ପ୍ରମୂଖ ଖବର
  • କଳାହାଣ୍ଡି : ସାଇ ମନ୍ଦିରରୁ ଚୋରି, ୧୭ କେଜିରୁ ଉର୍ଦ୍ଧ୍ୱ ରୁପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭଞ୍ଜନଗର : ବାଣ ଭିଡୁଥିବା ବେଳେ ଜଣେ ଆହତ, ବିସ୍ଫୋରଣରେ ଖଣ୍ଡ ବିଖଣ୍ଡିତ ହେଲା ହାତ
  • ||
  • ପୁରୀ : ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ, କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • ଉମରକୋଟ : ଅବକାରୀ ବିଭାଗର ଚଢ଼ାଉ; ୬୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ସାଲେପୁର : ପ୍ରହରାଜପୁର ଦରଘାରୁ ଲୁଟ୍‌, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • କୋଣାର୍କ : ବେଆଇନ ଗୋରୁ ଚାଲାଣ ବେଳେ ମାଡ଼ି ବସିଲା ବିଶ୍ବହିନ୍ଦୁ ପରିଷଦ; ୪ ଗାଈ ଉଦ୍ଧାର, ୨ ଅଟକ
  • ||
  • ଜଳେଶ୍ୱର : ରଘୁନାଥପୁର ପଞ୍ଚାୟତରେ ମାଙ୍କଡ ପଲଙ୍କ ଉତ୍ପାତ, ୧୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭଦ୍ରକ : ବାତ୍ୟା ‘ଦାନା’ ଦେଇଗଲା ଦୁଃଖ, ପାଣି ଘେରରେ ଆର ଏନ ବେତରା ଗ୍ରାମ ପଞ୍ଚାୟତର ଲୋକେ
  • ||
  • ମୋହନା : କୃଷ୍ଣପୁର ଗାଁରେ ବାଘ ଆତଙ୍କ ! ଜଙ୍ଗଲରୁ ମିଳିଲା ଗାଈର ଅଧା ଅଂଶ ନଥିବା ମୃତଦେହ
  • ||
  • ଚାନ୍ଦବାଲି : ବାତ୍ୟା 'ଦାନା' ଉଜାଡି ଦେଲା ପରିବା ଚାଷୀଙ୍କ ଜୀବିକା, ନଷ୍ଟ ହେଲା ଏକର ଏକର ଜମିର ଚାଷ
  • ||
  • ଦୀପାବଳି, ଛଟ୍‌ ଲାଗି ୭୦୦୦ ସ୍ୱତନ୍ତ୍ର ଟ୍ରେନ୍‌: ଯାତ୍ରୀ ସୁରକ୍ଷା, ଟିକେଟିଂ ଉପରେ ବିଶେଷ ଧ୍ୟାନ
  • ||
  • କାର୍ତ୍ତିକ ମାସର ଦ୍ୱିତୀୟ ସୋମବାରରେ ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼, ମହାଦେବଙ୍କୁ ଜଳ ଲାଗି କଲେ ଶ୍ରଦ୍ଧାଳୁ
  • ||
  • ସମ୍ୱଲପୁରରେ ମୋ ବସ୍‌ ବନ୍ଦ, ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ମହିଳା କର୍ମଚାରୀ
  • ||
  • ଆସନ୍ତା ୩୦ରେ ବିଏମ୍‌ସି ବୈଠକ: ପୁଣି ଇସି କର୍ପୋରେଟରଙ୍କ ମେଳି, ହୋଟେଲରେ କଲେ ଗୁପ୍ତ ଆଲୋଚନା
  • ||
  • ଖଲ୍ଲିକୋଟ :କମଳା ପଦର ଗାଁରେ ଅଗ୍ନିକାଣ୍ଡ, ସଟ୍‌ ସର୍କିଟରୁ ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ୧୨ ବଖରା ଘର
  • ||

ଅଖନୁରରେ ସୁରକ୍ଷାକର୍ମୀଙ୍କ ବଡ଼ ଧରଣର ଆକ୍ସନ,ସେନା ଗାଡି ଉପରେ ଆକ୍ରମଣ କରିଥିବା ୩ ଆତଙ୍କୀ ନିହତ

ଶ୍ରୀନଗର,୨୮।୧୦:   ଜମ୍ମୁର ଅଖନୁର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଆକ୍ରମଣ‌ରେ ୩ ଆତଙ୍କୀ ନିହତ। ସୋମବାର ସେନା କାରକେଡ୍ ଉପରକୁ ଆକ୍ରମଣ ପରେ ସୁରକ୍ଷାକର୍ମୀମାନେ ସ୍ଥାନୀୟ ଅଞ୍ଚଳରେ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ୍। ଏଥିରେ ୩ ଆତଙ୍କୀ ନିହତ ହୋଇଥିବାର ଜଣାପଡିଛି। ମୃତ ଆତଙ୍କବାଦୀଙ୍କ ନିକଟରୁ  ହତିଆର  ଓ ଗୋଳାବାରୁଦ ମିଳିଛି। ସେନାର ଅପରେସନ୍ ଏବେ ବି ଜାରି ରହିଛି। 

ଏହା ପୂର୍ବରୁ ସୋମବାର ସକାଳୁ ଅଖନୁରରେ ସେନାର ଏକ ଆମ୍ବୁଲାନ୍ସ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ। ଏହି ଆକ୍ରମଣ ଜୋଗବାନ ଏରିଆରେ ହୋଇଛି। ଫଟୋ ଓ ଭିଡିଓରେ ଗାଡି ଉପରେ ଗୁଳିମାଡର ବହୁ  ଚିହ୍ନ ଦେଖିବାକୁ ମିଳୁଛି। ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ ହୋଇଛି। ୩୧ ଫିଲ୍ଡ ରେଜିମେଣ୍ଟ ପୁରା ଅଞ୍ଚଳକୁ ଘେରାଉ କରିନେଇଛି।

ଏହି ଗୁଳିକାଣ୍ଡରେ କେହି ହତାହତ ହୋଇଥିବାର ଖବର ମିଳିନାହିଁ। ଘଟଣା ଆଜି ସକାଳ ପ୍ରାୟ ୭ଟା ବେଳେ ଘଟିଛି, ଯେତେବେଳେ ସେନାର ବାହାନ ଉପରେ ୩ ଆତଙ୍କବାଦୀ ଗୁଳିମାଡ କରିଥିଲେ। ସୁରକ୍ଷା ଅଧିକାରୀଙ୍କ କହିବା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ୩ ଆତଙ୍କବାଦୀ ଥିବାର ସୂଚନା ମିଳିବା ପରେ ପାକିସ୍ତାନ ସୀମା ନିକଟବର୍ତ୍ତୀ ଅଖନୁର ସେକ୍ଟରରେ ସୋମବାର ସକାଳେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.