବ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.