ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମଝି ଦରିଆରେ ବୁଡ଼ିଗଲା ଡଙ୍ଗା; ୨୫ ମୃତ, ଅନେକ ନିଖୋଜ

Published By : Ankita S | July 28, 2025 9:41 AM

ନୂଆଦିଲ୍ଲୀ,୨୮/୦୭: ଉତ୍ତର-କେନ୍ଦ୍ରୀୟ ନାଇଜେରିଆର ନାଇଜରରେ ଏକ ବଡ଼ ଅଘଟଣ ଘଟିଛି । ମଝି ଦରିଆରେ ଡଙ୍ଗା ବୁଡ଼ି ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ଡଙ୍ଗାରେ ମୋଟ୍ ୧୦୦ରୁ ଅଧିକ ଜଣ ଯାତ୍ରୀ ଥିଲେ । ଆହୁରି ଅନେକ ନିଖୋଜ ଥିବା କୁହାଯାଉଛି । ଡଙ୍ଗା ବୁଡି ନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ଜାତୀୟ ଜରୁରୀକାଳୀନ ପରିଚାଳନା ସଂସ୍ଥାର ଅଧିକାରୀ ଇବ୍ରାହିମ୍ ହୁସେନି କହିଛନ୍ତି ଯେ, ନାଇଜରର ଶିରୋରୋ ଅଞ୍ଚଳର ଗୁମୁ ଗାଁ ନିକଟରେ ଶନିବାର ଏହି ଦୁର୍ଘଟଣା ଘଟିଥିଲା । ଯାତ୍ରୀଙ୍କ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି, କିନ୍ତୁ ଏହି ଅଞ୍ଚଳ ପ୍ରାୟତଃ ସଶସ୍ତ୍ର ଦଳ ଦ୍ୱାରା ନିୟନ୍ତ୍ରିତ ହୋଇଥିବାରୁ ସୀମିତ । ସେ ଆହୁରି କହିଛନ୍ତି ଯେ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

୨୬ ଜଣଙ୍କୁ ଉଦ୍ଧାର କରାଯାଇଛି- ନାଇଜର ରାଜ୍ୟ ଜରୁରୀକାଳୀନ ପରିଚାଳନା ସଂସ୍ଥାର ଅଧିକାରୀ ୟୁସୁଫ୍ ଲେମୁ କହିଛନ୍ତି ଯେ, ଡଙ୍ଗାରୁ ୨୬ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ  ରହିଛନ୍ତି । ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ, କିନ୍ତୁ କ୍ଷମତାଠାରୁ ଅଧିକ ଲୋକ ଡଙ୍ଗାରେ ଚଢ଼ିବା ଯୋଗୁଁ ଏହା ଘଟିଛି । ଡଙ୍ଗା ଚାଳକ ସଂଘର ସଦସ୍ୟ ଆଦମୁ ଅହମ୍ମଦ ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ଭର୍ତ୍ତି ଥିବା କହିଛନ୍ତି ।

ଗତ ବର୍ଷ ଜାମ୍ପଫ୍ରାରେ ନଦୀରେ ଓଲଟିଥିଲା ଡଙ୍ଗା- ଗତବର୍ଷ ଅର୍ଥାତ୍ ୨୦୨୪ ସେପ୍ଟେମ୍ବରରେ, ଉତ୍ତର-ପଶ୍ଚିମ ରାଜ୍ୟ ଜାମ୍ପଫ୍ରାର ଏକ ନଦୀରେ ଅଧିକାଂଶ ଚାଷୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଥିଲା । ଯେଉଁଥିରେ ୪୦ଜଣ ଲୋକ ବୁଡ଼ି ଯାଇଥିଲେ । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ୨୦୨୪ରେ ନାଇଜେରିଆରେ ଡଙ୍ଗା ବୁଡ଼ି ଦୁର୍ଘଟଣାରେ ପ୍ରାୟ ୩୨୬ ଜଣଙ୍କର ମୃତ୍ୟୁ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.