ପ୍ରମୂଖ ଖବର
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ରୋଷେଇ ପାଇଁ ପ୍ରତିଦିନ ସ୍ୱାମୀଙ୍କଠୁ ୧,୧୬୭ ଟଙ୍କା ନିଅନ୍ତି ମହିଳା, ଭିଡିଓ ସେୟାର କରି ଜଣାଇଲେ କାରଣ

Published By : Krishna Priya | July 28, 2025 10:46 AM

ନୂଆଦିଲ୍ଲୀ ୨୮/୦୭: ଆମେରିକାର ଜଣେ ମହିଳା ଲଞ୍ଚ୍‌ ବା ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରି ଦେବା ଲାଗି ପ୍ରତିଦିନ ତାଙ୍କ ସ୍ୱାମୀଙ୍କଠାରୁ ୧୧୬୭ ଟଙ୍କା ନେଉଛନ୍ତି । ମହିଳାଙ୍କ ନାମ ହେଲା ରେ’ । ସେ ଦୁଇଟି ସନ୍ତାନର ଜନନୀ । ଟିକଟକ୍‌ରେ କଣ୍ଟେଣ୍ଟ କ୍ରିଏଟର ଭାବେ ବି କାମ କରନ୍ତି । ଏକ ଭାଇରାଲ୍‌ ଭିଡିଓରେ ତାଙ୍କର ଏହି ନିଷ୍ପତ୍ତି କାହିଁକି ଯଥାର୍ଥ ତାହା ସେ ଦର୍ଶାଇଛନ୍ତି । 

ରେ’ କହିଛନ୍ତି, ସ୍ୱାମୀଙ୍କ ଲାଗି ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରିବାକୁ ତାଙ୍କୁ ଭଲ ଲାଗେ । କିନ୍ତୁ ଯେତିକି ସମୟ ଦେଇ ଓ ଧୈର୍ଯ୍ୟର ସହ ସେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ସେଥିଲାଗି ତାଙ୍କୁ ଉପଯୁକ୍ତ ପାରିଶ୍ରମିକ ବି ମିଳିବା ଆବଶ୍ୟକ । କାରଣ ଯଦି ସେ ଘରେ ଖାଦ୍ୟ ପ୍ରସ୍ତୁତ କରି ନ ଦିଅନ୍ତେ ତେବେ ସ୍ୱାମୀ ଫାଷ୍ଟଫୁଡ୍‌ ଚେନ୍‌ରୁ ଖାଦ୍ୟ ମଗାଇ ଖାଆନ୍ତେ । ସେ ବାବଦରେ ତାଙ୍କର ଏହାଠାରୁ ଅଧିକ ଅର୍ଥ ଖର୍ଚ୍ଚ ହୁଅନ୍ତା । ଏପରିସ୍ଥଳେ ସ୍ୱାମୀ ଯଦି ଅଜଣା ଲୋକଙ୍କୁ ମଧ୍ୟାହ୍ନଭୋଜନ ବାବଦରେ ଟଙ୍କା ଦେବାକୁ ସକ୍ଷମ ତେବେ ତାଙ୍କୁ କାହିଁକି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି । 

ରେ’ ଆହୁରି କହିଛନ୍ତି ଯେ, ଏହି ବ୍ୟବସ୍ଥା ଉଭୟଙ୍କ ଦାମ୍ପତ୍ୟ ଜୀବନକୁ ଆହୁରି ମଧୁର କରିଛି । ତାଙ୍କ ସ୍ୱାମୀ ଏହାଦ୍ୱାରା ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ପାଇପାରୁଛନ୍ତି । ସେଥିଯୋଗୁ ତାଙ୍କର ରୋଗରେ ପଡି଼ବାର ଆଶଙ୍କା କମ୍‌ ରହୁଛି । ସେ ମଧ୍ୟ ନିଜ କାମ ପାଇଁ ଏକ ନିର୍ଦ୍ଦିଷ୍ଟ ପାରିଶ୍ରମିକ ପାଉଛନ୍ତି । ତାଙ୍କ ଅନୁସାରେ, ପ୍ରତିଦିନ ଭିନ୍ନ ସ୍ୱାଦର ମଧ୍ୟାହ୍ନଭୋଜନ ପ୍ରସ୍ତୁତି ଲାଗି ସୃଜନଶୀଳତା ଆବଶ୍ୟକ । ଏଥିଲାଗି ପାରିଶ୍ରମିକ ପାଇବା ଯଥାର୍ଥ କଥା । ସ୍ୱାମୀଙ୍କ ଲାଗି ସାଲାଡ୍‌ ପ୍ରସ୍ତୁତିର ଏକ ଭିଡିଓକୁ ରେ’ ଟିକଟକ୍‌ରେ ସେୟାର କରିଛନ୍ତି । ତାକୁ ଅଦ୍ୟାବଧି ୨ ଲକ୍ଷରୁ ଅଧିକ ଭ୍ୟୁ ମିଳିଛି । ବହୁ ଲୋକ ତାଙ୍କର ଏପରି ଆଭିମୁଖ୍ୟକୁ ପ୍ରଶଂସା କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.