ପ୍ରମୂଖ ଖବର
  • କଳାହାଣ୍ଡି : ସାଇ ମନ୍ଦିରରୁ ଚୋରି, ୧୭ କେଜିରୁ ଉର୍ଦ୍ଧ୍ୱ ରୁପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭଞ୍ଜନଗର : ବାଣ ଭିଡୁଥିବା ବେଳେ ଜଣେ ଆହତ, ବିସ୍ଫୋରଣରେ ଖଣ୍ଡ ବିଖଣ୍ଡିତ ହେଲା ହାତ
  • ||
  • ପୁରୀ : ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ, କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • ଉମରକୋଟ : ଅବକାରୀ ବିଭାଗର ଚଢ଼ାଉ; ୬୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ସାଲେପୁର : ପ୍ରହରାଜପୁର ଦରଘାରୁ ଲୁଟ୍‌, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • କୋଣାର୍କ : ବେଆଇନ ଗୋରୁ ଚାଲାଣ ବେଳେ ମାଡ଼ି ବସିଲା ବିଶ୍ବହିନ୍ଦୁ ପରିଷଦ; ୪ ଗାଈ ଉଦ୍ଧାର, ୨ ଅଟକ
  • ||
  • ଜଳେଶ୍ୱର : ରଘୁନାଥପୁର ପଞ୍ଚାୟତରେ ମାଙ୍କଡ ପଲଙ୍କ ଉତ୍ପାତ, ୧୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭଦ୍ରକ : ବାତ୍ୟା ‘ଦାନା’ ଦେଇଗଲା ଦୁଃଖ, ପାଣି ଘେରରେ ଆର ଏନ ବେତରା ଗ୍ରାମ ପଞ୍ଚାୟତର ଲୋକେ
  • ||
  • ମୋହନା : କୃଷ୍ଣପୁର ଗାଁରେ ବାଘ ଆତଙ୍କ ! ଜଙ୍ଗଲରୁ ମିଳିଲା ଗାଈର ଅଧା ଅଂଶ ନଥିବା ମୃତଦେହ
  • ||
  • ଚାନ୍ଦବାଲି : ବାତ୍ୟା 'ଦାନା' ଉଜାଡି ଦେଲା ପରିବା ଚାଷୀଙ୍କ ଜୀବିକା, ନଷ୍ଟ ହେଲା ଏକର ଏକର ଜମିର ଚାଷ
  • ||
  • ଦୀପାବଳି, ଛଟ୍‌ ଲାଗି ୭୦୦୦ ସ୍ୱତନ୍ତ୍ର ଟ୍ରେନ୍‌: ଯାତ୍ରୀ ସୁରକ୍ଷା, ଟିକେଟିଂ ଉପରେ ବିଶେଷ ଧ୍ୟାନ
  • ||
  • କାର୍ତ୍ତିକ ମାସର ଦ୍ୱିତୀୟ ସୋମବାରରେ ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼, ମହାଦେବଙ୍କୁ ଜଳ ଲାଗି କଲେ ଶ୍ରଦ୍ଧାଳୁ
  • ||
  • ସମ୍ୱଲପୁରରେ ମୋ ବସ୍‌ ବନ୍ଦ, ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ମହିଳା କର୍ମଚାରୀ
  • ||
  • ଆସନ୍ତା ୩୦ରେ ବିଏମ୍‌ସି ବୈଠକ: ପୁଣି ଇସି କର୍ପୋରେଟରଙ୍କ ମେଳି, ହୋଟେଲରେ କଲେ ଗୁପ୍ତ ଆଲୋଚନା
  • ||
  • ଖଲ୍ଲିକୋଟ :କମଳା ପଦର ଗାଁରେ ଅଗ୍ନିକାଣ୍ଡ, ସଟ୍‌ ସର୍କିଟରୁ ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ୧୨ ବଖରା ଘର
  • ||

ଆମେରିକା ରାଷ୍ଟ୍ରପତି ନିର୍ବାଚନ: କମଳାଙ୍କୁ ଜିତାଇବାକୁ ମିସେଲଙ୍କ ଅପିଲ୍‌, ଟ୍ରମ୍ପ୍‌ଙ୍କ ପାଇଁ ପ୍ରଚାର କଲେ ଜେସନ ଏଲ୍ଡିୟନ୍‌,ଏଲନ ମସ୍କ

ୱାଶିଂଟନ,୨୮/୧୦: ଆମେରିକାରେ ନଭେମ୍ବର ୫ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାରୁ ପ୍ରଚାର ମଇଦାନ ସରଗରମ ହୋଇଛି । ରିପବ୍ଲିକାନ  ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସ ମତଦାତାଙ୍କୁ ନିଜ ପକ୍ଷକୁ ନେବା ପାଇଁ ସବୁ ବଳ ଲଗାଇ ଦେଇଛନ୍ତି । ଏମିତି କି ଭୋଟରଙ୍କ ମନ ଜିଣିବା ଲାଗି ସେମାନେ ନିଜ ନିର୍ବାଚନ ପ୍ରଚାରରେ ସେଲିବ୍ରିଟିଙ୍କୁ ସାମିଲ କରିଥିବା ଦେଖିବାକୁ ମିଳିଛି ।  ପ୍ରଚାର ମଇଦାନରେ ଜମିଛି ହଲିଉଡ ତାରକାଙ୍କ  ଭିଡ଼ । ତାରକାମାନେ ସୋସିଆଲ ମିଡିଆରେ ବି ନିଜ  ପସନ୍ଦର ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି । 

ଟେଲର ସ୍ୱିଫ୍ଟ, ଲିଓନାର୍ଡୋ ଡିକାପ୍ରିୟୋ, ଓପେରା  ୱିନ୍‌ଫ୍ରେ, ବିୟୋନ୍ସେ ଓ କ୍ରିସ୍‌ ରକ୍‌ଙ୍କ ଭଳି କିମ୍ବଦନ୍ତୀ  ହଲିଉଡ ତାରକା କମଳା ହାରିସଙ୍କ ସମର୍ଥନରେ  ପ୍ରଚାର ଅଭିଯାନ ଚଳାଇଛନ୍ତି । ସେହିଭଳି ଟ୍ରମ୍ପ୍‌ଙ୍କ  ନିମନ୍ତେ ଜେସନ ଏଲ୍ଡିୟନ୍‌, ଲି ଗ୍ରିନଉଡ, ଏଲନ ମସ୍କ, କିଡ୍‌ ରକ୍‌ ଏବଂ ରୋଜେନ ବାର୍‌ଙ୍କ ଭଳି ସେଲିବ୍ରିଟି  ଓ ଶିଳ୍ପପତି ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।  ନିର୍ବାଚନକୁ ଆଉ ମାତ୍ର ୯ ଦିନ ବାକି ରହିଛି । ଏଭଳି ସ୍ଥିତିରେ ଭାରତୀୟ ବଂଶୋଦ୍ଭବ କମଳାଙ୍କ ପଲା ଭାରୀ  ରହିଥିବା କୁହାଯାଉଛି । ଇତିମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି  ବାରାକ ଓବାମାଙ୍କ ପତ୍ନୀ ମିସେଲ ଓବାମା ମିସିଗାନ୍‌ରେ  କମଳାଙ୍କ ସମର୍ଥନରେ ଏକ ଜନସଭା କରିଛନ୍ତି ।  ଜନସଭାରେ ମିସେଲ ବିପୁଳ ଭୋଟରେ କମଳାଙ୍କୁ  ଜିତାଇବା ପାଇଁ ଜନତାଙ୍କୁ ଅପିଲ କରିଛନ୍ତି । ଦେଶର  ପ୍ରଥମ ମହିଳା ରାଷ୍ଟ୍ରପତି ବାଛିବା ପାଇଁ ପୁରୁଷମାନଙ୍କୁ  ସେ ଚ୍ୟାଲେଞ୍ଜ ଦେଇଛନ୍ତି । 

ମିସେଲ ଆହୁରି କହିଛନ୍ତି,  ଯଦି ଆପଣମାନେ ଏଥର ଉଚିତ ମତଦାନ ନ କରନ୍ତି,  ତେବେ ଆପଣଙ୍କ ପତ୍ନୀ, ଝିଅ ଏବଂ ମାଆଙ୍କୁ ଏହାର ପରିଣତି ସାମ୍ନା କରିବାକୁ ପଡ଼ିପାରେ । ରିପୋର୍ଟ ମୁତାବକ, କୃଷ୍ଣକାୟ ଭୋଟରଙ୍କ ମଧ୍ୟରେ  ମିସେଲଙ୍କର ବେଶ୍‌ ପ୍ରଭାବ ରହିଛି । ଏଭଳି ସ୍ଥିତିରେ  ତାଙ୍କର ସମର୍ଥନ କମଳାଙ୍କ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ  ହେବ । ମିସେଲ ନିଜ ସମ୍ବୋଧନରେ ଆହୁରି କହିଛନ୍ତି,  କମଳା ପ୍ରତ୍ୟେକ ଦିଗରୁ ପ୍ରମାଣ କରିଦେଇଛନ୍ତି ଯେ ସେ  ଜଣେ ଉପଯୁକ୍ତ ରାଷ୍ଟ୍ରପତି ପ୍ରାର୍ଥୀ । ଏବେ ପ୍ରଶ୍ନ ଉଠୁଛି  ଦେଶ ଏଥିପାଇଁ ପ୍ରସ୍ତୁତ ଅଛି କି ନାହିଁ? ଉଲ୍ଲେଖଯୋଗ୍ୟ,  ମିସେଲଙ୍କ ପୂର୍ବରୁ ବାରାକ ଓବାମା କମଳାଙ୍କୁ ନିଜ  ସମର୍ଥନ ଜଣାଇଥିଲେ । ମଞ୍ଚରେ ତାଙ୍କ ହାତ ଧରି  ଜନତାଙ୍କୁ ଭୋଟ ଦେବା ଲାଗି ଅପିଲ୍‌ କରିଥିଲେ।

  • PrameyaOdia
  • prameya
  • America
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.