ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

କୋଣାର୍କ ଯାତ୍ରୀ ନିବାସ ପୁନରୁଦ୍ଧାର କେବେ

କୋଣାର୍କ,୧୨/୯ : ଦୈନିକ  ହଜାର ହଜାର ସଂଖ୍ୟାରେ ଦେଶ ବିଦେଶରୁ ପର୍ଯ୍ୟଟକମାନେ କୋଣାର୍କ ପରିଦର୍ଶନରେ ଆସିଥାନ୍ତି । ଦୀର୍ଘ ବର୍ଷ ଧରି ପର୍ଯ୍ୟଟକମାନଙ୍କୁ ଉତ୍ତମ ଆତିଥ୍ୟତା ପ୍ରଦାନ କରି ସୁନାମ ଅର୍ଜନ କରିଥିବା ଏହି ଯାତ୍ରୀନିବାସକୁ ୩୨ ବର୍ଷ ପୁରିଲାଣି । ଏହି ଯାତ୍ରୀନିବାସର ପୁନରୁଦ୍ଧାର ଏବେ ଜରୁରୀ ହୋଇପଡିଛି । ପ୍ରତିବର୍ଷ କୋଣାର୍କ ଉତ୍ସବ ସମୟରେ କୋଠରୀ ମରାମତି, ରଙ୍ଗ ବୋଳା ଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଅବସ୍ଥା ଯାହାକୁ ସେଇଆ । 

ଏବେ ଯାତ୍ରୀନିବାସ ମୁଖ୍ୟ ଦ୍ବାର ଛାତରୁ ପ୍ଲାଷ୍ଟର ଖସୁଥିବା ଦେଖିବାକୁ ମିଳିଛି । କୋଠରୀ କବାଟ, ଝରକା ଅବସ୍ଥା ନ କହିଲେ ଭଲ । ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ୧୯୮୭ ମସିହା ଅକ୍ଟୋବର ମାସରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ନିର୍ମାଣ ଆରମ୍ଭ ହୋଇଥିଲା । ୧୯୯୨ ମସିହା ନଭେମ୍ବର ମାସରେ ଯାତ୍ରୀନିବାସ ଲୋକାର୍ପଣ ହୋଇଥିଲା । ଏଠାରେ ୨୮ଟି କୋଠରୀ ସହ ଗୋଟିଏ ରେଷ୍ଟୁରାଣ୍ଟ ରହିଛି । ପ୍ରତି ବର୍ଷ ଡିସେମ୍ବର ମାସରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଦେଖିବାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ସୁନ୍ଦର ଆତିଥ୍ୟତା ପ୍ରଦାନ କରି ପର୍ଯ୍ୟଟକଙ୍କ ମନ କିଣି ନେଇଥାନ୍ତି । କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସି ପର୍ଯ୍ୟଟକମାନେ କୋଣାର୍କ ଯାତ୍ରୀନିବସରେ ରାତ୍ରିଯାପନ କରି ରହିବାକୁ ପସନ୍ଦ କରିଥାନ୍ତି।   କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀଙ୍କୁ ପଚାରିବାରୁ ପୁରାତନ ଯାତ୍ରୀ ନିବାସର ପୁନରୁଦ୍ଧାର ଆବଶ୍ୟକତା ରହିଥିବା ସେ କହିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.