ପ୍ରମୂଖ ଖବର
  • ଆୟର୍ଲାଣ୍ଡରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ମାମଲା ବୃଦ୍ଧି, ସତକର୍ତା ଜାରି କଲା ଦୂତାବାସ
  • ||
  • ଓଲିଉଡ୍ ପାଇଁ ପୁଣି ଖୁସି ଖବର, ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର
  • ||
  • ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ, ଧରାପଡ଼ିଲେ ରାଜସ୍ବ ବିଭାଗର ବରିଷ୍ଠ କିରାଣୀ
  • ||
  • ଶରଧାବାଲି ଦଳାଚକଟା ଘଟଣା: ଉନ୍ନୟନ କମିଶନରଙ୍କ ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ
  • ||
  • ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ; ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
  • ||
  • ଅନୀଲ ଅମ୍ବାନୀଙ୍କୁ ଇଡ଼ି ସମନ, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ହେବ ପଚରାଉଚରା
  • ||
  • ବିଜେପିକୁ ବଡ଼ ଝଟ୍‌କା, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ NDA ସହିତ ସମ୍ପର୍କ ଭାଙ୍ଗିଲା ଓପିଏସ୍‌
  • ||
  • କୋରିଅର୍‌ ସଂସ୍ଥାରେ ମିଳିତ ଚଢ଼ାଉ, ୧୭ ହଜାର ବୋତଲ କଫ୍‌ ସିରପ୍‌ ଜବତ
  • ||
  • ଶୁକ୍ରବାର ବିଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୮ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ, ୧୧ରୁ ନାମଲେଖା
  • ||
  • ଦିଗପହଣ୍ଡି : ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଟ୍ୟୁସନ ସାର୍ ଗିରଫ
  • ||
  • ଫୁଟିଲା ଟାରିଫ୍ ବୋମା; ୧୦ରୁ ୪୧% ଯାଏ ରେସିପ୍ରୋକାଲ ଟାରିଫ୍ ଆଦେଶ ଉପରେ ଟ୍ରମ୍ପଙ୍କ ସାଇନ୍, ଭାରତ ସମେତ ୭୦ ଦେଶ ଉପରେ ପଡିବ ପ୍ରଭାବ
  • ||
  • ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ରାଜ୍ୟରେ ଏବେ କାଁ ଭାଁ ବର୍ଷା ସମ୍ଭାବନା, ବଢ଼ିବ ତାପମାତ୍ରା: ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଝଟକା, ଜେଲ ଯିବେ ପିଟିଆଇ ସାଂସଦଙ୍କ ସମେତ ୧୬୬ ସଦସ୍ୟ

Published By : Tapas Panda | July 31, 2025 11:15 PM

ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଝଟକା ଲାଗିଛି । ଏକ କୋର୍ଟ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର କିଛି ସାଂସଦଙ୍କ ସମେତ ୧୬୬ ଜଣ ସଦସ୍ୟଙ୍କୁ ୧୦ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି । ସେମାନଙ୍କ ବିରୋଧରେ ୯ ମେ’, ୨୦୨୩ରେ ପଞ୍ଜାବ ପ୍ରଦେଶରେ ଆଇଏସଆଇ କୋଠା ଏବଂ ଅନ୍ୟାନ୍ୟ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ମାମଲା ରହିଛି । ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ୍-ଏ-ଇନସାଫ (ପିଟିଆଇ) ନେତାମାନଙ୍କୁ ଦଣ୍ଡ ଦିଆଯିବାର ଖବର, ଅଗଷ୍ଟ ୫ରୁ ସାରା ଦେଶରେ ପ୍ରସ୍ତାବିତ 'ମୁକ୍ତ ଇମ୍ରାନ ଖାନ ଆନ୍ଦୋଳନ' ଆରମ୍ଭ ହେବାର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଆସିଛି । 

ପାକିସ୍ତାନ ତେହେରିକ୍-ଏ-ଇନସାଫ୍ ଫୈସଲାବାଦ ଆତଙ୍କବାଦ ନିରୋଧୀ କୋର୍ଟ (ATC)ର ନିଷ୍ପତ୍ତିକୁ କଡ଼ା ନିନ୍ଦା କରିଛି । ଇମ୍ରାନ ଖାନଙ୍କ ଦଳ ଏହି ରାୟକୁ ସାଂସଦମାନଙ୍କୁ ସଂସଦରୁ ଅଯୋଗ୍ୟ ଘୋଷଣା କରିବା ଏବଂ ଦଳକୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାରୁ ରୋକିବା ପାଇଁ ଏକ ଷଡ଼ଯନ୍ତ୍ରର ଅଂଶ ବୋଲି କହିଛି । କୋର୍ଟ ନ୍ୟାସନାଲ ଆସେମ୍ବଲିର ବିରୋଧୀ ଦଳ ନେତା ଓମାର ଆୟୁବ, ସିନେଟରେ ବିରୋଧୀ ଦଳ ନେତା ଶିବଲି ଫରାଜ, ପିଟିଆଇର ପ୍ରମୁଖ ନେତା ଜର୍ତାଜ ଗୁଲ ଏବଂ ସାହିବଜାଦା ହମିଦ ରଜାଙ୍କୁ ପ୍ରତ୍ୟେକଙ୍କୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି  । 

ଫୈସଲାବାଦର ଆଇଏସଆଇ କୋଠା ଉପରେ ଆକ୍ରମଣ ମାମଲାରେ କୋର୍ଟ ଗୁରୁବାର ୧୮୫ ଅଭିଯୁକ୍ତଙ୍କ ମଧ୍ୟରୁ ୧୦୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ବାକି ୭୭ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଫୈସଲାବାଦର ଏକ ପୁଲିସ ଷ୍ଟେସନ ଉପରେ ଆକ୍ରମଣ ସହ ଜଡିତ ମାମଲାରେ ୫୮ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦୋଷୀମାନଙ୍କ ମଧ୍ୟରେ ନ୍ୟାସନାଲ ଆସେମ୍ବଲିର ୬ ଜଣ ସଦସ୍ୟ, ପଞ୍ଜାବ ବିଧାନସଭାର ଜଣେ ସଦସ୍ୟ ଏବଂ ଜଣେ ସାଂସଦ ଅନ୍ତର୍ଭୁକ୍ତ । ମେ’ ୯ ମାମଲାରେ ଏପର୍ଯ୍ୟନ୍ତ ଇମ୍ରାନ ଖାନଙ୍କ ଦଳର ୧୪ ଜଣ ସାଂସଦଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଛି । 

ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଗୌହର ଅଲି କହିଛନ୍ତି ଯେ, ପାକିସ୍ତାନ ତେହେରିକ୍-ଏ-ଇନସାଫ୍ ଏହି ନିଷ୍ପତ୍ତିକୁ ଲାହୋର ହାଇକୋର୍ଟରେ ଚ୍ୟାଲେଞ୍ଜ କରିବ। ସେପଟେ ଇମ୍ରାନ ଖାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଜେନେରାଲ ସେନାକୁ ଅପମାନିତ କରୁଛନ୍ତି ଏବଂ କ୍ଷମତା ଉପରେ ନିଜର ଦଖଲ ବଜାୟ ରଖିବା ପାଇଁ ଜାତୀୟ ସ୍ୱାର୍ଥକୁ ବଳିଦାନ ଦେଉଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଥିଲେ, ‘ଦେଶ ମୁନିରଙ୍କ ଆଇନ ଅନୁସାରେ ଚାଲିଛି ଏବଂ ISI ତାଙ୍କୁ ସୁରକ୍ଷା ଦେଉଛି। ସେ କ୍ଷମତା ଉପରେ ନିଜର ଦଖଲ ବଜାୟ ରଖିବା ପାଇଁ ଜାତୀୟ ସ୍ୱାର୍ଥକୁ ବଳି ଦେବାକୁ ପ୍ରସ୍ତୁତ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.