ନୂଆଦିଲ୍ଲୀ,୨୪/୦୬: ଏକଦା ମଣିପୁର ନଥିଲା ଭାରତ ଅଂଶ। ବ୍ରିଟିସ ଶାସନ କାଳରେ ଏହାକୁ ଏକ ପାରମ୍ପରିକ ଅଞ୍ଚଳ ଭାବେ ବିବେଚନା କରାଯାଉଥିଲା। ୨୧ ହଜାର ୯୦୦ ବର୍ଗକିଲୋମିଟର କ୍ଷେତ୍ରଫଳ ଆଉ ୪୬୭ ଗାଁକୁ ନେଇ ଥିଲା ମଣିପୂର। ୧୯୪୭ ସ୍ବାଧିନତା ସମୟରେ ବି ମଣିପୁରର ଲୋକ ଭାରତ ଠାରୁ ଦୂରରେ ଥିଲେ। ୧୯୪୯ରେ ମହାରାଜା ବୁଦ୍ଧଚନ୍ଦ୍ର ଭାରତ ସରକାରଙ୍କ ସହିତ ଦସ୍ତାବିଜରେ ଦସ୍ତଖତ କରି ମଣିପୁରକୁ ଭାରତରେ ଯୋଡ଼ାଗଲା। କିନ୍ତୁ ୧୯୭୨ରେ ମଣିପୁରକୁ ସମ୍ପୁର୍ଣ୍ଣ ରାଜ୍ୟ ମାନ୍ୟତା ମିଳିଥିଲା। ଘନ ଜଙ୍ଗଲ, ନଦୀର ନିର୍ମଳ ଜଳଧାରା ଓ ପାରମ୍ପରିକ କଳାକୃତି ରୀତିନୀତିକୁ ନେଇ ମଣିପୁର ପରିଚୟ ବହନ କରୁଥିଲା। କିନ୍ତୁ ଆଭୁଷଣର ଧରିତ୍ରୀ କୁହାଯାଉଥିବା ମଣିପୁର ଆଜି ବିଭିଷୀକାର ଚିହ୍ନରେ କାହିଁକି ପଡ଼ିଛି ମଳିନ? କୁକି ଓ ମୈତେଇ ଆସିଲେ କେଉଁଠୁ?
{"id":602791,"sizeSlug":"full","linkDestination":"none"}ମୈତେଇ ପୂର୍ବୋତ୍ତର ଭାରତରର ମଣିପୁରରେ ଥିବା ଜାତି ସମୂହ ମଧ୍ୟରୁ ଏକ ପ୍ରମୁଖ ଜାତି। ମୈତେଇ ଭାଷାକୁ ମଣିପୂରୀ ଭାଷା ବୋଲି ବିବେଚନା କରାଯାଏ। ଏପରିକି ମଣିପୁରୀ ଭାଷା ଭାରତୀୟ ଗଣତନ୍ତ୍ରରେ ସ୍ଥାନୀତ ୨୨ଟି ପ୍ରମୁଖ ଭାଷା ମଧ୍ୟରୁ ଅନ୍ୟତମ। ମଣିପୁର ରାଜଧାନୀ ଇମ୍ଫାଲରେ ମୈତେଇ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ଅଧିକ ଏପରିକି ସମୁଦାୟ ଜନସଂଖ୍ୟାର ୫୩ ପ୍ରତିଶତ ହେଉଛନ୍ତି ମୈତେଇ।
{"id":602794,"sizeSlug":"large","linkDestination":"none"}ପଢ଼ନ୍ତୁ: ମଣିପୁର ଲଜ୍ଜା : ଦ୍ଵିତୀୟ ଦିନରେ ସଂସଦ ଅଚଳ, ୨୪ ପର୍ଯ୍ୟନ୍ତ ଉଭୟ ଗୃହ ମୁଲତବୀ
ସେହିପରି ଯଦି କୁକି ଜନଜାତିଙ୍କ କଥା ଦେଖିବା ତେବେ ଏମାନେ ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁର, ମେଘାଳୟ, ଆସାମ, ତ୍ରିପୁରା ଓ ନାଗାଲାଣ୍ଡରେ ରହୁଥିବା ଏକ ଜାତୀୟ ସମୁଦାୟ ଅଟେ। ବିଣେଷତଃ ଏହି ଜନଜାତି ଇଶାଇ ଧର୍ମକୁ ମାନନ୍ତି। ଇତିହାସକୁ ନେଇ ମୈତେଇ ମାନେ ଦାବି କରନ୍ତି ଯେ, ସେମାନଙ୍କ ରାଜା କୁକି ଜନଜାତିଙ୍କୁ ଯୁଦ୍ଧଳରେ ଲଢ଼ିବା ପାଇଁ ଡକାଇଥିଲେ। ପରେ ଏମାନେ ସ୍ଥାୟୀ ବାସିନ୍ଦା ହୋଇଯାଇଥିଲେ। ରୋଜଗାରର ମାଧ୍ୟମ ଭାବେ କୁକି ଜନଜାତି ଜଙ୍ଗଲ କାଟି ଅଫିମ ଚାଷ କରିଥିଲେ। ମୈିତେଇ ସମତଳ ଇଲାକାରେ ରହୁଥିବା ବେଳେ କୁକିମାନେ ପାହାଡ଼ି ଇଲାକାରେ ରହୁଛନ୍ତି।
{"id":602795,"sizeSlug":"full","linkDestination":"none"}ମଣିପୁର ହିଂସାକୁ ବିତିବାକୁ ବସିଲାଣି ୮୫ ଦିନ। କାହିଁକି ଉପୁଜିଲା ଏପରି ସ୍ଥିତି, ଏହା ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ମଣିପୁରର ଭୌଗଳୀକ ସ୍ଥିତି ବିଷୟରେ। ମଣିପୁରର ରାଜଧାନୀ ଇମ୍ଫାଲ ସମଗ୍ର ରାଜ୍ୟର ୧୦% ଅଂଶ ଅଟେ। ଏଠି ରାଜ୍ୟର ୫୭% ଲୋକ ବାସ କରନ୍ତି। ଆଖପାଖର ଅବଶିଷ୍ଟ ୯୦% ପାହାଡ଼ିଆ ଅଞ୍ଚଳ, ଯେଉଁଠି ରାଜ୍ୟର ବାକି ୪୩% ଲୋକ ବାସ କରନ୍ତି। ଇମ୍ଫାଲ ଉପତ୍ୟକା ଅଞ୍ଚଳରେ ମୈତେଇ ସମ୍ପ୍ରଦାୟର ଜନସଂଖ୍ୟା ଅଧିକ। ଏମାନେ ମୁଖ୍ୟତଃ ହିନ୍ଦୁ ଅଟନ୍ତି। ମଣିପୁରର ମୋଟ ଜନସଂଖ୍ୟାରେ ଏମାନେ ପ୍ରାୟ ୫୩%। ଯଦି ଆମେ ପରିସଂଖ୍ୟାନକୁ ଦେଖିବା, ରାଜ୍ୟର ମୋଟ ୬୦ ଜଣ ବିଧାୟକଙ୍କ ମଧ୍ୟରୁ ୪୦ ଜଣ ବିଧାୟକ ମୈତେଇ ସମ୍ପ୍ରଦାୟର ଅଟନ୍ତି।
ଅନ୍ୟପକ୍ଷରେ, ପାହାଡ଼ୀ ଅଞ୍ଚଳରେ ୩୩ ଟି ସ୍ୱୀକୃତିପ୍ରାପ୍ତ ଜନଜାତି ବାସ କରୁଛନ୍ତି। ଏମାନଙ୍କ ମଧ୍ୟରେ ନାଗା ଏବଂ କୁକି ଜନଜାତି ପ୍ରମୁଖ। ଏହି ଉଭୟ ଜନଜାତି ମୁଖ୍ୟତଃ ଖ୍ରୀଷ୍ଟିଆନ ଅଟନ୍ତି। ଏହା ବ୍ୟତୀତ ମଣିପୁରର ଜନସଂଖ୍ୟାର ୮ ପ୍ରତିଶତ ଲେଖାଏଁ ମୁସଲମାନ ଏବଂ ସନମହି ସମ୍ପ୍ରଦାୟର ଲୋକେ ଅଛନ୍ତି। ଭାରତୀୟ ସମ୍ବିଧାନର ଧାରା ୩୭୧ (ଗ) ଅନୁଯାୟୀ, ମଣିପୁରର ପାହାଡ଼ୀ ଜନଜାତିଙ୍କୁ ସ୍ୱତନ୍ତ୍ର ମାନ୍ୟତା ଏବଂ ସୁ ବିଧା ମିଳିଛି, ଯାହା ମୈତେଇ ସମ୍ପ୍ରଦାୟ ପାଇନାହିଁ। 'ଲ୍ୟାଣ୍ଡ ରିଫର୍ମ ଆକ୍ଟ ବା 'ଜମି ସଂଶୋଧନ ଅଧିନିୟମ' ହେତୁ ମୈତେଇ ସମ୍ପ୍ରଦାୟ ଜମି କିଣି ପାହାଡ ଅଞ୍ଚଳରେ ବସବାସ କରିପାରିବେ ନାହିଁ। କିନ୍ତୁ କୁକି ସମ୍ପ୍ରଦାୟ ମାନେ ପାହାଡ଼ୀ ଅଞ୍ଚଳରୁ ଆସି ଉପତ୍ୟକାରେ ବସବାସ କଲେ ସେମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ଯାହାକି ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ପାର୍ଥକ୍ୟ ଏବଂ ବିବାଦର କାରଣ।
ବର୍ତ୍ତମାନର ଉତ୍ତେଜନା ଚୁରଚାନ୍ଦପୁର ଜିଲ୍ଲାରୁ ଆରମ୍ଭ ହୋଇଥିଲା। ରାଜଧାନୀ ଇମ୍ଫାଲର ଦକ୍ଷିଣରୁ ଏହା ପ୍ରାୟ ୬୩ କିଲୋମିଟର ଦୂର ଅଟେ। ଏହି ଜିଲ୍ଲାରେ କୁକି ଆଦିବାସୀମାନେ ଅଧିକ। ଏପ୍ରିଲ୍ ୨୮ ରେ, 'ଦ ଇଣ୍ଡିଜେନସ୍ ଟ୍ରାଇବାଲ ଫୋରମ୍' ଚୁରଚାନ୍ଦପୁରରେ ଆଠ ଘଣ୍ଟିଆ ବନ୍ଦ ଘୋଷଣା କରି ସରକାରୀ ଜମି ସର୍ବେକ୍ଷଣକୁ ବିରୋଧ କରିଥିଲେ। ଦେଖୁଦେଖୁ ଏହି ବିକ୍ଷୋଭ ଏକ ହିଂସାତ୍ମକ ରୂପ ନେଇଥିଲା। ସେହିଦିନ ରାତିରେ ହିଂସାକାରୀମାନେ ତୁଇବୋଙ୍ଗ ଅଞ୍ଚଳରେ ଜଙ୍ଗଲ ବିଭାଗ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ। ୨୭-୨୮ ଏପ୍ରିଲର ହିଂସାରେ ମୁଖ୍ୟତଃ ପୋଲିସ ଏବଂ କୁକି ଆଦିବାସୀ ମୁହାଁମୁହିଁ ହୋଇଥିଲେ।
ଘଟଣାର ଠିକ୍ ପାଞ୍ଚଦିନ ପରେ ଅର୍ଥାତ୍ ମେ ୩ ତାରିଖରେ, ମଣିପୁରର ସମସ୍ତ ଆଦିବାସୀ ଛାତ୍ର ସଂଗଠନ 'ଆଦିବାସୀ ଏକତା ପଦଯାତ୍ରା' କରିଥିଲେ। ଯାହାକି ମୈତେଇ ସମ୍ପ୍ରଦାୟକୁ ଏସଟି ବା ଅନୁସୁଚିତ ଜାତି ମାନ୍ୟତା ପ୍ରଦାନ ବିରୁଦ୍ଧରେ ଥିଲା। ଏଠାରୁ ପରିସ୍ଥିତି ଆହୁରି ଖରାପ ହୋଇଗଲା। ଆଦିବାସୀଙ୍କ ଏହି ପ୍ରଦର୍ଶନ ବିରୋଧରେ ମୈତେଇ ସମ୍ପ୍ରଦାୟର ଲୋକମାନେ ସ୍ବର ଉଠାଇଥିଲେ। ହିଂସା ତିନି ଭାଗରେ ବିଭକ୍ତ ହୋଇଥିଲା।
ଗୋଟିଏ ପଟେ ମୈତେଇ ସମ୍ପ୍ରଦାୟର ଲୋକ ଏବଂ ଅନ୍ୟ ପଟେ କୁକି ଏବଂ ନାଗା ସମ୍ପ୍ରଦାୟର ଲୋକ। ଦେଖୁଦେଖୁ ଏହି ହିଂସାର ନିଆଁରେ ପୁରା ରାଜ୍ୟ ଜଳିବା ଆରମ୍ଭ କଲା। ମେ ୪ ତାରିଖରେ ଚୁରାଚାନ୍ଦପୁରରେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଏକ ରାଲି ଅନୁଷ୍ଠିତ ହେବାର ଥିଲା । ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଥିଲା, କିନ୍ତୁ ହିଂସାକାରୀମାନେ ରାତିରେ ଟେଣ୍ଟ ଏବଂ କାର୍ଯ୍ୟକ୍ରମ ସ୍ଥାନକୁ ନିଆଁ ଲଗାଇଦେଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଗିତ ରହିଲା। ଏହି ହିଂସା ଯୋଗୁଁ ଏପର୍ଯ୍ୟନ୍ତ ୧୫୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ତିନି ହଜାରରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ସବୁଠାରୁ ବେଶି ଛାତିଥରା ଓ ସମ୍ବେଦନଶୀଳ ଥିଲା ମଣିପୂୁରରେ କୁକି ସମ୍ପ୍ରଦାର ଦୁଇ ମହିଳାଙ୍କୁ ବିବସ୍ତ୍ର କରି ରାସ୍ତାରେ ଚଲାଇ ଚଲାଇ ନେବା। ଥରିଯାଇଥିଲା ଦେଶର ଛାତି।
ପଢ଼ନ୍ତୁ: ତୁରନ୍ତ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ ବିରେନ୍ ସିଂ; ମଣିପୁରରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ: ରାଘବ ଚଡ୍ଡା