ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

Published By : Manoj | August 25, 2025 7:40 AM

ବନେଶ୍ୱର,୨୫/୦୮: ଉଛୁଳୁଛି  ସୁବର୍ଣ୍ଣରେଖା ଓ ବୈତରଣୀ ନଦୀ । ଦୁଇ ନଦୀର ଜଳସ୍ତର ବଢ଼ିବା ଯୋଗୁ  ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । କେନ୍ଦୁଝର, ବାଲେଶ୍ୱର, ଭଦ୍ରକର ଅନେକ ଗାଁ ପାଣି  ଘେରରେ ରହିଛି । ଲଗାଣ ବର୍ଷାରେ  ରାଉରକେଲାର ବହୁ ସ୍ଥାନରେ ଜଳବନ୍ଦୀ  ସ୍ଥିତି ଉପୁଜିଛି । ଆସନ୍ତା ୪୮ ଘଣ୍ଟାରେ  ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଆଉ  ଏକ ଲଘୁଚାପ ହେବ । ଏହା ପ୍ରଭାବରେ  ୨୯ ତାରିଖ ଯାଏ ଅଧିକ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ଲଗାଣ ବର୍ଷାରେ ୪୯ ନଂ ଜାତୀୟ  ରାଜପଥ କାଞ୍ଜିପାଣି ଘାଟିରେ ଭୂସ୍ଖଳନ  ହୋଇଛି । ବନ୍ୟା ଯୋଗୁ ଅନେକ  ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।  ରାସ୍ତାରେ ବଡ଼ ବଡ଼ ପଥର ଓ ଗଛ  ପଡ଼ିବା ଯୋଗୁ ମୁମ୍ବାଇ-କଲିକତା  ଯୋଗାଯୋଗ ପ୍ରଭାବିତ ହୋଇଛି । ବୈତରଣୀ ନଦୀ ପୋଲ ଉପରେ  ବନ୍ୟା ଜଳ ପ୍ରବାହିତ ହେଉଥିବାରୁ  ଗୋନାସିକାଠାରୁ କାଞ୍ଜିପାଣିକୁ  ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।  

ବୈତରଣୀ ଓ ଶାଖା ନଦୀ କାଚିଳାରେ  ବନ୍ୟା ଯୋଗୁ ଭଦ୍ରକର ୧୦ ପଞ୍ଚାୟତ  ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ବ୍ରାହ୍ମଣୀ ନଦୀ ଜଳସ୍ତର ବଢ଼ିଥିବାରୁ  ଅଁରା ବ୍ରାହ୍ମଣୀ ନାଳ ପୋଲ ଉପରେ  ୭ ଫୁଟର ବନ୍ୟା ଜଳ ପ୍ରବାହିତ  ହେଉଛି । ରାଇଗୋଡା ଠାରୁ ଅଁରା,  ବିନିଦା, ଆମୁଣି ସମେତ ୧୦ରୁ ଅଧିକ  ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।  କେନ୍ଦୁଝର ବାଂଶପାଳ ବ୍ଲକ୍‌ର ବୈତରଣୀ  ନଦୀ, ମଲଦା, ବ୍ରାହ୍ମଣୀ, ବଇଙ୍ଗା ଆଦି  ନାଳରେ ଜଳ ସ୍ତର ବୃଦ୍ଧି ପାଇବା ସହ  ବନ୍ୟା ଜଳ ପ୍ରବାହିତ ହେଉଛି । 

ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍‌ରୁ  ୧୩ଟି ଗେଟ୍‌ରେ ପାଣି ଛଡ଼ା ଯିବାରୁ  ସୁବର୍ଣ୍ଣରେଖା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି  ହୋଇଛି । ବାଲେଶ୍ୱରର ଆରୁହାବୃତ୍ତି-୧  ଓ କୁମ୍ଭୀରଗଡ଼ି ୨ଟି ପଞ୍ଚାୟତ ସମ୍ପୂର୍ଣ୍ଣ  ପାଣି ଘେରରେ ରହଛି । ଆଉ ୪  ପଞ୍ଚାୟତକୁ ପାଣି ପ୍ରବେଶ କରୁଛି ।  ୧୫ରୁ ଅଧିକ ଗାଁର ୮ ହଜାରରୁ ଅଧିକ  ଲୋକ ପାଣି ଘେରରେ ଅଛନ୍ତି ।  

୨୫ ତାରିଖ (ସୋମବାର) କେନ୍ଦ୍ରାପଡ଼ା  ଓ ଜଗତ୍‌ସିଂହପୁରରେ ପ୍ରବଳରୁ ଅତିପ୍ରବଳ  ବର୍ଷା ହୋଇପାରେ ।ଏହି ଦୁଇ ଜିଲ୍ଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ  ୱାର୍ଣ୍ଣିଂ ଜାରି କରିଛି । କେନ୍ଦୁଝର, ମୟୂରଭଞ୍ଜ,  ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକର  କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୬  ତାରିଖରେ କନ୍ଧମାଳ ଓ ଗଜପତିରେ ପ୍ରବଳରୁ  ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ  ୱାର୍ଣ୍ଣିଂ ଜାରି ହୋଇଛି । ଗଞ୍ଜାମ, ରାୟଗଡ଼ା,  ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ ଓ  କେନ୍ଦୁଝରରେ ଭାରୀ ବର୍ଷା ଆଶଙ୍କା ଅଛି ।  ୨୭ ଓ ୨୮ ତାରିଖରେ ଦକ୍ଷିଣ ଓଡ଼ିଶା ଓ  ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା  ହୋଇପାରେ ବୋଲି ଆକଳନ କରାଯାଇଛି । 

ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀ  ନଦୀର ଆଖୁଆପଦାରେ ଜଳସ୍ତର ବିପଦ  ସଙ୍କେତକୁ ଟପିଛି । ଏଠାରେ ବିପଦ ସଙ୍କେତ  ସ୍ତର ୮୦.୩୩ ମିଟର ଥିବାବେଳେ ୮୦.୫୫  ମିଟର ଉଚ୍ଚତାର ବନ୍ୟା ଜଳ ପ୍ରବାହିତ ହେଉଛି ।  କେନ୍ଦୁଝର ଆନନ୍ଦପୁରରେ ବୈତରଣୀର ନଦୀ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି ।  ସୁବର୍ଣ୍ଣରେଖାର ଜାମଶୋଳାଘାଟ ଓ ରାଜଘାଟଠାରେ  ମଧ୍ୟ ନଦୀ ଜଳ ବିପଦ ସଙ୍କେତ ଉପରେ ଚାଲିଛି ।  ତେବେ ମହାନଦୀରେ ବନ୍ୟା ସ୍ଥିତି ନାହିଁ ।  ରାତି ୯ଟା ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ଜଳସ୍ତର  ୬୨୧.୭୩ ମିଟର ରହିଛି । ଖଇରମାଳରେ ପ୍ରତି  ସେକେଣ୍ଡକୁ ୨ ଲକ୍ଷ ୬୪ ହଜାର, ମୁଣ୍ଡଳୀରେ  ୧ ଲକ୍ଷ ୪୬ ହଜାର ଜଳ ନିଷ୍କାସନ ହେଉଛି । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ  ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ଏ ବର୍ଷ  ସୁବର୍ଣ୍ଣରେଖାରେ ପଞ୍ଚମ ବନ୍ୟା ଆସିଛି ।  ସୁବର୍ଣ୍ଣରେଖାରେ ଛୋଟରୁ ମଧ୍ୟମ ବନ୍ୟା ହୋଇଛି । ବୈତରଣୀରେ ଛୋଟ ଧରଣରେ ବନ୍ୟା ହୋଇଛି ।  

ଲଗାଣ ବର୍ଷା ଯୋଗୁ ଏହି ସ୍ଥିତି ସୃଷ୍ଟି ହୋଇଛି ।  ଗତ ୨୪ ଘଣ୍ଟାରେ ବୈତରଣୀ ବେସିନ୍‌ କେନ୍ଦୁଝର  ଓ ଝାଡ଼ଖଣ୍ଡରେ ୪୨.୫୭ମିମି ବର୍ଷା ହୋଇଛି ।  ଉପର ବ୍ରାହ୍ମଣୀରେ ୩୫ମିମି ବର୍ଷା ଓ ଉପର  ମହାନଦୀରେ ୩୧ମିମି ବର୍ଷା ହୋଇଛି । ବଂଶଧାରା  ଓ ବୁଢ଼ାବଳଙ୍ଗରେ ପାଣି ଅଧିକ ଥିଲେ ବି କମିଯିବ । ବୈତରଣୀରେ ଗତକାଲି ବର୍ଷା ହୋଇଛି ।  ବନ୍ୟା ହୋଇଛି, ଆଗକୁ ଆହୁରି ବଢ଼ିବ ।  ସୁବର୍ଣ୍ଣରେଖାରେ ବିପଦ ସଙ୍କେତ ଉପରେ ଜଳ  ପ୍ରବାହିତ ହେଉଛି । ହୀରାକୁଦ ଉପରମୁଣ୍ଡରେ  ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢ଼ିଛି । 

 ରବିବାର ଆଉ ୪ଟି ଗେଟ୍‌ ଖୋଲିଛି ଓ ମୋଟ ୧୨ଟି ଗେଟ୍‌  ଦେଇ ଜଳ ନିଷ୍କାସନ ହେଉଛି । ଗତକାଲି ଉପର  ମହାନଦୀରେ ୩୧.୩୩ ମିମି ବର୍ଷା ହୋଇଥିଲା ।  ରେଙ୍ଗାଲି ଡ୍ୟାମରେ ଦୁଇଟି ଗେଟ୍‌ ଦେଇ ବ୍ରାହ୍ମଣୀ  ଜଳ ନିଷ୍କାସନ ହେବ । ଜେନାପୁରରେ ଜଳସ୍ତର  ବିପଦ ସଙ୍କେତ ତଳେ ଅଛି । ଯାଜପୁରରେ  ମୁଖ୍ୟ ଯନ୍ତ୍ରୀ ଓ ଧାମନଗରରେ ଅତିରିକ୍ତ ମୁଖ୍ୟ  ଯନ୍ତ୍ରୀ କ୍ୟାମ୍ପ କରି ରହିଛନ୍ତି । ବିଭିନ୍ନ ନଦୀ ବନ୍ଧର ତୁରନ୍ତ ମରାମତି ହେଉଛି ବୋଲି ସେ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.