ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଜର୍ମାନୀରେ ରେଳ ଦୁର୍ଘଟଣା; ଟ୍ରାକରୁ ଖସିଲା ୨ ବଗି, ୩ ମୃତ, ଏକାଧିକ ଆହତ

Published By : Harapriya Sethi | July 28, 2025 10:25 AM

ନୂଆଦିଲ୍ଲୀ, ୨୮/୦୭: ଜର୍ମାନୀରେ ରେଳ ଦୁର୍ଘଟଣା । ରବିବାର ଦକ୍ଷିଣ- ପଶ୍ଚିମ ଜର୍ମାନୀରେ ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ପୁଲିସର ସୂଚନା ମୁତାବକ, ରିଡଲିଙ୍ଗନ ଏବଂ ମୁଣ୍ଡେରକିଙ୍ଗନ କସ୍ବୋ ସହର ମଧ୍ୟରେ ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାର ୨ଟି ବଗି ଧାରଣା ତଳକୁ ଖସିଯାଇଛି । ଏହି ୨ଟି ବଗିରେ ପ୍ରାୟ ୧୦୦ ଲୋକ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ହୋଇଛି ତାହା ଫ୍ରାନ୍ସ ଏବଂ ସ୍ୱିଜରଲ୍ୟାଣ୍ଡର ସୀମାବର୍ତ୍ତୀ ଅଞ୍ଚଳ ।

କହିରଖୁ କି, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନ୍ ସିଗ୍ମାରିଙ୍ଗନ ଏବଂ ଉଲ୍‌ମା ମଧ୍ୟରେ ଚଳାଚଳ କରୁଥିଲା । ଏହି ଦୁର୍ଘଟଣା ପରେ ପୁଲିସ କହିଛି ଯେ, ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଦିଆଯାଇଛି । ଏହି ଘଟଣାର ଏକ ଫଟୋ ଜର୍ମାନ ସମାଚାର ଏଜେନ୍ସି ଡିପିଏ ଦ୍ୱାରା ଜାରି କରାଯାଇଛି । ଏହି ଫଟୋରେ ଦେଖିବାକୁ ମିଳୁଛି ଯେ, ପ୍ରାୟତଃ ବଗିଗୁଡ଼ିକ ସୁରକ୍ଷିତ ରହିଛି । ହେଲେ ପରସ୍ପର ସହ ଧକ୍କା ହେବା ଫରେ ଓଲଟି ପଡ଼ିଛି । 

ଦୁର୍ଘଟଣା ପରେ ସାମ୍ନାକୁ ଆସିଲା ଜର୍ମାନ ରାଷ୍ଟ୍ରୀୟ ରେଳ ଅପରେଟରର ବୟାନ-

ଜର୍ମାନ ରାଷ୍ଟ୍ରୀୟ ରେଳ ଅପରେଟର ଡାଏଚ ବାନ୍ ଏହି ଘଟଣାକୁ ନେଇ ଏକ ବିବୃତ୍ତି ଜାରି କରିଛନ୍ତି । ସେ କହିଛନ୍ତି, ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି ।  ତେବେ ଟ୍ରେନ୍ ଲାଇନଚ୍ୟୁତ ହେବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ବିଭାଗୀୟ ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.