ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ

ଭୁବନେଶ୍ୱର,୨୫/୦୬: ରାଜ୍ୟରେ ସୋମବାର ସୁଦ୍ଧା ୪୧% ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଆଗକୁ ବି ନିଅଣ୍ଟିଆ ସ୍ଥିତିରେ ସୁଧାର ଆସିବା ସମ୍ଭାବନା କମ୍‌ । ମାସ ଶେଷ ବେଳକୁ ଉପକୂଳରେ ନିଅଣ୍ଟିଆ ବର୍ଷା ପରିମାଣ ବଢ଼ିବ । ଜୁଲାଇ ୧୫ ଯାଏ ରାଜ୍ୟରେ ବର୍ଷା ନିଅଣ୍ଟିଆ ରହିବ । ଏଥିପାଇଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇପାରେ । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଚାଷୀମାନେ ଏଥିପାଇଁ ଉଚିତ ଅବଧିର କିସମ ବୁଣିବାକୁ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ସ୍ୱାଭାବିକ ଭାବେ ଜୁଲାଇ ୧୫ରୁ ଅଗଷ୍ଟ ୧୫ ତାରିଖ ଭିତରେ ରୁଆ, ବେଉଷଣ କାମ ହୁଏ । ଜୁନ୍‌ ୧୫ରୁ ୨୦ ତାରିଖ ଭିତରେ ଜମିରେ ବିହନ ବୁଣା ହେବା ସହ ତଳି ପଡ଼େ । ଏବେ ଉପକୂଳରେ ନିଅଣ୍ଟିଆ ବର୍ଷା ସ୍ଥିତି ଥିବାରୁ ଜୁଲାଇ ୧୫ ସୁଦ୍ଧା  ତଳି ପକାଇ ହେବନି କି ରୁଆ ହୋଇପାରିବନି । ପୁଣି ଏବେ ବାଷ୍ପୀକରଣ ବହୁତ ଅଧିକ ହେଉଥବାରୁ ଜମି ବତର ବା ଓଦା ରହିବନି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି, ଆଗକୁ ଲଘୁଚାପର ପ୍ରଭାବ ନାହିଁ । ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେଉନି । ୨୭ ତାରିଖରେ ହେବାକୁ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହେବନି ଓ ଦୁର୍ବଳ ହୋଇଯିବ । ଏଣୁ ଆସନ୍ତା ଜୁଲାଇ ୧୫ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ଲାଗି ରହିବ । ଏଥିପାଇଁ ଢ଼ିପ ଜମିରେ ଅଣଧାନ ବା ମଧ୍ୟମ କିସମର ଧାନ ଚାଷ ପାଇଁ ସେ ପରାମର୍ଶ ଦେଇଛନ୍ତି । ଏଥର ମୌସୁମୀ ବିଳମ୍ବରେ ପ୍ରତ୍ୟାହାର ହେବ । ଅକ୍ଟୋବର ମାସରେ ଭଲ ବର୍ଷା ହେବାର ସମ୍ଭାବନା ଅଛି। ଏଣୁ ଖାଲୁଆ ଜମିରେ ୧୫୦ରୁ ୧୬୦ ଦିନିଆ ଅବଧିର ବିହନ ବୁଣିବାକୁ ସେ ପରାମର୍ଶ ଦେଇଛନ୍ତି । ପଶ୍ଚିମ ଓଡ଼ିଶାରେ ଢ଼ିପ ଜମି ଅଧିକ । ଏଠାରେ ୧୦୦ରୁ ୧୧୦ ଦିନିଆ ଅବଧିର ଧାନ ବା ଅଣଧାନ ବୁଣିବାକୁ କୁହାଯାଇଛି । ରୁଆ, ବେଉଷଣ ସମୟରେ ଯେଭଳି ସାର ସମସ୍ୟା ନହେବ ସେଥିପାଇଁ ସରକାର ଆଗୁଆ ପ୍ରସ୍ତୁତି କରିବାକୁ ସେ ପରାମର୍ଶ ଦେଇଛନ୍ତି । 

ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ୨୪ ତାରିଖ ସୁଦ୍ଧା ରାଜ୍ୟରେ ୯୧.୮ମିମି ବର୍ଷା ହୋଇଛି । ପରିମାଣ ୪୧% ନିଅଣ୍ଟିଆ ରହିଛି । ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ଢେଙ୍କାନାଳ, ଜଗତସିଂହପୁର ଓ ସମ୍ବଲପୁରରେ ସ୍ୱାଭାବିକ ପରିମାଣର ବର୍ଷା ହୋଇଛି। ମୟୂରଭଞ୍ଜ, ବାଲେଶ୍ୱର, ବଲାଙ୍ଗୀର ଓ ପୁରୀ ଜିଲ୍ଲାରେ ଅଧିକ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି। ବାକି ସବୁ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଅଛି । ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଞ୍ଜାମରେ ନିଅଣ୍ଟିଆ ବର୍ଷା ଯୋଗୁ ବୁଣାବୁଣି କରିହେବନି । ମାସ ଶେଷ ବେଳକୁ ଏ ସବୁ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଆହୁରି ବଢ଼ିବ ।

ସେହିଭଳି ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି, ଆଭ୍ୟନ୍ତରୀଣ ଗଞ୍ଜାମ,କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କନ୍ଧମାଳରେ ଏବେ ବୁଣାବୁଣି କରି ହେବ । ଏ ସବୁ ଜିଲ୍ଲାରେ ବିହନ ବୁଣିଲେ ଗଜା ମରୁଡ଼ି ହେବାର ଆଶଙ୍କା ନାହିଁ ।  

ଆସନ୍ତା ୨୭ତାରିଖରେ ଓଡ଼ିଶା ଉପକୂଳରେ ହେବାକୁ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହେବନି । ୨୪ ଘଣ୍ଟା ପରେ ଏହା ଦୁର୍ବଳ ହୋଇଯିବ । ଏହାର କୌଣସି ପ୍ରଭାବ ନ ରହିବାରୁ ବର୍ଷା କରାଇବନି । ଆସନ୍ତା ୩ ଦିନ ଭିତରେ ଉପକୂଳରେ ମାତ୍ର ୧୦ ମିମି ବର୍ଷା ସମ୍ଭାବନା ଅଛି । ଏହି ୩ ଦିନରେ ଆଭ୍ୟନ୍ତରୀଣରେ ୩୦ମିମି ବର୍ଷା ହୋଇପାରେ । ମାସ ଶେଷ ବେଳକୁ ବର୍ଷା ପରିମାଣ ବଢ଼ିବ । ମୟୂରଭଞ୍ଜ, ସୁନ୍ଦରଗଡ଼, କନ୍ଧମାଳ, ପଶ୍ଚିମ ଓଡ଼ିଶା ଓ ପଶ୍ଚିମ ଆଭ୍ୟନ୍ତରୀଣରେ ବର୍ଷା ହେବ । ଏ ସବୁ ସ୍ଥାନରେ ଯେଉଁଠି ମାଟି ଓଦା ଅଛି ସେଠାରେ ତଳି ପକାଇ ପାରିବେ । ମାଟି ବତର ନ ଥିଲେ ତଳି ପକାଇ ହେବନି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.