ପ୍ରମୂଖ ଖବର
  • ବ୍ରହ୍ମପୁର : ମା’ ତାରାତାରିଣୀ ପୀଠ ରୋପଓ୍ବେର ହେବ ମରାମତି , ଆସନ୍ତା ୮ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ରହିବ ବନ୍ଦ
  • ||
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଅବୈଧ ପ୍ରବାସୀଙ୍କ ପାଇଁ ‘ବିଦେଶୀ ଶତ୍ରୁ ଆକ୍ଟ’ ଲାଗୁ କରିବେ ଟ୍ରମ୍ପ ? ଆସନ୍ତୁ ଜାଣିବା ୟୁଏସ୍‌ର ଏହି ସ୍ୱତନ୍ତ୍ର ଅସ୍ତ୍ର ବିଷୟରେ

Published By : Prameya | February 3, 2025 7:25 PM

ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅବୈଧ ପ୍ରବାସୀଙ୍କ କଟ୍ଟର ବିରୋଧୀ ଭାବେ ଜଣାଯାଏ। ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ ଅବୈଧ ପ୍ରବାସକୁ ନେଇ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରି ଦେଇଥିଲେ। ୨୦ ଜାନୁଆରୀରେ ଐତିହାସିକ ଶପଥ ନେବା ପରେ ଟ୍ରମ୍ପ ଡିପୋର୍ଟେସନକୁ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛନ୍ତି। ସେ ଅନେକ ଲୋକଙ୍କୁ ଆମେରିକାରୁ ଡିପୋର୍ଟ କରି ଦେଇଛନ୍ତି। ଖାଲି ଏତିକି ନୁହେଁ , ଟ୍ରମ୍ପ ଅନେକ ଦେଶ ଅବୈଧ ପ୍ରବାସୀଙ୍କୁ ଫେରେଇ ନନେଲେ ଶୁଳ୍କ ଲଗେଇବାକୁ ମଧ୍ୟ ଧମକ ଦେଇଛନ୍ତି। 

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ମୁତାବିକ, ଟ୍ରମ୍ପ ଏଥିରେ ମଧ୍ୟ କିଛି ବଡ଼ କରିବାକୁ ଯାଉଛନ୍ତି। ଅବୈଧ ପ୍ରବାସୀଙ୍କ ଡିପୋର୍ଟେସନକୁ ନେଇ ଟ୍ରମ୍ପ ଆମେରିକୀୟ ଇତିହାସର ଏକ ପୁରୁଣା ଆଇନ୍‌ (ଏଲିୟନ ଏନିମି ଆକ୍ଟ ୧୭୯୮)କୁ ଦ୍ୱିତୀୟ ଥର ଲାଗୁ କରିବାର ଯୋଜନା କରୁଛନ୍ତି। 

ଏଲିୟନ ଏନିମି ଅଧିନିୟମ ୧୭୯୮ କଣ ?

୧୭୯୮ରେ ଫ୍ରାନ୍ସ ସହ ଉତ୍ତେଜନାକୁ ଦେଖି ଆମେରିକୀୟ ସରକାର ବିଦେଶୀ ଶତ୍ରୁ ଅଧିନିୟମ ଆଣି ଥିଲେ। ଏହି ଅଧିନିୟମ ଅନୁସାରେ , ଆମେରକୀୟ ରାଷ୍ଟ୍ରପତିଙ୍କୁ ଏକ ପ୍ରମୁଖ ଅଧିକାର ଦିଆଯାଇ ଥିଲା। ଏହି ଅନୁସାରେ ଯଦି ରାଷ୍ଟ୍ରପତିଙ୍କୁ ଲାଗେ କି, ଆମେରିକାରେ ରହୁଥିବା କୌଣସି ବ୍ୟକ୍ତିଙ୍କର ନିଷ୍ଠା କୌଣସି ବିଦେଶୀ ଶକ୍ତି ସହ ରହିଛି, ଯିଏ ଯୁଦ୍ଧ ସମୟରେ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରି ପାରେ,ତ ଏମିତି ସ୍ଥିତିରେ ସେ ଏହି ବ୍ୟକ୍ତିଙ୍କୁ ହେପାଜତକୁ ନେଇ ନିର୍ବାସିତ କରି ପାରନ୍ତି। 

ଅଧିନିୟମରେ କୁହାଯାଇଛି ଯେ, ଯେବେ ବି କୌଣସି ଯୁଦ୍ଧ ଘୋଷିତ ହେବ ବା ପୁଣି କୌଣସି ବିଦେଶୀ ଶକ୍ତି ଆମେରିକା ଉପରେ କୌଣସି ବି ପ୍ରକାରର ଆକ୍ରମଣ କରି ଥିବ, ଆକ୍ରମଣର ଧମକ ଦେଇ ଥିବ ବା ପୁଣି କୌଣସି ପ୍ରକାରର କୌଣସି ପ୍ରୟାସ କରିଥିବ, ତେବେ ଏହି ଅଧିନିୟମକୁ ଲାଗୁ କରାଯାଇ ପାରେ।

ଟ୍ରମ୍ପଙ୍କୁ କରିବାକୁ ହେବ କାରଣର ଘୋଷଣା –

ଏହି ଅଧିନିୟମ ଅନୁସାରେ ,ଯଦି ଆମେରିକାର ରାଷ୍ଟ୍ରପତି ଏହାକୁ ଲାଗୁ କରିବାକୁ ଯାଆନ୍ତି ତ, ତାଙ୍କୁ ସାର୍ବଜନିକ ରୂପେ ଏହାର କାରଣ ଘୋଷଣା କରିବାର ଆବଶ୍ୟକତା ହେବ କି, କେଉଁ କାରଣରୁ ରାଷ୍ଟ୍ରପତି ଏହାକୁ ଲାଗୁ କରୁଛନ୍ତି। ରାଷ୍ଟ୍ରପତିଙ୍କ ଘୋଷଣା ପରେ ଏହି ଅଧିନିୟମ ଲାଗୁ ହୋଇଯାଏ ଏବଂ ଏହା ସେପର୍ଯ୍ୟନ୍ତ ଶେଷ ହେବ ନାହିଁ , ଯେବେ ରାଷ୍ଟ୍ରପତି ନିଜୋ ଆସି ଏହାର ସମାପ୍ତିର ଘୋଷଣା କରିବେ ନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.