ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ୟେମେନରେ ଭାରତୀୟ ନର୍ସଙ୍କୁ ମୃତ୍ୟୁଦଣ୍ଡ : ସାହାଯ୍ୟ କରିବାକୁ ଆଗେଇ ଆସିଲା ଏହି ଦେଶ , କହିଲା …

Published By : Prameya | January 2, 2025 6:22 PM

ନୂଆଦିଲ୍ଲୀ : ୟେମେନରେ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ସଜା-ଏ-ମୌତ ମିଳିବା ପରେ, ଇରାନ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି। ଜଣେ ଇରାନୀ ଅଧିକାରୀ ଏହି ଘଟଣାକୁ ନେଇ କହିଛନ୍ତି ଯେ, ଇରାନ ମାନବୀୟ ସହାୟତା ଭାବେ ଏହି ମାମଲାକୁ ନେଇ ଭାରତର ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ। ୟେମେନରେ କାମ କରୁଥିବା ଭାରତୀୟ ନର୍ସ ନିମିଷାଙ୍କ ଉପରେ ଅଭିଯୋଗ ରହିଛି କି, ସେ ୟେମେନର ଜଣେ ନାଗରିକଙ୍କୁ ହତ୍ୟା କରିଛନ୍ତି।

ରିପୋର୍ଟ ମୁତାବିକ, ନିମିଷାଙ୍କୁ ୨୦୨୦ରେ ୟେମେନର ଏକ ଅଦାଲତ ଏହି ମାମଲାରେ ମୃତ୍ୟୁ ସଜା ଶୁଣାଇ ଦେଇ ଥିଲେ। ଏହି ନିଷ୍ପତ୍ତି ବିରୋଧରେ ସର୍ବୋଚ୍ଚ ନ୍ୟାୟ ପରିଷଦରେ ଆବେଦନ ନିମିଷାଙ୍କ ଦ୍ୱାରା କରାଯାଇ ଥିଲା। କିନ୍ତୁ ଏହି ଅଦାଲତ ମଧ୍ୟ ମୃତ୍ୟୁର ସଜାକୁ ଜାରି ରଖିଥିଲେ। ୟେମେନ ରାଷ୍ଟ୍ରପତି ରଶଦ-ଏଲ୍‌-ଅମିନି ମଧ୍ୟ ପ୍ରିୟାଙ୍କ ମୃତ୍ୟୁର ସଜାକୁ ମଞ୍ଜୁରୀ ଦେଇଥିଲେ। ଏହି ପୂରା ମାମଲାରେ ଇରାନ ପକ୍ଷରୁ ପ୍ରତିକ୍ରିୟା ସାମନାକୁ ଆସିଛି। ଏଜେନ୍ସି ମୁତାବିକ ,ଇରାନ ପକ୍ଷରୁ କୁହାଯାଇଛି ଯେ, ଏହି ମାମଲାରେ ମାନବୀୟ ସାହାଯ୍ୟ ଆଧାରରେ ଆମେ ଯାହା କିଛି ବି କରି ପାରିବୁ , ତାହା କରିବାକୁ ପ୍ରସ୍ତୁତ।

ଭାରତୀୟ ବଂଶୋଦ୍ଭବ ନର୍ସ ନିମିଷା ପ୍ରିୟା ଜଣେ ପ୍ରଶିକ୍ଷିକ ନର୍ସ । ଭାରତରୁ ୟେମେନ ଯିବା ପରେ ସେ ଦୀର୍ଘ ଦିନ ଧରି ୟେମେନର ଅନେକ ହସ୍ପିଟାଲରେ କାମ କରିଛନ୍ତି , ରିପୋର୍ଟ ମୁତାବିକ , ବର୍ଷ ୨୦୧୪ରେ ଯେବେ ୟମନରେ ଗୃହଯୁଦ୍ଧ ଜାରି ଥିଲା , ସେତେବେଳେ ନିମିଷାଙ୍କ ପତି ଓ ତାଙ୍କର ନାବାଳିକା ପିଲା ଭାରତ ଫେରି ଆସିଥିଲେ, ନିମିଷା ସେଠାରେ ୟେମେନରେ ହିଁ ରହିବାକୁ ନିଷ୍ପତ୍ତି ନେଲେ , ପରେ ଯେବେ ପତି ଓ ପିଲା ପୁଣି ୟେମେନ ଯିବାକୁ ଚେଷ୍ଟା କଲ ତ ତାଙ୍କୁ ସେଠାର ଭିସା ମିଳି ପାରିଲା ନାହିଁ।

ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ନିମିଷା , ୟେମେନରେ ଏକ କ୍ଲିନିକ୍‌ ଖୋଳିବା ପାଇଁ ୟମନର ହିଁ ଜଣେ ନାଗରିକ ତଲାଲ ଅବ୍ଦୋ ମହଦୀଙ୍କ ସହ ହାତ ମିଳାଇଲେ। ଉଭୟ କ୍ଲିନିକ୍‌ ଖୋଲି ଭଲ ଭାବେ ଚଲାଇବା ଆରମ୍ଭ କରି ଦେଲେ। ରିପୋର୍ଟ ମୁତାବିକ, ଏହି ସମୟରେ ଦୁହେଁ କେରଳ ବୁଲିବାକୁ ଯାଇଥିଲେ। ଏହି ସମୟରେ ମେହଦୀ ନିମିଷାଙ୍କର ବିବାହର ଏକ ଫଟୋ ଚୋରେଇ ନେଇ ଯାଇଥିଲେ। ନିମିଷାଙ୍କର ମାଆଙ୍କ ପକ୍ଷରୁ ଦାଏର ପିଟିସନ ଅନୁସାରେ, ୟେମେନରେ ପହଞ୍ଚି ମେହଦୀ ସେହି ଫଟୋ ଗୁଡ଼ିକୁ ଏଡିଟ୍‌ କରି, ଦାବି କଲେ କି ନିମିଷା ଓ ତାଙ୍କର ବିବାହ ହୋଇ ସାରିଛି। ନିମିଷାଙ୍କୁ ନିଜର ପତ୍ନୀ କହି ତାଙ୍କ କ୍ଲିନିକର କାଗଜପତ୍ରରେ ହେରଫେର କରି ବିଭିନ୍ନ ସୂତ୍ର ଟଙ୍କା ବାହାର କରିବା ଆରମ୍ଭ କରିଲେ। 

ନିମିଷାଙ୍କ ପରିବାର ମୁତାବିକ ,ମେହଦୀ ଲଗାତାର ତାଙ୍କୁ ଓ ତାଙ୍କର ପରିବାରକୁ ହଇରାଣ କରିବାକୁ ଲାଗିଲେ। ସେ ଲଗାତାର ଡ୍ରଗ୍ସ ନେଇ ନିମିଷାଙ୍କୁ ମାରପିଟ କଲେ। ନିମିଷାଙ୍କୁ ଭାରତ ଯିବାକୁ ରୋକିବା ପାଇଁ ତାଙ୍କର ପାସପୋର୍ଟ ମଧ୍ୟ ଛଡ଼େଇ ଦିଆଗଲା। ଯେବେ ନିମିଷା ଏହି ବିଷୟରେ ୟେମେନର ପୁଲିସ ପାଖକୁ ଯାଇ ମାମଲା ରୁଜୁ କରାଇଲେ ତ, ୟେମେନ ପୁଲିସ ମେହଦୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ସ୍ଥାନରେ ନିମିଷାଙ୍କୁ ଗିରଫ କରି ୬ଦିନ ଜେଲ୍‌ରେ ପକାଇ ଦେଲେ। ଜେଲ୍‌କୁ ଫେରିବା ପରେ ମେହନ୍ଦୀ ବନ୍ଧୁକ ଦେଖାଇ ପୂରା ପରିବାରକୁ ଶେଷ କରିବାର ଧମକ ଦେଇଥିଲା ଏବଂ ତାଙ୍କୁ ମାରପିଟି ମଧ୍ୟ କରିଥିଲା।  

ଜୁଲାଇ ୨୦୧୭ରେ ନିମିଷା ନିଜ ଜୀବନରେ ଖୁବ୍‌ ହଇରାଣ ହୋଇ ସେ ନିଜ ପାଖରେ ରହୁଥିବା ଜଣେ ଜେଲ୍‌ ୱାର୍ଡନଙ୍କ ସାହାଯ୍ୟ ମାଗିଲେ। ୱାର୍ଡନ ତାଙ୍କୁ ପରାମର୍ଶ ଦେଇଥିଲେ କି, ସେ ମେହଦୀଙ୍କୁ ବେହୋସ କରିଦେବା ଉଚିତ୍‌ ଏବଂ ଏହାପରେ ତାଙ୍କୁ ପାସପୋର୍ଟ ଦେବାକୁ ମନାଇବା ଉଚିତ୍।

ନିମିଷା ଏମିତି ହିଁ କଲେ, କିନ୍ତୁ ମେହଦୀ ଖୁବ୍‌ ମାତ୍ରାରେ ଡ୍ରଗ୍ସ ସେବନ କରୁଥିଲେ, ଏଥିପାଇଁ ତାଙ୍କ ଉପରେ ଏହି ଔଷଧର କୌଣସି ପ୍ରଭାବ ହୋଇ ନାହିଁ। ଏଥିରେ ଯେବେ ମନିଷା ଆଉ ଏକ ଡୋଜ୍‌ ଦେଲେ ତ ମେହଦୀର ଓଭର ଡୋଜ୍‌ର କାରଣରୁ ମୃତ୍ୟୁ ହୋଇ ଯାଇଥିଲା, ଯାହା ପରେ ୟେମେନ ପୁଲିସ ନିମିଷାଙ୍କୁ ଗିରଫ କରିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.