ପ୍ରମୂଖ ଖବର
  • ଶରଧାବାଲି ଦଳାଚକଟା ଘଟଣା: ଉନ୍ନୟନ କମିଶନରଙ୍କ ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ
  • ||
  • ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ; ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
  • ||
  • ଅନୀଲ ଅମ୍ବାନୀଙ୍କୁ ଇଡ଼ି ସମନ, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ହେବ ପଚରାଉଚରା
  • ||
  • ବିଜେପିକୁ ବଡ଼ ଝଟ୍‌କା, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ NDA ସହିତ ସମ୍ପର୍କ ଭାଙ୍ଗିଲା ଓପିଏସ୍‌
  • ||
  • କୋରିଅର୍‌ ସଂସ୍ଥାରେ ମିଳିତ ଚଢ଼ାଉ, ୧୭ ହଜାର ବୋତଲ କଫ୍‌ ସିରପ୍‌ ଜବତ
  • ||
  • ଶୁକ୍ରବାର ବିଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୮ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ, ୧୧ରୁ ନାମଲେଖା
  • ||
  • ଦିଗପହଣ୍ଡି : ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଟ୍ୟୁସନ ସାର୍ ଗିରଫ
  • ||
  • ଫୁଟିଲା ଟାରିଫ୍ ବୋମା; ୧୦ରୁ ୪୧% ଯାଏ ରେସିପ୍ରୋକାଲ ଟାରିଫ୍ ଆଦେଶ ଉପରେ ଟ୍ରମ୍ପଙ୍କ ସାଇନ୍, ଭାରତ ସମେତ ୭୦ ଦେଶ ଉପରେ ପଡିବ ପ୍ରଭାବ
  • ||
  • ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ରାଜ୍ୟରେ ଏବେ କାଁ ଭାଁ ବର୍ଷା ସମ୍ଭାବନା, ବଢ଼ିବ ତାପମାତ୍ରା: ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଗପ ହେଲେ ବି ସତ; ପ୍ରେମିକଙ୍କ ୪୩ତମ ପ୍ରସ୍ତାବ ପରେ ବିବାହ ପାଇଁ ରାଜି ହେଲେ ମହିଳା

Published By : Bijay Swain | July 30, 2025 11:07 PM

ଲଣ୍ଡନ: ଯେତେବେଳେ ଆଜିର ସମାଜରେ ଜଣେ ଅନ୍ୟଜଣଙ୍କୁ ପ୍ରେମ ପାଇଁ ପ୍ରସ୍ତାବ ଦେଲାବେଳେ ଠୋକର ଖାଇବା ଭଳି ପରିସ୍ଥିତି ଉପୁଜୁଛି। ଠିକ୍ ସେମିତି ପ୍ରେମକୁ ନେଇ ଅନେକ ଉଦାହରଣ, ପ୍ରେମର ପରିଭାଷାକୁ ପରିମାର୍ଜିତ କରୁଛି। ଥରେ ପ୍ରପୋଜ କରି ବିଫଳ ହେଲେ ପୁଅ ହେଉ କି ଝିଅ ଅନ୍ୟ ବିକଳ୍ପ ଖୋଜିବାକୁ ଲାଗୁଛନ୍ତି। ଠିକ୍ ସେତିକି ବେଳେ ପ୍ରେମକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଆମେରିକୀୟ ଦମ୍ପତ୍ତି...

ଜଣେ ମହିଳା ତାଙ୍କ ପ୍ରେମିକଙ୍କ ୪୩ତମ ବିବାହ ପ୍ରସ୍ତାବ ପରେ ଶେଷରେ ବିବାହ କରିବାରୁ ରାଜି ହୋଇଛନ୍ତି। ଆଜ୍ଞା ହଁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଏହି ଘଟଣା ବର୍ତ୍ତମାନ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଖାଲି ଏତିକି ନୁହେଁ ଅନେକ ଏହାକୁ ଗିନିଜ୍‌ ବିଶ୍ୱ ରେକର୍ଡ ପାଇଁ ଯୋଗ୍ୟ ବୋଲି ଦାବି କରୁଛନ୍ତି।

ଆମେରିକାର ନାଗରିକ ଲୁକ୍‌ ଉଇଣ୍ଟ୍ରିପ୍‌ ପେଶାରେ ଜଣେ ଟାଟୁ ଆର୍ଟିଷ୍ଟ। ୨୦୧୮ ମସିହାରୁ ସେ ତାଙ୍କ ତତ୍କାଳୀନ ଗାର୍ଲଫ୍ରେଣ୍ଡ ସାରାଙ୍କୁ ବିବାହ କରିବାକୁ ଉତ୍ସୁକ ଥିଲେ। ପ୍ରଥମ ଥର ପାଇଁ ପ୍ରସ୍ତାବ ଦେବା ସମୟରେ ସାରା, ଯିଏ ଜଣେ ମାର୍କେଟିଂ ଏକ୍ଜିକ୍ୟୁଟିଭ୍‌, ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ, "ଆମେ ମାତ୍ର ଛଅ ମାସ ହେବ ଏକାଠି ଅଛୁ।" ସେ ଲୁକ୍‌ଙ୍କୁ ଭଲ ପାଉଥିଲେ, କିନ୍ତୁ ସେ ଏକ ଏପରି ନିଷ୍ପତ୍ତି ନେବାକୁ ଚାହୁଁନଥିଲେ ଯାହା ପରେ ସେ ପୁଣି ଥରେ ପଛକୁ ଫେରିପାରନ୍ତି।

ତେବ ଲୁକ୍‌ କିନ୍ତୁ ହାର ମାନିନଥିଲେ। ପରବର୍ତୀ ସାତ ବର୍ଷ ଧରି ସେ ଗୋଟିଏ ପରେ ଗୋଟିଏ ଅଭିନବ ପ୍ରସ୍ତାବ ଦେଇ ଚାଲିଥିଲେ। ସେ ପ୍ରାଗ୍‌ରେ ଏକ ବିଶାଳ ପ୍ରାସାଦ ଭଡ଼ାରେ ନେଇଥିଲେ। ଏହାସହ ମହମବତିରେ ଆଲୋକିତ କରି ଏକ ରାତ୍ରିଭୋଜନ(କ୍ୟାଣ୍ଡେଲ ଲାଇଟ ଡିନର)ର ଆୟୋଜନ ମଧ୍ୟ କରିଥିଲେ। ଏହାସହ ଜମାଇକାର ଏକ ବେଳାଭୂମିରେ ମଧ୍ୟ ଘୋଡ଼ାରେ ଚଢ଼ି ସେ ବିବାହ ପ୍ରସ୍ତାବ ଦେଇଥିଲେ। ୪୨ତମ ପ୍ରସ୍ତାବରେ ସାରା ଲୁକ୍‌ଙ୍କୁ ପ୍ରତିଶ୍ରୁତି ଦେଇଥିଲେ, "ପରବର୍ତୀ ଥର ତୁମେ ପଚାରିଲେ, ମୁଁ 'ହଁ' କହିବି।"

ଏକ ବର୍ଷ ପରେ, ଲୁକ୍‌ ସାରାଙ୍କୁ ଦକ୍ଷିଣ-ପୂର୍ବ ଲଣ୍ଡନର ଗ୍ରୀନୱିଚ୍‌କୁ ନେଇଥିଲେ। ଯେଉଁଠାରେ ଗ୍ରୀନୱିଚ୍‌ ମିଡ୍ ଟାଇମ୍‌ ଜୋନ୍ ରହିଛି। ସେ କହିଥିଲେ, "ଏହା ବିଶ୍ୱର କେନ୍ଦ୍ର, ଏବଂ ତୁମେ ମଧ୍ୟ ମୋ ବିଶ୍ୱର କେନ୍ଦ୍ର। ମୁଁ ଚାହେଁ ତୁମେ ମୋତେ ବିବାହ କର।" ଏହି ସମୟରେ ସାରା ଏକ ସରଳ ଶବ୍ଦରେ ଉତ୍ତର ଦେଇଥିଲେ "ହଁ।" ବାସ ତା ପରେ ଉଭୟେ ଏହି ଅନନ୍ୟ ଅନୁଭୂତିକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ। 

ସାରା ଲୁକ୍‌ଙ୍କ ଦୃଢ଼ତାକୁ ପ୍ରଶଂସା କରି କହିଛନ୍ତି, "ସେ ନିଶ୍ଚିତ ଭାବେ ଗିନିଜ୍‌ ବିଶ୍ୱ ରେକର୍ଡ ପାଇଁ ଯୋଗ୍ୟ। ମୁଁ କୃତଜ୍ଞ ଯେ ସେ ଏତେ ଦୀର୍ଘ ସମୟ ଧରି ଚେଷ୍ଟା ଜାରି ରଖିଥିଲେ।" ଏହି ଦମ୍ପତିଙ୍କ ହୃଦୟସ୍ପର୍ଶୀ କାହାଣୀ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ଚର୍ଚ୍ଚିତ ହୋଇଛି। ଯେଉଁଠାରେ ଅନେକ ଲୁକ୍‌ଙ୍କ ଅଦମ୍ୟ ପ୍ରେମ ଓ ଦୃଢ଼ତାକୁ ପ୍ରଶଂସା କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.