ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଆମେରିକାରେ ୨୫ ହଜାରରୁ ଅଧିକ ଅବୈଧ ପ୍ରବାସୀଙ୍କୁ ଗିରଫ, ଅଛନ୍ତି ୧୭୦୦ ଭାରତୀୟ

Published By : Prameya | February 3, 2025 11:43 AM

ୱାଶିଂଟନ,୦୩/୦୨: ରିପବ୍ଲିକାନ ନେତା ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ରାଷ୍ଟ୍ରପତି ଭାବେ  ଦାୟିତ୍ୱ ଗ୍ରହଣ କରିବାର ଇତିମଧ୍ୟରେ ୧୧ ଦିନ ବିତିଯାଇଛି । ଅବୈଧ ପ୍ରବାସୀଙ୍କ ବିରୋଧରେ  ଟ୍ରମ୍ପ ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନ ଜାରି  ରହିଛି । ଏହି ୧୧ ଦିନ ଭିତରେ ଟ୍ରମ୍ପଙ୍କ ଆଇସ  (ଇମିଗ୍ରେସନ ଆଣ୍ଡ କଷ୍ଟମସ୍‌ ଏନଫୋର୍ସମେଣ୍ଟ)  ଟିମ୍‌ ଦେଶର ୧୨ଟି ରାଜ୍ୟରେ ଚଢ଼ାଉ କରି ୨୫  ହଜାରରୁ ଅଧିକ ଅବୈଧ ପ୍ରବାସୀଙ୍କୁ ଗିରଫ  କରିଲେଣି । ସେମାନଙ୍କ ଭିତରେ ୧୭୦୦ରୁ  ଅଧିକ ଭାରତୀୟ ଅଛନ୍ତି । ଗିରଫ ସଂଖ୍ୟା ଦୃଷ୍ଟିରୁ  ଭାରତ ଚତୁର୍ଥ ସ୍ଥାନରେ ରହିଛି । ମେକ୍ସିକୋର  ସର୍ବାଧିକ ୯୨୯୬ ଜଣ ଗିରଫ ହୋଇଥିଲା  ବେଳେ ହାଇତିର ୭୬୦୦ ଓ ନିକାରାଗୁଆର  ୪୮୦୦ ନାଗରିକ ଅଛନ୍ତି । ପୂର୍ବରୁ ମଧ୍ୟ ୧୮  ହଜାର ଅବୈଧ ଭାରତୀୟଙ୍କୁ ଚିହ୍ନଟ କରାଯାଇଛି  ଯେଉଁମାନଙ୍କୁ ସ୍ୱଦେଶ ଫଠାଇବାକୁ ଯୋଜନା କରାଯାଇଛି । 

ରିପୋର୍ଟ ଅନୁସାରେ ସର୍ବାଧିକ  କାର୍ଯ୍ୟାନୁଷ୍ଠାନ ରିପବ୍ଲିକାନ ଶାସିତ ରାଜ୍ୟରେ  କରାଯାଉଛି। ଇତିମଧ୍ୟରେ ଅବୈଧ ପ୍ରବାସୀଙ୍କ ଅନୁପ୍ରବେଶର କେନ୍ଦ୍ର ପାଲଟିଥିବା ମେକ୍ସିକୋ  ସୀମାରେ ଅଧିକ ସଂଖ୍ୟକ ସେନା ମୁତୟନ ଓ  ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫଳରେ  ଅବୈଧ ପ୍ରବାସୀଙ୍କ ଅନୁପ୍ରବେଶ ୯୪ ପ୍ରତିଶତ  ହ୍ରାସ ପାଇଛି । ଜାନୁଆରୀ ୧ରୁ ୧୯ ପର୍ଯ୍ୟନ୍ତ  ୨୦୮୭ଟି ଅବୈଧ ଅନୁପ୍ରବେଶ ଘଟଣା ଘଟିଥିଲା ବେଳେ ଜାନୁଆରୀ ୨୦ରୁ ୩୧ ତାରିଖ ମଧ୍ୟରେ  ୧୨୬ଟି ମାମଲା ସାମ୍‌ନାକୁ ଆସିଛି ।

ରିପୋର୍ଟ  ଅନୁସାରେ ବର୍ତ୍ତମାନ ଆମେରିକାରେ ୧ କୋଟି ୧୦ ଲକ୍ଷରୁ ଅଧିକ ଅବୈଧ ପ୍ରବାସୀ ବସବାସ  କରୁଛନ୍ତି । ସେମାନଙ୍କ ମଧ୍ୟରେ ୪୦ ଲକ୍ଷରୁ  ଅଧିକ ମେକ୍ସିକୋ ନାଗରିକ ଥିଲା ବେଳେ ୭  ଲକ୍ଷ ୨୫ ହଜାରରୁ ଅଧିକ ଭାରତୀୟ ରହିଥିବା ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.