ପ୍ରମୂଖ ଖବର
  • କଳାହାଣ୍ଡି : ସାଇ ମନ୍ଦିରରୁ ଚୋରି, ୧୭ କେଜିରୁ ଉର୍ଦ୍ଧ୍ୱ ରୁପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭଞ୍ଜନଗର : ବାଣ ଭିଡୁଥିବା ବେଳେ ଜଣେ ଆହତ, ବିସ୍ଫୋରଣରେ ଖଣ୍ଡ ବିଖଣ୍ଡିତ ହେଲା ହାତ
  • ||
  • ପୁରୀ : ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ, କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • ଉମରକୋଟ : ଅବକାରୀ ବିଭାଗର ଚଢ଼ାଉ; ୬୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ସାଲେପୁର : ପ୍ରହରାଜପୁର ଦରଘାରୁ ଲୁଟ୍‌, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • କୋଣାର୍କ : ବେଆଇନ ଗୋରୁ ଚାଲାଣ ବେଳେ ମାଡ଼ି ବସିଲା ବିଶ୍ବହିନ୍ଦୁ ପରିଷଦ; ୪ ଗାଈ ଉଦ୍ଧାର, ୨ ଅଟକ
  • ||
  • ଜଳେଶ୍ୱର : ରଘୁନାଥପୁର ପଞ୍ଚାୟତରେ ମାଙ୍କଡ ପଲଙ୍କ ଉତ୍ପାତ, ୧୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭଦ୍ରକ : ବାତ୍ୟା ‘ଦାନା’ ଦେଇଗଲା ଦୁଃଖ, ପାଣି ଘେରରେ ଆର ଏନ ବେତରା ଗ୍ରାମ ପଞ୍ଚାୟତର ଲୋକେ
  • ||
  • ମୋହନା : କୃଷ୍ଣପୁର ଗାଁରେ ବାଘ ଆତଙ୍କ ! ଜଙ୍ଗଲରୁ ମିଳିଲା ଗାଈର ଅଧା ଅଂଶ ନଥିବା ମୃତଦେହ
  • ||
  • ଚାନ୍ଦବାଲି : ବାତ୍ୟା 'ଦାନା' ଉଜାଡି ଦେଲା ପରିବା ଚାଷୀଙ୍କ ଜୀବିକା, ନଷ୍ଟ ହେଲା ଏକର ଏକର ଜମିର ଚାଷ
  • ||
  • ଦୀପାବଳି, ଛଟ୍‌ ଲାଗି ୭୦୦୦ ସ୍ୱତନ୍ତ୍ର ଟ୍ରେନ୍‌: ଯାତ୍ରୀ ସୁରକ୍ଷା, ଟିକେଟିଂ ଉପରେ ବିଶେଷ ଧ୍ୟାନ
  • ||
  • କାର୍ତ୍ତିକ ମାସର ଦ୍ୱିତୀୟ ସୋମବାରରେ ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼, ମହାଦେବଙ୍କୁ ଜଳ ଲାଗି କଲେ ଶ୍ରଦ୍ଧାଳୁ
  • ||
  • ସମ୍ୱଲପୁରରେ ମୋ ବସ୍‌ ବନ୍ଦ, ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ମହିଳା କର୍ମଚାରୀ
  • ||
  • ଆସନ୍ତା ୩୦ରେ ବିଏମ୍‌ସି ବୈଠକ: ପୁଣି ଇସି କର୍ପୋରେଟରଙ୍କ ମେଳି, ହୋଟେଲରେ କଲେ ଗୁପ୍ତ ଆଲୋଚନା
  • ||
  • ଖଲ୍ଲିକୋଟ :କମଳା ପଦର ଗାଁରେ ଅଗ୍ନିକାଣ୍ଡ, ସଟ୍‌ ସର୍କିଟରୁ ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ୧୨ ବଖରା ଘର
  • ||

ଲରେନ୍ସକୁ ହତ୍ୟା କଲେ ମିଳିବ ୧ କୋଟି ଟଙ୍କାର ପୁରସ୍କାର, କ୍ଷତ୍ରିୟ କରଣି ସେନା ମୁଖ୍ୟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୮।୧୦: କ୍ଷତ୍ରିୟ କରଣି ସେନା ମୁଖ୍ୟ ରାଜ ଶେଖାୱତ୍ ପୁଣି ଥରେ ଏକ ବଡ଼ ଘୋଷଣା କରିଛନ୍ତି । ଗୁଜରାଟର ସାବରମତି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ବିଷୟରେ ସେ କହିଛନ୍ତି ଯେ, ପୋଲିସ ବଦଳରେ ଯଦି କୌଣସି କଏଦୀ ବି ଲରେନ୍ସ ବିଷ୍ଣୋଇଙ୍କୁ ହତ୍ୟା କରେ, ତେବେ କ୍ଷତ୍ରିୟ କର୍ଣ୍ଣି ସେନା ତରଫରୁ ତାଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ମିଳିବ । ଏଥିପାଇଁ ସେ ୧ କୋଟି ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି । ରାଜ୍ ଶେଖାୱତ କହିଛନ୍ତି, "ମୁଁ ଘୋଷଣା କରିଥିବା ଏହି ପୁରସ୍କାର ନିଶ୍ଚିତ ଭାବେ ଲରେନ୍ସଙ୍କ ଏନକାଉଣ୍ଟରରେ ପୋଲିସ କର୍ମଚାରୀଙ୍କୁ ଦିଆଯିବ । ସେ ଏହା ମଧ୍ୟ କହିଛନ୍ତି ଯେ, କ୍ଷତ୍ରିୟ କର୍ଣ୍ଣି ସେନା ସେହି ପୋଲିସଙ୍କ ପରିବାରର ସମ୍ପୂର୍ଣ୍ଣ ଯତ୍ନ ନେବେ ଏବଂ ସମସ୍ତ ଆବଶ୍ୟକତା ପୂରଣ କରିବେ । କ୍ଷତ୍ରିୟ କର୍ଣ୍ଣି ସେନା ସହ କୋଟି କୋଟି ଲୋକ ଜଡ଼ିତ ଅଛନ୍ତି । ଯଦି ପ୍ରତ୍ୟେକ ସଦସ୍ୟ ୫ଟଙ୍କା ଲେଖାଏଁ ଦେବେ, ତେବେ ପୁରସ୍କାର ରାଶିର ସମ୍ପୂର୍ଣ୍ଣ ଅର୍ଥ ଯୋଗାଡ଼ ହୋଇଯିବ । 

ତେବେ ଗ୍ୟାଙ୍ଗଷ୍ଟାର୍ ଲରେନ୍ସ ବିଷ୍ଣୋଇ ଏକାଧିକ ମାମଲାରେ ସଂଶ୍ଳିଷ୍ଟ ଥିବା ବେଳେ ବର୍ତ୍ତମାନ ସେ ଗୁଜୁରାଟର ସାବରମତି ଜେଲ୍‌ରେ ଥିବାବେଳେ ଏହା ପୂର୍ବରୁ ତାକୁ ଦିଲ୍ଲୀର ତିହାର ଜେଲ୍‌ରେ ରଖାଯାଇଥିଲା । ସୁପରଷ୍ଟାର ସଲମାନ ଖାନଙ୍କୁ ମିଳିଥିବା ଧମକ ପୂର୍ଣ୍ଣ ଚିଠି ହେଉ କିମ୍ୱା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା ଏ ସମସ୍ତ ମାମଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ସଂଶ୍ଳିଷ୍ଟ । ତେବେ ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହାପରେ ଦିଲ୍ଲୀ ପୋଲିସ୍‌ ଲଗାତାର ଆକ୍ଟିଭ ରହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଏହିକ୍ରମରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ ଗୁଜୁରାଟର କଚ୍ଛରୁ ତିନିଜଣଙ୍କୁ ହେପାଜତରେ ନେଇଥିଲା । ଏହି ୩ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଜଡ଼ିତ ବୋଲି ପୋଲିସ ସୂଚନାରୁ ଜଣାପଡ଼ିଥିଲା । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.