ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହତ୍ୟା ଧମକ, ନିଜର ସୁରକ୍ଷା ବଢ଼ାଇବାକୁ ଦାବି କଲେ ସାଂସଦ

Published By : Tapas Panda | October 28, 2024 6:08 PM

Image Courtesy: indiatoday

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଏନସିପି ନେତା ବାବା ସିଦ୍ଦିକିଙ୍କୁ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ହତ୍ୟା କରିବା ପରେ ସାରା ଭାରତରେ ଚିନ୍ତା ବଢ଼ିଛି । ଏହାରି ମଧ୍ୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବିହାରର ସାଂସଦ ପପୁ ଯାଦବଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା କୁହାଯାଉଛି । ଫୋନ କରିଥିବା ବ୍ୟକ୍ତି ଦାବି କରିଛି ଯେ, ସାଂସଦଙ୍କ ପ୍ରତି ମୁହୂର୍ତ୍ତର ଖବର ରଖାଯାଉଛି । ଅଭିନେତା ସଲମାନ ଖାନଙ୍କ ପ୍ରସଙ୍ଗରୁ ଓହରି ଯିବାକୁ ମଧ୍ୟ ପପୁ ଯାଦବଙ୍କୁ ଧମକ ଦେଇଛି ଦୁର୍ବୃତ୍ତ । ତେବେ ନିକଟରେ ସଲମାନ ଖାନଙ୍କୁ ପ୍ରତି ପରିସ୍ଥିତିରେ ସହାୟତା କରିବେ ବୋଲି କହିଥିଲେ ପପୁ ଯାଦବ ।

ସେପଟେ ସିଗନାଲ୍‌ ଜାମରକୁ ଅକାମୀ କରିବା ଲାଗି ଲରେନ୍ସ ବିଷ୍ଣୋଇ ଘଣ୍ଟାକୁ ଏକ ଲକ୍ଷ ଟଙ୍କା ଦେଉଛି ବୋଲି କଲ କରିଥିବା ବ୍ୟକ୍ତି ଦାବି କରିଛି । ନିକଟରେ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା କରିଥିବା ନେଇ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦାବି କରିଥିଲା । ନେତାଙ୍କ ହତ୍ୟା ପରେ ପୁର୍ନିଆର ସ୍ବାଧୀନ ସାଂସଦ ପପୁ ଯାଦବ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଥଲେ ଯେ, ‘ଯଦି ମୋତେ ଅନୁମତି ମିଳେ ତେବେ ୨୪ ଘଣ୍ଟା ମଧ୍ୟରେ ବିଷ୍ଣୋଇ ଗ୍ୟାଙ୍ଗକୁ ସଫା କରିଦେବି ।’ 

ସେପଟେ ପପୁ ଯାଦବ ବିହାରର ଡିଜିପିଙ୍କୁ ଦେଇଥିବା ଏକ ଅଡିଓ କ୍ଲିପ୍‌ରୁ ଶୁଣିବାକୁ ମିଳିଛି, ‘ ଆପଣ ‘ଭାଇ’ଙ୍କୁ କହିପାରିଥାନ୍ତେ ଏକଥା ଆପଣ କହିନାହାନ୍ତି  ବରଂ ଗଣମାଧ୍ୟମ ଏଭଳି କରିଛି । ଯଥାଶୀଘ୍ର ମାମଲାକୁ ସୁଧାରି ନିଅନ୍ତୁ । ମୁଁ ଆପଣଙ୍କୁ ଜଣେ ବଡ଼ ଭାଇ ଭଳି ଭାବୁଛି । କିନ୍ତୁ ଆପଣ ମୋତେ ଦୁଃଖି କରିଛନ୍ତି । କଲ ବ୍ୟାକ୍‌ କଲେ ମୁଁ ‘ଭାଇ’ଙ୍କ ସହ କଥା କରାଇ ଦେବି । ’ ତେବେ ଏହି କଲ୍‌ ୟୁଏଇରୁ ଆସିଥିବା ଜଣାପଡ଼ିଛି ।

ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡକୁ ନେଇ ପପୁ ଯାଦବ ଏକ୍ସରେ ଲେଖିଥିଲେ, ‘ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ଘଟଣା ମହାରାଷ୍ଟ୍ରରେ ଅତି ଖରାପ ଆଇନ ଶୃଙ୍ଖଳା ସ୍ଥିତିକୁ ଦର୍ଶାଉଛି । ବିହାରର ପୁଅକୁ ହତ୍ୟା କରାଯିବା ଅତି ଦୁଃଖଦ ଘଟଣା । ଯଦି ବିଜେପି ନେତୃତ୍ବାଧୀନ ସରକାର ନିଜର ବରିଷ୍ଠ ନେତାଙ୍କୁ ସୁରକ୍ଷ ଦେଇପାରୁ ନାହିଁ ତେବେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ ? ’ ସେପଟେ ବିହାର ଡିଜିପିଙ୍କୁ ଫୋନ୍‌ ରେକର୍ଡିଂ କ୍ଲିପ୍‌ ଦେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ନିଜ ଲାଗି ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ନିବେଦନ କରିଛନ୍ତି । ଓ୍ବାଇ ପରିବର୍ତ୍ତେ ତାଙ୍କୁ ଏବେ ଜେଡ୍‌ ସୁରକ୍ଷା ଦିଆଯାଉ ବୋଲି ଚିଠିରେ ଲେଖିଛନ୍ତି ପପୁ ଯାଦବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.