ଢାକା,୨।୧: ବାଂଲାଦେଶର ହିନ୍ଦୁ ସନ୍ଥ ଚିନ୍ମୟ ଦାସଙ୍କୁ ଝଟ୍କା। ମିଲିଲାନି ଜାମିନ୍। ଚଟଗାଓଁ ମେଟ୍ରୋପଲିଟନ୍ ସେସନ୍ କୋର୍ଟ ତାଙ୍କ ଜାମିନ ଆବେଦନକୁ କରିଛନ୍ତି ଖାଜର। ଫଳରେ ବର୍ତ୍ତମାନ ଚିନ୍ମୟ ଦାସଙ୍କୁ ଜେଲରେ ହିଁ ରହିବାକୁ ପଡ଼ିବ। ଆଗକୁ ସେ ହାଇକୋର୍ଟଙ୍କ ଦ୍ବାରସ୍ତ ହେବା ନେଇ ଆରମ୍ଭ କରିଛନ୍ତି ପ୍ରସ୍ତୁତି।
ବାଂଲାଦେଶ କୋର୍ଟରୁ ହିନ୍ଦୁ ସନ୍ଥ ଚିନ୍ମୟ ଦାସ ବ୍ରହ୍ମଚାରୀଙ୍କୁ ଝଟକା। ଗୁରୁବାର ତାଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି ଚଟଗାଓଁ ମେଟ୍ରୋପଲିଟନ୍ ସେସନ୍ କୋର୍ଟ । ଫଳରେ ତାଙ୍କର ଜେଲ୍ରୁ ମୁକ୍ତ ହେବାର ଆଶାକୁ ଲାଗିଛି ବ୍ରେକ୍। ଏବେ ସେ ହାଇକୋର୍ଟରେ କରିବେ ଆବେଦନ। ଗତବର୍ଷ ନଭେମ୍ବର ୨୫ ତାରିଖରେ ଇସ୍କନ ମନ୍ଦିର ପୂଜାରୀ ତଥା ହିନ୍ଦୁ ସନ୍ଥ ଚିନ୍ମୟ ଦାସକୁ ବାଂଲାଦେଶ ପୁଲିସ ଗିରଫ କରିଥିଲା। ଦେଶଦ୍ରୋହ ଅଭିଯୋଗରେ ଢ଼ାକା ବିମାନ ବନ୍ଦରରୁ ପୁଲିସ ତାଙ୍କୁ ଉଠାଇ ନେଇଥିଲା। ସେବେଠୁ ସେ ଜେଲରେ ଅଛନ୍ତି। ଢ଼ାକାର ମିଡିଆ ଆଉଟ୍ଲେଟ୍ ଦ ଡେଲି ଷ୍ଟାର୍ର ରିପୋର୍ଟ ମୁତାବକ, ଢ଼ାକା ଠାରୁ ଚଟଗାଁବ ଆସିଥିବା ୧୧ ଜଣ ସୁପ୍ରିମକୋର୍ଟ ଓକିଲଙ୍କ ଏକ ଟିମ୍ ମେଟ୍ରୋପଲିଟାନ୍ ଜଜ୍ ଜଷ୍ଟିସ୍ ମହମ୍ମଦ ସୈଫୁଲ ଇସଲାମଙ୍କ ସମ୍ମୁଖରେ ପ୍ରାୟ ୩୦ ମିନିଟ୍ ଧରି ଯୁକ୍ତିତର୍କ କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଜାମିନ ଆବେଦନକୁ ରଦ୍ଦ କରିଛନ୍ତି। ଚିନ୍ମୟଙ୍କ ଓକିଲଙ୍କ କହିବା ମୁତାବକ, ସେ ଜାମିନ ପାଇଁ ହାଇକୋର୍ଟରେ ଏବେ ଆବେଦନ କରିବେ।