ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଚର୍ଚ୍ଚାରେ କାଠରେ ତିଆରି ନିଆରା ବାଇକ୍‌ , ଶାହରୁଖଙ୍କୁ ସମସ୍ତେ କଲେ ପ୍ରଶଂସା

Published By : Prameya | January 7, 2025 7:59 PM

ଅଲୱର : କାଠରେ ତିଆରି ହୋଇଛି splendour ବାଇକ୍‌ । ଏହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ଏହା ସତ ଯେ, ଏମିତି ଏକ ବାଇକ୍‌ ତିଆରି କରିଛନ୍ତି ଜଣେ ଫର୍ଣ୍ଣିଚର ଦୋକାନୀ। ତାଙ୍କ ନାଁ ଶାହରୁଖ ଖାନ। ରାଜସ୍ଥାନର ଅଲୱର ଜିଲ୍ଲାରେ ,ତିଜାରା ରୋଡ୍‌ ସ୍ଥିତ ଟେଲକୋ ସର୍କିଲ ନିକଟରେ ରହିଛି ତାଙ୍କର ଫର୍ଣ୍ଣିଚର ଦୋକାନ। ଶାହରୁଖ, ନିଜ କାରିଗରୀର ଏମିତି ପ୍ରଦର୍ଶନ କରିଛନ୍ତି, ଯିଏ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଶାହରୁଖ ୨୦୧୮ମଡେଲର splendour bikeକୁ ମଡିଫାଇ କରି ଶିଶମ ଉଡ୍‌ରେ ଏକ ସୁନ୍ଦର ଉଡେନ ବାଇକ୍‌ ପ୍ରସ୍ତୁତ କରିଛନ୍ତି। 

ଶାହରୁଖ, ଯିଏ ଅଲୱର ଜିଲ୍ଲାର ଜାହରଖେଡା ଗାଁର ନିବାସୀ, ନିଜର ଅପୂର୍ବ ଦକ୍ଷତାରେ ଏହା ଦେଖାଇ ଦେଇଛନ୍ତି କି, ପରିଶ୍ରମ ଓ ଚେଷ୍ଟା ଦ୍ୱାରା କଣ କରାଯାଇ ନପାରେ। ସେ ଏବେ ଅଲୱର ସହରର ନିକଟରେ ୬ଷ୍ଠ ମାଇଲରେ ନିଜର ଘର ତିଆରି କରିଛନ୍ତି ଏବଂ ସେଠାରେ ନିଜ ପରିବାର ସହ ରହୁଛନ୍ତି। ଶାହରୁଖଙ୍କ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଫର୍ଣ୍ଣିଚରର କାମରେ ତାଙ୍କୁ ସହଯୋଗ କରିଛନ୍ତି। 

ଶାହରୁଖ କହିଛନ୍ତି କି, ୩ ମାସ ପୂର୍ବେ ଯେବେ ତାଙ୍କର ସାଥୀ କାରିଗର ଗୁରୁଗ୍ରାମରେ କାମ କରିବାକୁ ଯାଇ ଥିଲେ, ସେତେବେଳେ ସେ ଏକୁଟିଆ ଦୋକାନରେ ଥିଲେ। ଏହି ସମୟରେ ସେ ତାଙ୍କର ସୋସିଆଲ ମିଡ଼ିଆରେ କାଠର ବୁଲେଟ୍ ବାଇକ୍‌ର ଏକ ଭିଡ଼ିଓ ଦେଖିଲେ।ଏଠାରୁ ପ୍ରେରଣା ପାଇ ସେ କାଠର ବାଇକ୍‌ ତିଆରି କରିବାକୁ ସ୍ଥିର କଲେ। ଦୁଇରୁ ତିନି ମାସର କଠୋର ପରିଶ୍ରମ ପରେ ଶାହରୁଖ ଓ ତାଙ୍କର ଟିମ୍‌ ଶିଶମ୍‌ର କାଠକ ବ୍ୟବହାର କରି splendour ପ୍ଲସ୍‌ ବାଇକ୍‌କୁ ମଡିଫାଇ କରିଥିଲେ। 

ଏହି ବାଇକ୍‌ର ସବୁଠୁ ଖାସ୍‌ କଥା ଏହା କି, ଏହାର ପେଟ୍ରୋଲ ଟାଙ୍କି , ମଡଗାର୍ଡ , ନମ୍ୱର ପ୍ଲେଟ୍‌, ବମ୍ପର , ସାଇଲେନ୍ସର ଓ ଟୁଲ୍‌ ବକ୍ସ ସବୁ କାଠରେ ତିଆରି ହୋଇଛି। ବାଇକ୍‌ରେ ୱାଟରପ୍ରୁଫ୍‌ ପଲିସ୍‌ କରାଯାଇଛି, ଯାହାକି ବର୍ଷାରେ ଏହା ଖରାପ ନହେଉ। ବାଇକ୍‌କୁ ପ୍ରସ୍ତୁତ କରିବାରେ ପାଖାପାଖି ୨୦-୨୫ ହଜାର ଟଙ୍କାର ଖର୍ଚ୍ଚ ହୋଇଛି ଏବଂ ଶାହରୁଖଙ୍କର କହିବା ହେଲା କି, ଯଦି କେହି ତାଙ୍କୁ ଏମିତି ବାଇକ୍‌ କରିବାକୁ ଚାହାନ୍ତି, ତ ସେ ଏହାକୁ ଲକ୍ଷେ ଟଙ୍କାରେ ତିଆରି କରି ପାରିବେ। 

ଶାହରୁଖଙ୍କ ପଡୋଶୀ ଦୋକାନୀମାନେ ଓ ପରିବାର ଲୋକ ଆରମ୍ଭରେ ତାଙ୍କର ଏହି ପ୍ରୋଜେକ୍ଟକୁ ପାଗଳାମୀ କହିଥିଲେ, କିନ୍ତୁ ଏବେ ତାଙ୍କର କାରିଗରୀର ସବୁ ପ୍ରଶଂସା କରୁଛନ୍ତି। ଫେବ୍ରିକେସନର କାମ କରୁଥିବା ସଲିମ୍‌ ଖାନ କହିଛନ୍ତି କି, ସେ ଯେବେ ଶାହରୁଖଙ୍କର ଆଇଡିଆକୁ ଶୁଣିଲେ ,ଏହାକୁ ସେ ମଜାଳିଆ ଭାବିଥିଲେ। କିନ୍ତୁ ଆଜି ସେ ତାଙ୍କର କାମରେ ଗର୍ବ ଅନୁଭବ କରୁଛନ୍ତି।

ଶାହରୁଖଙ୍କ ସହ କାମ କରୁଥିବା ମୁସ୍ତକିନ ଖାନ ଓ ମୁସ୍ତାକ ଖାନ ବାଇକ୍‌ର ନିର୍ମାଣରେ ଟେକ୍ନିକାଲ ସାହାଯ୍ୟ କରିଥିଲେ। ମୁସ୍ତାକ କୁହନ୍ତି କି, ବାଇକ୍‌ର ମୂଳ ଢାଞ୍ଚାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ, ଯେଉଁଥିରେ ଏହା ପୁଲିସ ଓ ଆରଟିଓର ନିୟମର ପାଳନ କରିଛନ୍ତି । ହେଲେ , କାଠର ବ୍ୟବହାରରେ ବାଇକ୍‌ର ଓଜନ ୨୦-୨୫ କିଲୋ ଯାଏ ବଢି ଯାଇଛି , ଯେଉଁଥିରେ ଏହା ଆହୁରି ଦୃଢ ହୋଇ ଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.