ପ୍ରମୂଖ ଖବର
  • ବ୍ରହ୍ମପୁର : ମା’ ତାରାତାରିଣୀ ପୀଠ ରୋପଓ୍ବେର ହେବ ମରାମତି , ଆସନ୍ତା ୮ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ରହିବ ବନ୍ଦ
  • ||
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

Bangladesh Clashes: ମହମ୍ମଦ ୟୁନୁଷଙ୍କ ନିର୍ଦ୍ଦେଶ; “ଦେଶର ସଂଖ୍ୟାଲଘୁ ମାନଙ୍କୁ ସୁରକ୍ଷା ଦିଅ”

Published By : Bijay Swain | February 4, 2025 12:59 AM

ନୂଆଦିଲ୍ଲୀ: ବାଂଲାଦେଶରେ ବସବାସ କରୁଥିବା ଅଳ୍ପ ସଂଖ୍ୟକ ମାନଙ୍କୁ ସୁରକ୍ଷା ଦିଅନ୍ତୁ। ନଚେତ ଅନ୍ତରାଷ୍ଟ୍ରିୟ ସ୍ତରରେ ଦେଶର ଛବି ମଳିନ ହେବ ବୋଲି ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁଷ ନିଜ ସୁରକ୍ଷା ଅଧିକାରୀମାନଙ୍କୁ ସୋମବାର ଆଦେଶ ଦେଇଛନ୍ତି। ଏକ ଉଚ୍ଚସ୍ତରୀୟ ବୈଠକରେ ୟୁନୁଷ ଏହି ଆଦେଶ ଜାରି କରିଛନ୍ତି। ଏହି ବୈଠକରେ ସେ ଦେଶର ବିଭିନ୍ନ ସୁରକ୍ଷା ଅଧିକାରୀମାନଙ୍କ ସହ  ଦେଶର କାନୁନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ବାଂଲାଦେଶର ଦୈନିକ ସମ୍ୱାଦପତ୍ର ‘ଦ ଡେଲି ଷ୍ଟାର’ରେ ଏନେଇ ରିପେର୍ଟ ପ୍ରକାଶ ପାଇଛି।

ଏହି ବୈଠକରେ ଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ଏକ କମାଣ୍ଡ ସେଣ୍ଟର ଗଠନ କରିବାକୁ ପୋଲିସ ଏବଂ ଆଇନ ପ୍ରଣୟନକାରୀ ସଂସ୍ଥାକୁ ୟୁନୁଷ ନିର୍ଦ୍ଦେଶ ଦେଇଛନ୍ତି।  ଯାହାଦ୍ୱାରା ସମସ୍ତ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇପାରିବ ବୋଲି ୟୁନୁଷ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କୁ କହିଛନ୍ତି। 

ଦେଶର ସୁରକ୍ଷା ଏଜେନ୍ସିଗୁଡିକ ଆଧୁନିକ ଯୋଗାଯୋଗ ଉପକରଣର ବ୍ୟବହାର କରିବା ଉଚିତ। ଯାହା ଦ୍ୱାରା ସେମାନେ ଯେକୌଣସି ପରିସ୍ଥିତିରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଯଦି ଆମେ ଆମର ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଦେଇ ପାରିବୁ ନାହିଁ, ତେବେ ଆମର ବିଶ୍ୱବ୍ୟାପୀ ଭାବମୂର୍ତ୍ତି ବହୁତ କ୍ଷତିଗ୍ରସ୍ତ ହେବ। ଏହି ପରିପ୍ରେକ୍ଷୀରେ ଆମକୁ ଜଲଦି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ ବୋଲି ୟୁନୁସ୍ ଏହି ବୈଠକରେ ଅଧିକାରୀ ମାନଙ୍କୁ ଆଦେଶ ଦେଇଥିଲେ। 

ସୂଚନା ମୁତାବକ, ଗତ ବର୍ଷ ଶେଖ ହସିନାଙ୍କ ସରକାର ପତନ ପରେ ବାଂଲାଦେଶରେ ଥିବା ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ଗୋଷ୍ଠୀଙ୍କ ଉପରେ ବାଂଲାଦେଶୀ ମୌଳବାଦୀ ଗୋଷ୍ଠୀମାନଙ୍କ ଦ୍ୱାରା ଆକ୍ରମଣ ବଢିଚାଲିଥିଲା। ବାଂଲାଦେଶର ଥିବା ବିଭିନ୍ନ ହିନ୍ଦୁ ମନ୍ଦିରକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଏଣୁ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ଓ ଧାର୍ମିକ ଅଖଣ୍ଡତା କିମ୍ବା ଅନୁସୂଚିତ ଜାତି ଉପରେ ଆକ୍ରମଣକୁ ରୋକିବା ପାଇଁ ସେ ସୁରକ୍ଷା ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଉଚ୍ଚସ୍ତରୀୟ ବୈଠକରେ ବାଂଲାଦେଶ ଗୃହ ପରାମର୍ଶଦାତା ଜାହାଙ୍ଗୀର ଆଲାମ ଚୈଧୁରୀ, ମୁଖ୍ୟ ପରାମର୍ଶଦାତା ଖୁଦା ବକ୍ସ ଚୈଧୁରୀ, ଗୃହ ସଚିବ ନାସିମ୍ମୁଲ ଘାନି, ପୋଲିସ୍ ମୁଖ୍ୟ, ସୀମା ସୁରକ୍ଷା ବାଂଲାଦେଶ, ରାପିଡ୍ ଆକ୍ସନ୍ ବାଟାଲିଅନ୍, ଢାକା ମହାନଗର ନିଗମ ପୋଲିସ୍, ତଟରକ୍ଷୀ ବାହିନୀ ପ୍ରମୁଖ ଯୋଗ ଦେଇଥିଲେ। ବାଂଲାଦେଶର ଦୈନିକ ସମ୍ୱାଦପତ୍ର ‘ଦ ଡେଲି ଷ୍ଟାର’ରେ ଏନେଇ ରିପେର୍ଟ ପ୍ରକାଶ ପାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.