ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ବାଂଲାଦେଶରେ ଗିରଫ ହିନ୍ଦୁସନ୍ଥ ଚିନ୍ମୟ କୃଷ୍ଣଦାସଙ୍କ ଜାମିନ ଶୁଣାଣି,୧୧ ଜଣ ଓକିଲ ହେବେ ସାମିଲ୍

Published By : Anindita | January 2, 2025 11:25 AM

ନୂଆଦିଲ୍ଲୀ,୦୨/୦୧:ପୂର୍ବ ଇସ୍କନ ପୂଜାରୀ ତଥା ବାଂଲାଦେଶରେ ଗିରଫ ହିନ୍ଦୁସନ୍ଥ ଚିନ୍ମୟ କୃଷ୍ଣଦାସଙ୍କ ଆଜି ଜାମିନ ଶୁଣାଣି। ଚଟଗାଓଁ ମେଟ୍ରୋପଲିଟାନ କୋର୍ଟରେ ଆଜି ଜାମିନର ଶୁଣାଣି ହେବାକୁ ଥିବା ବେଳେ ଏଥିରେ ସାମିଲ ହେବେ ସିପ୍ରିମକୋର୍ଟର ୧୧ ଜଣ ଓକିଲ । ଡେଲି ଷ୍ଟାରର ରିପୋର୍ଟରେ ଏହି ସୂଚନା ଦିଆଯାଇଛି।ବାଂଲାଦେଶ ଅଦାଲତରୁ ନ୍ୟାୟ ପାଇବାକୁ ଆଶା ରଖିଛନ୍ତି ଇସକନ କର୍ତ୍ତୃପକ୍ଷ। 

ତେବେ ଏହାପୂର୍ବରୁ ଡିସେମ୍ବର ୩ ରେ ଚଟଗାଓଁ କୋର୍ଟ ଜାମିନ ଶୁଣାଣି ପାଇଁ ଜାନୁୟାରୀ ୨ ସ୍ଥିର କରିଥିଲା । କିନ୍ତୁ ସେହି ସମୟରେ  ଚିନ୍ମୟଙ୍କ ପ୍ରତିନିଧିତ୍ୱ କରିବାକୁ କୌଣସି ଓକିଲ ନଥିଲେ। ତେବେ ଅକ୍ଟୋବର ୨୫ ରେ ବାଂଲାଦେଶର  ଚଟଗାଓଁରେ ଜାତୀୟ ପତାକାକୁ ଅପମାନ କରିବାକୁ ନେଇ ଅଶାନ୍ତି ସୃଷ୍ଟି ହୋଇଛି । ଏନେଇ ଗତ ୨୫ ନଭେମ୍ବରରେ ବାଂଲାଦେଶ ପୋଲିସ ଇସକନ ସନ୍ଥ ଚିନ୍ମୟ କୃଷ୍ଣଦାସଙ୍କୁ ଗିରଫ କରିଥିଲେ। ଏହାର ପରଦିନ ଚଟଗାଓଁ କୋର୍ଟରେ ମାମଲାର ଶୁଣାଣି ନେଇ ଅଦାଲତ ପରିସରରେ ଜୋରଦାର ହଙ୍ଗାମା ହୋଇଥିଲା। ଏହି ସମୟରେ ସୈଫୁଲ ଇସଲାମ ଅଲିଫ ନାମକ ଜଣେ ଆଇନଜୀବୀଙ୍କ ମୃତ୍ଯୁ ଘଟିଥିଲା। ଏହା ପୂର୍ବରୁ ଚିନ୍ମୟ କୃଷ୍ଣଦାସଙ୍କ ଓକିଲଙ୍କୁ କୋର୍ଟରେ ହାଜର ହେବାକୁ ଦିଆଯାଇନଥିଲା।  କୋଲକାତା ଇସ୍କନ ଅନୁଯାୟୀ, ଦୁଇଜଣ ସାଧୁ, ଆଦିପୁରୁଶ ଶ୍ୟାମ ଦାସ ଏବଂ ରଙ୍ଗନାଥ ଦାସ ବ୍ରହ୍ମଚାରିଙ୍କୁ ୨୯ ନଭେମ୍ବରରେ ଚିନ୍ମୟ କୃଷ୍ଣ ଦାସଙ୍କୁ ଭେଟିବାକୁ ଯାଇଥିବାବେଳେ ଗିରଫ କରାଯାଇଥିଲା। ସଂଗଠନର ଉପାଧ୍ୟକ୍ଷ ରାଧା ରମଣ ମଧ୍ୟ ଦାବି କରିଛନ୍ତି ଯେ, ଅଶାନ୍ତି ସମୟରେ ବାଂଲାଦେଶର ଇସ୍କନକେନ୍ଦ୍ରକୁ ଦଙ୍ଗାକାରୀମାନେ ଭଙ୍ଗାରୁଜା କରିଛନ୍ତି।ବାଂଲାଦେଶରେ ବଢୁଥିବା ହିଂସା ଏବଂ ଉଗ୍ରବାଦୀ ଭାଷଣକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛି । 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.