ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଏଥର ରଥଯାତ୍ରାରେ ପାଣି ପାଉଚ୍‌ ଏବଂ ପଲିଥିନ୍‌ ବ୍ୟାଗ୍‌ ନିଷେଧ, ୧୦ରୁ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା

ପୁରୀ,୦୭/୦୬: ଚଳିତ ରଥଯାତ୍ରାରେ ୧୦ରୁ  ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା କରିଛି ପ୍ରଶାସନ । ଏଥି ନିମନ୍ତେ ଗତ ରଥଯାତ୍ରା ବୈଠକରେ ପ୍ରଶାସନ ଅନୁମାନ ଲଗାଇଛି । ଚଳିତ ରଥଯାତ୍ରାରେ ପରିବେଶ ପ୍ରଦୂଷଣ ରୋକିବାକୁ ପ୍ରଶାସନ କଡ଼ା  ଆଭିମୁଖ୍ୟ ଗ୍ରହଣ କରିଛି । ପାଣି ପାଉଚ୍‌ ଓ ପଲିଥିନ୍‌  ବ୍ୟାଗ ବ୍ୟବହାର ନିଷେଧ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ପଲିଥିନ୍‌ ବଦଳରେ କାଗଜ ବ୍ୟାଗ୍‌, କାଗଜ  କପ୍‌ ଓ କାଗଜ ଗ୍ଲାସ୍‌ ବ୍ୟବହାର ସୁନିଶ୍ଚିତ କରାଇବା  ନିମନ୍ତେ ନିୟୋଜିତ ନୋଡାଲ୍‌ ଅଫିସରଙ୍କୁ ନିର୍ଦ୍ଦେଶ  ଦିଆଯାଇଛି । 

ରଥଯାତ୍ରାର ପ୍ରଥମ ସମନ୍ୱୟ କମିଟି ବୈଠକ ବସି  ସାରିଥିବା ବେଳେ ଦ୍ୱିତୀୟ ବୈଠକ ହେବାକୁ ଯାଉଛି ।  ଆଇନ୍‌ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥାଏ ।  ବିଜେପି ରାଜ୍ୟରେ ସରକାର କରିବାକୁ ଯାଉଥିବାରୁ ନୂଆ  ସରକାରରେ ନିଯୁକ୍ତ ଆଇନ୍‌ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି  ବୈଠକ ବସିବ । ଚଳିତ ବର୍ଷ ରଥଯାତ୍ରାରେ ପ୍ରାୟ ୨୩୧  ସ୍ୱେଚ୍ଛାସେବୀ ସଂସ୍ଥା ଖାଦ୍ୟ, ପାଣି ବଣ୍ଟନ, ଆଶୁ ଚିକିତ୍ସା,  ଟ୍ରାଫିକ୍‌ ନିୟନ୍ତ୍ରଣ, ରାସ୍ତା ସଫେଇ, ଆମ୍ବୁଲାନ୍ସ ସେବା  କାମରେ ମୁତୟନ ହେବା ନେଇ ପ୍ରସ୍ତୁତି ହୋଇଛି । ଏହା  ମଧ୍ୟରୁ ସୁରକ୍ଷା କାର୍ଯ୍ୟରେ ୫୨ ସ୍ୱେଚ୍ଛାସେବୀ ସଂଗଠନ  ପ୍ରଶାସନକୁ ସହାୟତା କରିବେ । ଏହାକୁ ନେଇ  ସ୍ୱେଚ୍ଛାସେବୀମାନେ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି । 

ତେବେ ଗତବର୍ଷ ସୁରକ୍ଷା ବ୍ୟବସ୍ଥାରେ  ତ୍ରୁଟିକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ସ୍ୱେଚ୍ଛାସେବୀ  ସଂଗଠନଗୁଡ଼ିକୁ କର୍ଡନ ଭିତରେ ବା ନିକଟରେ ସେବା  ପ୍ରଦାନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରଶାସନ  ନିଷ୍ପତ୍ତି ନେଇଛି । ସମୁଦ୍ର ସ୍ନାନ ନିମନ୍ତେ ଶ୍ରଦ୍ଧାଳୁଙ୍କ ପ୍ରବଳ  ଭିଡ଼ ହେବାର ସମ୍ଭାବନା ରହିଥିବାରୁ ଯାତ୍ରୀଙ୍କ ନିରାପତ୍ତା  ନିମନ୍ତେ ଅଧିକ ଲାଇଫ୍‌ ଗାର୍ଡ ମୁତୟନ କରାଯିବ ।  କେଉଁ ସ୍ଥାନରେ ସମୁଦ୍ର ସ୍ନାନ ବିପଦପୂର୍ଣ୍ଣ ଓ କେଉଁ  ସ୍ଥାନରେ ସ୍ନାନ କରିବା ନିରାପଦ ତାହା ଓଡ଼ିଆ, ହିନ୍ଦୀ  ଓ ବଙ୍ଗଳା ଭାଷାରେ ଯାତ୍ରୀଙ୍କ ଜାଣିବା ନିମନ୍ତେ ପ୍ରଚାର  କରାଯିବ । ସେହିପରି ସ୍ୱେଚ୍ଛାସେବୀମାନେ ଭିନ୍ନକ୍ଷମଙ୍କ  ସହାୟତାରେ ନିୟୋଜିତ ହେବେ । 

ଚଳିତ ବର୍ଷ ସର୍ବଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ  ସଂଯୋଜକ ତଥା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଖାଦ୍ୟ ବଣ୍ଟନ  ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଛି । ଏହି  କାର୍ଯ୍ୟ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କ ନିରୀକ୍ଷଣରେ  ପରିଚାଳିତ ହେବ । ଶୁଦ୍ଧ ସାତ୍ତ୍ୱିକ ଖାଦ୍ୟ ଓ ପାନୀୟ  ବଣ୍ଟନ ପ୍ରତି ପ୍ରଶାସନର ଧ୍ୟାନ ରହିବ । ରଥଯାତ୍ରାର ପୂର୍ବ  ରାତି ୧୧ଟା ସୁଦ୍ଧା ଖାଦ୍ୟ ଓ ପାନୀୟ ବଣ୍ଟନ କରୁଥିବା  ଅନୁଷ୍ଠାନଗୁଡ଼ିକର ଗାଡ଼ି ସହର ଭିତରେ ପ୍ରବେଶ କରି ନିର୍ଦ୍ଧାରିତ ସ୍ଥାନରେ ଏହାକୁ ମହଜୁଦ ରଖିବେ । 

ରଥ ଚାଲିବା ସମୟରେ ଖାଦ୍ୟ ବଣ୍ଟନ ବନ୍ଦ କରିବେ ଓ  ତତ୍କାଳ ଖାଦ୍ୟ ସାମଗ୍ରୀକୁ ଖାଦ୍ୟ ବଣ୍ଟନ ସ୍ଥାନରୁ ଦୂରକୁ  ଉଠାଇ ନେବେ । ଖାଦ୍ୟର ମାନ ଖାଦ୍ୟ ନିରାପତ୍ତା  ଅଧିକାରୀ ନିରୀକ୍ଷଣ କରିବେ । ଖାଦ୍ୟ ବଣ୍ଟନରେ ପ୍ରାୟ  ୧୭୨ ସ୍ୱେଚ୍ଛାସେବୀ ସଂସ୍ଥା କାମ କରିବେ । ପ୍ରଶାସନକୁ  ଅବଗତ ନକରି ମନଇଚ୍ଛା ସ୍ଥାନରେ ଖାଦ୍ୟ ଓ ପାଣି  ବାଣ୍ଟୁଥିବା ବ୍ୟକ୍ତି କିମ୍ବା ସଂସ୍ଥାଙ୍କୁ ଉକ୍ତ ସ୍ଥାନରୁ ନୋଡାଲ୍‌  ଅଫିସର ହଟାଇବେ । ସେହିପରି ଜଳ ବଣ୍ଟନରେ ୧୫୯  ସ୍ୱେଚ୍ଛାସେବୀ ସଂସ୍ଥା କାମ କରିବେ । 

ପ୍ରବଳ ଗୁଳୁଗୁଳି ଓ ଖରାରୁ ମୁକ୍ତି ଦେବା ନିମନ୍ତେ  ଜଳ ସିଞ୍ଚନରେ ୱାଟ୍‌କୋ ସହ ୫୪ଟି ଅନୁଷ୍ଠାନ ସାମିଲ  ହେବେ । ପରିମଳ କାର୍ଯ୍ୟରେ ୭୪ଟି ଅନୁଷ୍ଠାନ ପୁରୀ  ପୌରସଂସ୍ଥାକୁ ସହଯୋଗ କରିବେ । ରଥଯାତ୍ରା ଦିନ  ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ସହରକୁ କୌଣସି ଭାରୀ  ଯାନ ପ୍ରବେଶ ଅନୁମତି ଦିଆଯିବ ନାହିଁ । 

ଚଳିତ ବର୍ଷ ରଥଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ  ପୁରୀ ସହରରୁ ମାଳତିପାଟପୁର ମଧ୍ୟରେ ବିଭିନ୍ନ  ସ୍ଥାନରେ ସୂଚନା କେନ୍ଦ୍ର ଖୋଲିବ । ରଥଯାତ୍ରା ସମୟରେ  ପଲିଥିନ୍‌ ବ୍ୟାଗ୍‌ ଓ ପାଣି ପାଉଚ୍‌ ବ୍ୟବହାର ନକରିବା  ନିମନ୍ତେ ସୂଚନା ଅଧିକାରୀ ଡାକବାଜିରେ ଲୋକଙ୍କ  ଉଦ୍ଦେଶ୍ୟରେ ସୂଚନା ଦେବେ । ଅଗ୍ନିକାଣ୍ଡକୁ ରୋକିବା  ନିମନ୍ତେ ଏଣେତେଣେ ଦୀପ ଜାଳିବାକୁ ମଧ୍ୟ ବାରଣ  କରିବେ । ଏହି କାର୍ଯ୍ୟରେ ସୂଚନା ଓ ଲୋକସମ୍ପର୍କ  କାର୍ଯ୍ୟାଳୟକୁ ୨୫ଟି ଅନୁଷ୍ଠାନ ସହଯୋଗ କରିବେ । 

ମୁଖ୍ୟ ଚିକିତ୍ସାଳୟରେ ଅତ୍ୟନ୍ତ ଗୁରୁତର ରୋଗୀଙ୍କ  ଚିକିତ୍ସା ପାଇଁ ସ୍ୱତନ୍ତ୍ର ଜରୁରୀକାଳୀନ ଅସ୍ଥାୟୀ ମେଡିକାଲ  ଟିକଟ କାଉଣ୍ଟର କାଜୁଆଲିଟି ପାଖରେ କରାଯିବ ।  ଏଠାରେ ସୁରକ୍ଷା ନିମନ୍ତେ ପୁଲିସ ମୁତୟନ ହେବେ ।  

ରଥଯାତ୍ରାରେ ପଲିଥିନ୍‌ ବ୍ୟବହାରକୁ ନିଷେଧ  କରାଯାଇଛି । ସେହିପରି ପାଣି ପାଉଚ୍‌ ବ୍ୟବହାର କରା  ନଯିବା ଉପରେ ନିଷ୍ପତ୍ତି ହୋଇଛି । ପଲିଥିନ୍‌ ବ୍ୟାଗ୍‌  ପରିବର୍ତ୍ତେ କାଗଜ ବ୍ୟାଗ୍‌, କାଗଜ କପ୍‌ ଓ କାଗଜ ଗ୍ଲାସ୍‌  ବ୍ୟବହାର କରିବା ଉପରେ ପୁରୀ ପୌର ଅଧିକାରୀ  ଦୃଷ୍ଟି ଦେବେ । ଏହାକୁ ନୋଡାଲ ଅଫିସର ସୁନିଶ୍ଚିତ  ପାଳନ କରିବେ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଥିବା  ଜଣାପଡ଼ିଛି

  • PrameyaOdia
  • prameya
  • puri
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.