ନୂଆଦିଲ୍ଲୀ,୩୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଗତ କିଛି ଦିନ ହେବ ବହୁ ଦେଶ ଉପରେ ଟାରିଫ୍ ଘୋଷଣା କରୁଛନ୍ତି। ବୁଧବାର ଭାରତ ଉପରେ ସେ ୨୫% ଟାରିଫ ଲଗାଇବାର ଘୋଷଣା କରିଥିଲେ। ପାଲେଷ୍ଟାଇନକୁ ସ୍ବତନ୍ତ୍ର ରାଷ୍ଟ୍ର ମାନ୍ୟତା ଦେବା ନେଇ କାନାଡାର ଘୋଷଣା ପରେ ବାଣିଜ୍ୟ ଚୁକ୍ତି ନେଇ ଟ୍ରମ୍ପ ଧମକ ଦେଇଥିଲେ। ଟ୍ରମ୍ପଙ୍କ ମନମାନୀ ଟାରିଫ୍ ଘୋଷଣାକୁ ନେଇ ଆମେରିକାରେ ଏବେ ଚାଲିଛି ଘମାସାନ। ଗୁରୁବାର ଆମେରିକାର ଏକ କୋର୍ଟ ଏହି କଥା ଉପରେ ନିଷ୍ପତ୍ତି ନେବେ ଟ୍ରମ୍ପ ବିଦେଶୀ ଜିନିଷ ଉପରେ ଆମଦାନୀ ଶୁଳ୍କ ଲଗାଇ ନିଜର ସମ୍ବିଧାନିକ ଅଧିକାରର ଉଲଂଘନ କରିଛନ୍ତି କି ନାହିଁ ? ଆମେରିକାର ୧୨ ରାଜ୍ୟ ଓ ଛୋଟ ବେପାରୀ ଟ୍ରମ୍ପଙ୍କ ଟାରିଫ୍ ପାଓ୍ବାରକୁ ଆନ୍ଦୋଳନରେ ଚ୍ୟାଲେଞ୍ଜ କରିଛନ୍ତି।
ଟ୍ରମ୍ପ ଅପ୍ରେଲ ଓ ଫେବୃଆରୀରେ ଚୀନ୍, କାନାଡା, ମେକ୍ସିକୋ ଓ ଅନ୍ୟ ବହୁ ଦେଶରୁ ଆସୁଥିବା ଉତ୍ପାଦ ଉପରେ ଭାରି ଟାରିଫ୍ ଲଗାଇ ଦେଇଥିଲେ। ତାଙ୍କର ଯୁକ୍ତି ଥିଲା, ଏହି ପଦକ୍ଷେପ ଆମେରିକାର ଅର୍ଥବ୍ୟବସ୍ଥା, ଚାକିରୀ ଓ ଡ୍ରଗ୍ସର ତସ୍କରୀର ମୁକାବିଲା ପାଇଁ ଜରୁରୀ। କିନ୍ତୁ ଏବେ ଏହି ନିଷ୍ପତ୍ତି ନେଇ ଆଇନଗତ ସମସ୍ୟାରେ ପଡିଛନ୍ତି। ଟ୍ରମ୍ପ ଏହି ନିଷ୍ପତ୍ତି ବିରୋଧରେ ଆମେରିକାର ୧୨ ଡେମୋକ୍ରାଟିସ୍ ଶାସିତ ରାଜ୍ୟ ଓ ୫ ଛୋଟ ବାଣିଜ୍ୟ ସଂଗଠନ କୋର୍ଟରେ ଆବେଦନ ଦାଖଲ କରିଛନ୍ତି। ତାଙ୍କର କହିବା ଅନୁସାରେ, ରାଷ୍ଟ୍ରପତିଙ୍କୁ ଏଭଳି ଏକାକୀ ନିଷ୍ପତ୍ତି ନେବାର ଅଧିକାର ନାହିଁ। ସମ୍ବିଧାନ ଅନୁସାରେ, ଟ୍ୟାକ୍ସ ଓ ଟାରିଫ୍ ସମ୍ପର୍କିତ ଅଧିକାର କେବଳ ସଂସଦ ପାଖରେ ରହିଛି।
ଟ୍ରମ୍ପ ଆଇଇଇପିଏମ୍ ନାମକ ଏକ ପୁରୁଣା ଆଇନର ବ୍ୟବହାର କରାଯାଇଛି। ଯାହାକୁ ଜରୁରୀକାଳୀନ ସ୍ଥିତିରେ ଶତ୍ରୁ ଦେଶ ଉପରେ କଟକଣା ଲଗାଇବା ପାଇଁ ଅଣାଯାଇଥିଲା। ଏହି ଆଇନ ୧୯୭୭ ରେ ତିଆରି ହୋଇଥିଲା। କିନ୍ତୁ ଟାରିଫ୍ ଲଗାଇବା ପାଇଁ ଏହାର ପ୍ରଥମ ବ୍ୟବହାର ହୋଇଥିଲା। ଟ୍ରମ୍ପଙ୍କ କହିବା ଅନୁସାରେ, ଏହା ଜାତୀୟ ଜରୁରୀକାଳୀନ ସ୍ଥିତି। କାରଣ ଆମେରିକା ବାଣିଜ୍ୟରେ ପ୍ରବଳ କ୍ଷତି ସହି ସାରିଛି। ଏହା ପୂର୍ବରୁ ମଇରେ ନିମ୍ନ ଅଦାଲତ କହିଥିଲେ, ଟ୍ରମ୍ପ ଟାରିଫ୍ ଲଗାଇ ନିଜ ଅଧିକାର ସୀମାକୁ ଉଲଂଘନ କରୁଛନ୍ତି। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି, ଆଇଇଇପିଏ ଭଳି ଆଇନର ବ୍ୟବହାର କେବଳ ‘ସତ ଜରୁରୀ ସ୍ଥିତି’ରେ କରାଯାଉଛି। ନା କି ପୁରୁଣା ବାଣିଜ୍ୟରେ କ୍ଷତି ଭଳି ମାମଲା।