ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ନୂଆବର୍ଷରେ ନୂଆ ନିୟମ : ସର୍ବସାଧାରଣ ସ୍ଥାନରେ ବୁର୍ଖା କି ହିଜାବ ପିନ୍ଧି ପାରିବେନି ମହିଳା, ନିୟମ ନମାନିଲେ ୯୬ ହଜାର ଜରିମାନା

Published By : Prameya | January 2, 2025 10:57 AM

ନୂଆଦିଲ୍ଲୀ, ୦୨/୦୧ : ନୂଆବର୍ଷରେ ଆସିଲା ନୂଆ ନିୟମ। ସର୍ବସାଧାରଣ ସ୍ଥାନରେ ପିନ୍ଧି ପାରିବେନି ବୁର୍ଖା କି ହିଜାବ। ଢାଙ୍କି ପାରିବେନି ମୁହଁ। କଟକଣା ଲଗାଇଲେ ସରକାର। ନିୟମ ନମାନିଲେ ଗଣିବେ ମୋଟା ଅଙ୍କର ଜରିମାନା। କେଉଁଠାରେ ଲାଗୁ ହୋଇଛି ନିୟମ ? ଜାଣିବାକୁ ଚାହୁଁଛନ୍ତି କି, ତାହେଲେ ପଢନ୍ତୁ ଏହି ରିପୋର୍ଟ...

ନୂଆବର୍ଷର ପ୍ରଥମ ଦିନରୁ ସୁଇଜରଲ୍ୟାଣ୍ଡରେ ଲାଗୁ ହେଲା ନୂଆ ନିୟମ। ଏବେ ସର୍ବସାଧାରଣ ସ୍ଥାନରେ ମହିଳାମାନେ ଢାଙ୍କି ପାରିବେନି ମୁହଁ। ବୁର୍ଖା ଏବଂ ହିଜାବ୍‌ ପରିଧାନ ଉପରେ କଟକଣା ଲଗାଇଲେ ସରକାର। ଆଇନ ଅନୁସାରେ ବୁର୍ଖା କିମ୍ବା ଅନ୍ୟ କୌଣସି ମାଧ୍ୟମରେ ମୁହଁ ଢାଙ୍କିବା ଲାଗି ମନା ହୋଇଛି। କେବଳ ସେତିକି ନୁହେଁ ଆଇନ ଉଲ୍ଲଂଘନ କଲେ ମୋଟା ଅଙ୍କର ତଣ୍ଡ ଗଣିବେ। ୯୬ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। ରାଷ୍ଟ୍ରବ୍ୟାପୀ ଜନମତ ସଂଗ୍ରହ ମାଧ୍ୟମରେ ଏହି ଆଇନ ପାରିତ ହୋଇଛି। ବୁର୍ଖା ବ୍ୟାନ୍ ପାଇଁ ୨୦୨୧ରେ ସୁଇଜରଲ୍ୟାଣ୍ଡରେ ଜନମତ ସଂଗ୍ରହ କରାଯାଇଥିଲା। ଏଥିରେ ୫୧.୨୧% ନାଗରିକ ବୁର୍ଖା ବ୍ୟାନ୍‌ ସପକ୍ଷରେ ଭୋଟ ଦେଇଥିଲେ। ଏହା ପରେ ବୁର୍ଖା ବ୍ୟାନ୍‌ ଲାଗି ଆଇନ ଅଣାଯାଇଥିଲା। 

ଏପରି କରିବାରେ ସୁଇଜରଲ୍ୟାଣ୍ଡ ୭ମ ୟୁରୋପୀୟ ଦେଶ ହୋଇଛି। ପୂର୍ବରୁ ବେଲ୍‌ଜିୟମ, ଫ୍ରାନ୍ସ, ଡେନ୍‌ମାର୍କ, ଅଷ୍ଟ୍ରିଆ, ନେଦରଲ୍ୟାଣ୍ଡ ଏବଂ ବୁଲ୍‌ଗେରିଆ ଏହି ଆଇନ ଆଣିସାରିଛନ୍ତି। ବିଶେଷକରି ମୁସଲମାନ ମହିଳାମାନେ ବୁର୍ଖା, ହିଜାବ ପରିଧାନ କରିଥାନ୍ତି। ଏହି ଆଇନ ଅନୁସାରେ ସେମାନେ ସର୍ବସାଧାରଣ ସ୍ଥାନ ଯେପରି ସରକାରୀ ଅଫିସ୍‌, ସରକାରୀ ଯାନବାହନ, ରେସ୍ତୋରାଁ, ଦୋକାନ ଆଦି ସ୍ଥାନରେ ନିଜ ମୁହଁ ସମ୍ପୂର୍ଣ୍ଣ ଭାବେ ଢାଙ୍କି ପାରିବେ ନାହିଁ । ତେବେ ବିମାନ ଯାତ୍ରା, ରାଜନୈତିକ କିମ୍ଵା ବାଣିଜ୍ୟିକ ଦୂତାବାସ ପରିସରରେ ମୁହଁ ଢାଙ୍କିବାକୁ ଅନୁମତି ମିଳିବ। ଏତଦ୍ ବ୍ୟତୀତ ଧାର୍ମାନୁଷ୍ଠାନ  ଏବଂ ଅନ୍ୟ ପବିତ୍ର ସ୍ଥାନରେ ମହିଳାମାନେ ମୁହଁ ଢାଙ୍କିପାରିବେ। ସ୍ଵାସ୍ଥ୍ୟ ଏବଂ ସୁରକ୍ଷା ଉଦ୍ଦେଶ୍ୟରେ ପାରମ୍ପରିକ ରୀତି-ନୀତି ପାଇଁ କିମ୍ବା ପାଣିପାଗ ପାଇଁ ମୁହଁ ଢାଙ୍କି ପାରିବେ। ବିଜ୍ଞାପନ ପାଇଁ ଘୋଡାଇବା ପାଇଁ ଅନୁମତି ମିଳିବ।  


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.