ନୂଆଦିଲ୍ଲୀ ୧୨/୦୧: ଦୁନିଆରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବା ସହିତ ଇନସୁଲିନ୍ ଶବ୍ଦ ମଧ୍ୟ ସାଧାରଣ ହୋଇଗଲାଣି। ଆଜିର ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ଏପରି ହୋଇଛି ଯେ ପ୍ରତ୍ୟେକ ଘରେ ଜଣେ କିମ୍ବା ଦୁଇଜଣ ଲୋକ ମଧୁମେହ ରୋଗୀ ଏବଂ ଇନସୁଲିନ୍ ନେବା ତାଙ୍କ ପାଇଁ ଜରୁରୀ ହୋଇପଡିଛି। ପରିସ୍ଥିତି ଏପରି ସ୍ତରରେ ପହଞ୍ଚିଛି ଯେ ଯଦି ଠିକ୍ ସମୟରେ ଇଞ୍ଜେକ୍ସନ ଦିଆନଯାଏ ତେବେ ବ୍ୟକ୍ତି ଜଣକ ମରିପାରନ୍ତି ।
ତେବେ ଏହି ଇନସୁଲିନ୍ ଆମ ଶରୀର ଭିତରେ ଥାଏ । ଏହା ଏକ ପ୍ରକାର ହରମୋନ୍, ଯାହା ଶରୀରରେ ପ୍ରାକୃତିକ ଭାବରେ ଉତ୍ପନ୍ନ ହୁଏ ଏବଂ ରକ୍ତରେ ଥିବା ଗ୍ଲୁକୋଜ୍ ସ୍ତରକୁ ନିୟନ୍ତ୍ରଣ କରେ । ଯେତେବେଳେ ଶରୀରରେ ଇନସୁଲିନ୍ ସଠିକ୍ ଭାବରେ ଉତ୍ପନ୍ନ ହୁଏ ନାହିଁ, ଆମେ ମଧୁମେହ ରୋଗୀ ହୋଇଯାଉ ଏବଂ ଆମକୁ ଅଲଗା ଇନସୁଲିନ୍ ଇଞ୍ଜେକ୍ସନ ଆବଶ୍ୟକ ପଡେ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା ଦୁନିଆରେ ପ୍ରଥମ ଇନସୁଲିନ୍ ଇଞ୍ଜେକ୍ସନ୍ କାହାକୁ ଦିଆଯାଇଥିଲା ଏବଂ ସେହି ରୋଗୀଙ୍କ ସହ କ’ଣ ହୋଇଥିଲା।
୧୯୨୧ ରେ ଇନସୁଲିନ୍ ଆବିଷ୍କୃତ ହୋଇଥିଲା । କାନାଡାର ସର୍ଜନ ଡକ୍ଟର ଫ୍ରେଡେରିକ୍ ବାଟାଙ୍ଗ ଏବଂ ତାଙ୍କ ସହକାରୀ ଚାର୍ଲ୍ସ ବେଷ୍ଟ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ଇନସୁଲିନ୍ ଅଲଗା କରିଥିଲେ। ଏହା ପରେ, ଦୁହେଁ ୧୯୨୨ ରେ ଇନସୁଲିନ୍ ଇଞ୍ଜେକ୍ସନ ତିଆରି କରିଥିଲେ। ଯେଉଁଥିପାଇଁ ସେମାନେ ୧୯୨୩ ରେ ନୋବେଲ ପୁରସ୍କାର ମଧ୍ୟ ପାଇଥିଲେ।
ଇନସୁଲିନର ପ୍ରଥମ ଇଞ୍ଜେକ୍ସନ ୧୧ ଜାନୁୟାରୀ ୧୯୨୨ ରେ ୧୪ ବର୍ଷ ବୟସ୍କ ଲିଓନାର୍ଡ ଥମ୍ପସନଙ୍କୁ ଦିଆଯାଇଥିଲା। ସେ ଜଣେ ମଧୁମେହ ରୋଗୀ ଥିଲେ। ତେବେ ପ୍ରଥମ ଇଞ୍ଜେକ୍ସନ ସଫଳ ହୋଇପାରିଲା ନାହିଁ। ଏହା ପରେ ତାଙ୍କୁ ଦ୍ୱିତୀୟ ଇଜେକସନ ଦିଆଗଲା । ଦ୍ୱିତୀୟ ଇଞ୍ଜେକ୍ସନ ନେବା ପରେ ଥମ୍ପସନଙ୍କ ସ୍ୱାସ୍ଥ୍ୟ ଦ୍ରୁତ ଗତିରେ ଉନ୍ନତ ହୋଇଥିଲା।